ଓଡିଶା

odisha

By

Published : Jan 21, 2022, 8:53 PM IST

ETV Bharat / city

Panchayat Polls: ଏକ ନମ୍ବର ସ୍ଥାନରେ ରହିବାର ଦମ୍ଭୋକ୍ତି କଲା ବିଜେପି

ଚଳିତ ତ୍ରିସ୍ତରୀୟ ନିର୍ବାଚନରେ ଏକ ନମ୍ବର ସ୍ଥାନରେ ରହିବ ବିଜେପି । ଏଭଳି ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର । ଅଧିକ ପଢନ୍ତୁ

Panchayat Election: 1 ନଂ ସ୍ଥାନରେ ରହିବାର ଦମ୍ଭୋକ୍ତି ଦେଲା ବିଜେପି
Panchayat Election: 1 ନଂ ସ୍ଥାନରେ ରହିବାର ଦମ୍ଭୋକ୍ତି ଦେଲା ବିଜେପି

ଭୁବନେଶ୍ବର: ବିଜେପି ଗତକାଲି(ଗୁରୁବାର)ଠୁ ସବୁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିସାରିଛି । ପଞ୍ଚାୟତରେ ଲୋକଙ୍କୁ କେନ୍ଦ୍ର ସରକାର ଦେଉଥିବା ସହାୟତା ପହଞ୍ଚି ପାରୁନି ଭଳି ସମସ୍ୟାକୁ ମୁଖ୍ୟ ପ୍ରସଙ୍ଗ କରିଛି ବିଜେପି । ଏହି ଆଧାରରେ ଓଡ଼ିଶା ଜନସାଧାରଣ ବିଜେପିକୁ ଏକ ନମ୍ବରରେ ରଖିବେ । ଦଳ ଚଳିତ ନିର୍ବାଚନରେ ଏକ ନମ୍ବରରେ ରହିବ ବୋଲି କହିଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ।

Panchayat Election: 1 ନଂ ସ୍ଥାନରେ ରହିବାର ଦମ୍ଭୋକ୍ତି ଦେଲା ବିଜେପି

ପଞ୍ଚାୟତରେ ଲୋକଙ୍କୁ କେନ୍ଦ୍ର ସରକାର ଦେଉଥିବା ସହାୟତା ପହଞ୍ଚିପାରୁନି, ସ୍ବଚ୍ଛ ଭାରତ ଅଭିଯାନରେ ଟଏଲେଟ ଯୋଜନାର ବାଟମାରଣା ହେଉଛି । ବିଜେଡି଼ ନେତା, କର୍ମୀ ଏବଂ ଅସାଧୁ ଅଫିସର ହଡ଼ପ କରୁଛନ୍ତି । ବ୍ୟାପକ ମାତ୍ରରେ ପିସି କାରବାର ହେଉଛି । ଏ ସମସ୍ତ ବିଷୟ ପଞ୍ଚାୟତ ନିର୍ବାଚନରେ ମୁଖ୍ୟ ପ୍ରସଙ୍ଗ ହେବ । ଏହି ଆଧାରରେ ଓଡ଼ିଶା ଜନସାଧାରଣ ବିଜେପିକୁ ଏକ ନମ୍ବରରେ ରଖିବେ ।

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଆଜି ଶେଷ ତାରିଖ ଥିଲା । ବିଜେପିର ପ୍ରାର୍ଥୀମାନେ ସମସ୍ତ ଜିଲ୍ଲାରେ ଜିଲ୍ଲା ପରିଷଦ, ସମିତି ସଭ୍ୟ, ସରପଞ୍ଚ ପାଇଁ ପ୍ରାର୍ଥୀ ଦେଇଛନ୍ତି । ସର୍ଭେ ରିପୋର୍ଟ ଅନୁସାରେ 70 ପ୍ରତିଶତ କୃଷକଙ୍କ ଆୟ ସାରା ଭାରତ ବର୍ଷରେ ତଳ ଆଡୁ 2 ନମ୍ବରରେ ରହିଛି ଓଡ଼ିଶା । ନବୀନଙ୍କ 22 ବର୍ଷ ଶାସନ କାଳରେ ଚାଷୀଙ୍କ ଆୟ ବଢି ପାରିନି । ଏବେ ମଣ୍ଡିରେ ଧାନ କିଣା ବିକା ଚାଲିଛି ସେଠାରେ ମଧ୍ୟ ଅବ୍ୟବସ୍ଥା ଦେଖିବାକୁ ମିଳୁଛି ।

ଏହା ବି ପଢନ୍ତୁ: Panchayat Polls: କଂଗ୍ରେସର ନାହିଁ ଜୋଶ, ପୁଣି ଫେଲ ମାରିପାରେ ଦଳ !

କେନ୍ଦ୍ର ସରକାର 1940 ଟଙ୍କା ଲେଖାଏଁ ସହାୟତା ଯୋଗାଇ ଦେଉଛନ୍ତି ତାହା ମଧ୍ୟ ଠିକ୍‌ରେ ଚାଷୀଙ୍କ ପାଖରେ ପହଁଚି ପାରୁନାହିଁ । ସବୁଠାରୁ ଅଧିକ ଅବ୍ୟବସ୍ଥା ମଣ୍ଡିରେ ମିଲର୍ସ ମାନେ 810 କେଜି କଟନୀ ଛଟନୀ କରି ଧାନ ମଣ୍ଡିରୁ ଉଠାଉଛନ୍ତି । 22 ବର୍ଷ ଭିତରେ ଜଳସେଚନ ସୁବିଧା ସରକାର କରିପାରିଲେ ନାହିଁ । ଧାନ ବିକ୍ରି ନ କରିପାରିବା ସହିତ ପାଣି ପାଇ ପାରୁନାହାନ୍ତି ଚାଷୀ । ଚାଷୀ ମାନଙ୍କ ଅସନ୍ତୋଷ ବିଜେଡି଼ ବିରୋଧରେ ଯିବ ।

ରିଜରଭେସନ ପରେ ଚାଷୀ, ଅନ୍ୟାନ୍ୟ ବର୍ଗ ଲୋକେ ମଧ୍ୟ ବିଜେଡିକୁ ଭୋଟ ଦେବେ ନାହିଁ । ତ୍ରିସ୍ତରୀୟ ନିର୍ବାଚନରେ ବିଜେପି ପୂର୍ବ ଥର ଯେତିକି ସଫଳତା ହାସଲ କରିଥିଲା ଏ ଥର ତା ଠାରୁ ଅଧିକ ମାତ୍ରାରେ ସଫଳତା ହାସଲ କରିବ । ଏ ନିର୍ବାଚନରେ କଂଗ୍ରେସ ପକ୍ଷରୁ ବହୁ ଜାଗାରେ ପ୍ରାର୍ଥୀ ଦିଆଯାଇ ନାହିଁ ଯେଉଁ କଂଗ୍ରେସ ପ୍ରାର୍ଥୀ ଅଛନ୍ତି ସେମାନେ ମଧ୍ୟ ବିଜେପିକୁ ଭୋଟ ଦେବେ ବୋଲି କହିଛନ୍ତି ବିଜେପି କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ABOUT THE AUTHOR

...view details