ଓଡିଶା

odisha

ETV Bharat / city

ଜେପି ନଡ୍ଡାଙ୍କ ଓଡ଼ିଶା ଗସ୍ତ: ଜନତା ମଇଦାନରେ ବିଜେପିର ପ୍ରସ୍ତୁତି

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଓଡ଼ିଶା ଗସ୍ତ ପାଇଁ ଶେଷ ପର୍ଯ୍ୟାୟରେ ଦଳୀୟ ପ୍ରସ୍ତୁତି । ସେପଟେ ବିଜେପି ରାଜ୍ୟ ସହ ପ୍ରଭାରୀ ବିଜୟପାଲ ସିଂ ତୋମାର ଓ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ସମେତ ଦଳର ବରିଷ୍ଠ ନେତା ଜନତା ମଇଦାନରେ ପ୍ରସ୍ତୁତି ସମୀକ୍ଷା କରିଛନ୍ତି । ଅଧିକ ପଢ଼ନ୍ତୁ

By

Published : Sep 27, 2022, 7:07 PM IST

ଜେପି ନଡ୍ଡାଙ୍କ ଓଡ଼ିଶା ଗସ୍ତ: ଜନତା ମଇଦାନରେ ବିଜେପିର ପ୍ରସ୍ତୁତି
ଜେପି ନଡ୍ଡାଙ୍କ ଓଡ଼ିଶା ଗସ୍ତ: ଜନତା ମଇଦାନରେ ବିଜେପିର ପ୍ରସ୍ତୁତି

ଭୁବନେଶ୍ବର: ଆସନ୍ତା ସେପ୍ଟେମ୍ବର ୨୯ (ଗୁରୁବାର) ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଦଳର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ନେଇ ରହିଛି କାର୍ଯ୍ୟକ୍ରମ । ସେପଟେ ନଡ୍ଡାଙ୍କ ଗସ୍ତ ପୂର୍ବରୁ ବିଜେପିର ପ୍ରସ୍ତୁତି ସରିଛି । ବିଜେପି ରାଜ୍ୟ ସହ ପ୍ରଭାରୀ ବିଜୟପାଲ ସିଂ ତୋମାର ଓ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ସମେତ ଦଳର ବରିଷ୍ଠ ନେତା ଜନତା ମଇଦାନରେ ପ୍ରସ୍ତୁତି ବୁଲି ଦେଖିବା ସହ ସମୀକ୍ଷା କରିଛନ୍ତି ।

ଜେପି ନଡ୍ଡାଙ୍କ ଓଡ଼ିଶା ଗସ୍ତ: ଜନତା ମଇଦାନରେ ବିଜେପିର ପ୍ରସ୍ତୁତି

ଆସନ୍ତା ୨୯ ତାରିଖ (ଗୁରୁବାର) ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓଡ଼ିଶା ଗସ୍ତରେ ଆସୁଛନ୍ତି । ଏହି ଅବସରରେ ସେ ବିଭିନ୍ନ ଦଳୀୟ ପଦାଧିକାରୀଙ୍କ ସହ ଏକାଧିକ ବୈଠକ କରିବେ । ସମସ୍ତ ଜିଲ୍ଲାର ଜିଲ୍ଲା ସଭାପତି, ପଦାଧିକାରୀ, ବିଧାୟକ, ସାଂସଦ, ପୂର୍ବତନ ବିଧାୟକ ଓ ସାଂସଦ, ପ୍ରଭାରୀ ମାନଙ୍କ ସହ ଭିନ୍ନ ଭିନ୍ନ ପର୍ଯ୍ୟାୟରେ ବୈଠକ କରିବେ । ସାଙ୍ଗଠନିକ ବୈଠକ ବି ହେବ । ୩୦ ତାରିଖରେ ଜନତା ମଇଦାନରେ ଦଳୀୟ ସଂଗଠନର ୭ଟି ମୋର୍ଚ୍ଚାର ବିଭିନ୍ନ ପଦାଧିକାରଙ୍କ ସହ ଆଲୋଚନା କରିବେ । ପରେ ସଂଯୁକ୍ତ ମୋର୍ଚ୍ଚାକୁ ସମ୍ବୋଧିତ କରିବେ ନଡ୍ଡା । ଏହା ସହିତ ରାଜ୍ୟ ତୁଙ୍ଗ ନେତା ମାନଙ୍କ ସହ ବୈଠକ କରି ୨୦୨୪ ନିର୍ବାଚନ ପାଇଁ ଟାସ୍କ ଦେବେ ।

ନଡ୍ଡାଙ୍କ ଓଡିଶା ଗସ୍ତ ମହତ୍ବପୂର୍ଣ୍ଣ

ତେବେ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଗସ୍ତ ପୂର୍ବରୁ ବିଭିନ୍ନ କାର୍ଯ୍ୟକ୍ରମର ପ୍ରସ୍ତୁତି କରିଛି ବିଜେପି । ଦଳର ରାଜ୍ୟ ସହ ପ୍ରଭାରୀ ବିଜୟପାଲ ସିଂ ତୋମାର ଓ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ସମେତ ଦଳର ବରିଷ୍ଠ ନେତା କନକ ବର୍ଦ୍ଧନ ସିଂହଦେଓ, ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ, କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ ମୁଖପାତ୍ର ଦିଲ୍ଲୀପ ମଲ୍ଲିକ ଏବଂ ଅନ୍ୟ ପ୍ରମୁଖ ଦଳୀୟ ନେତା ଜନତା ମଇଦାନରେ ପ୍ରସ୍ତୁତି ବୁଲି ଦେଖିବା ସହ ସମୀକ୍ଷା କରିଛନ୍ତି । ଏନେଇ ରାଜ୍ୟ ସହ ପ୍ରଭାରୀ ବିଜୟ ପାଲ ସିଂ ତୋମାର କହିଛନ୍ତି, "ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଓଡିଶା ଗସ୍ତ ମହତ୍ବପୂର୍ଣ୍ଣ । କାରଣ ଆମେ ୨୦୨୪ ନିର୍ବାଚନ ପାଇଁ ଲଗାତାର ପ୍ରସ୍ତୁତି କରୁଛୁ । ଏହାକୁ ଲକ୍ଷ୍ୟ ରଖି ତୃଣମୂଳ ସ୍ତରର ନେତାଙ୍କୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି ।"

ଏହା ମଧ୍ୟ ପଢ଼ନ୍ତୁ...Mission 2024: ଆସନ୍ତା 29ରେ ପାଓ୍ୱାର ସୋ, ରାଜନୈତିକ ଦଳଙ୍କ ରଣହୁଙ୍କାରରେ କମ୍ପିବ ରାଜଧାନୀ

ବିଜେଡିର ସମ୍ମିଳନୀ ଉପରେ ପ୍ରତିକ୍ରିୟା

୨୯ ତାରିଖରେ ବିଜେଡି ମଧ୍ୟ ଏକ ବଡ଼ ବୈଠକ ନେଇ ପ୍ରସ୍ତୁତ କରିଛି । ଦଳୀୟ ସଂଗଠନକୁ ଅଧିକ ମଜବୁତ କରିବା ପାଇଁ ପଦଯାତ୍ରା ସହ ଯୁବ, ଛାତ୍ର ଓ ମହିଳା କର୍ମକର୍ତ୍ତାଙ୍କ ପାଇଁ ଆୟୋଜନ କରାଯିବ ପ୍ରଶିକ୍ଷଣ ଶିବିର । ତେବେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିଜୟପାଲ ସିଂ ତୋମାର । ସେ କହିଛନ୍ତି, "ଆମେ ବିଜେଡି କେତେବେଳେ କାର୍ଯ୍ୟକ୍ରମ କରୁଛି ବୁଝିକି ଆମ କାର୍ଯ୍ୟକ୍ରମ ସ୍ଥିର କରିନାହୁଁ । ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ କାର୍ଯ୍ୟକ୍ରମ ବହୁ ଆଗରୁ ସ୍ଥିର ହୋଇଥିଲା, ବିଜେଡି ଯଦି କରୁଛି କରୁ । ଆମ ଉପରେ କୌଣସି ଫରକ ପଡ଼ିବନି । ଅନ୍ୟ ଦଳମାନେ ସେହିଦିନ ବିଭିନ୍ନ କାର୍ଯ୍ୟକ୍ରମ ସ୍ଥିର କରିଛନ୍ତି । କାରଣ ବିଜେପି କର୍ମକର୍ତ୍ତାଙ୍କ ଉତ୍ସାହ, ସମଗ୍ର ଦେଶରେ ମୋଦିଙ୍କ ଲୋକପ୍ରିୟତା ଲାଗି ସମସ୍ତେ ଭୟଭୀତ ।"

ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି କହିଛନ୍ତି, "ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବା ପରେ ଜେପି ନଡ୍ଡା ପ୍ରଥମଥର ପାଇଁ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଏନେଇ ଦଳୀୟ କାର୍ଯ୍ୟକର୍ତ୍ତା ବେଶ ଉତ୍ସାହିତ । ଜନତା ମଇଦାନରେ ଦୁଇ ଦିନ ଧରି ଦଳର ପଞ୍ଚାୟତ ସ୍ତରର ନେତା ଓ ଛାମୁଆ ସଙ୍ଗଠନର ନେତାଙ୍କ ସହ ଆଲୋଚନା କରିବେ । ଏନେଇ ଜନତା ମଇଦାନରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ଜେପି ନଡ୍ଡାଙ୍କ ଗସ୍ତ ଓଡିଶାରେ ଦଳୀୟ ନେତାଙ୍କୁ ଶକ୍ତି ଯୋଗାଇବ ।" ତେବେ ବିଜେପି ତାର ପୂର୍ବ ପ୍ରସ୍ତୁତି ଅନୁସାରେ କାର୍ଯ୍ୟକ୍ରମ କରୁଛି । ଯଦି କୌଣସି ରାଜନୈତିକ ଦଳ ପ୍ରତିଦ୍ବନ୍ଦିତା କରିବା ପାଇଁ ଚାହୁଁଛନ୍ତି, ତାଙ୍କୁ ମଧ୍ୟ ଶୁଭେଚ୍ଛା ବୋଲି କହିଛନ୍ତି ସମୀର ମହାନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details