ଓଡିଶା

odisha

By

Published : Jan 28, 2020, 6:49 AM IST

ETV Bharat / city

ଆଜି ବସିବ ବିଜେଡି ସଂସଦୀୟ ଦଳ ବୈଠକ, ପ୍ରସ୍ତୁତ ହେବ ରଣନୀତି

ନବୀନ ନିବାସରେ ସକାଳ 11.30ରେ ବସିବ ବିଜେଡି ସଂସଦୀୟ ଦଳ ବୈଠକ । ବଜେଟ ଅଧିବେଶନରେ ଦଳର କଣ ରହିବ ଆଭିମୁଖ୍ୟ, କେଉଁ ପ୍ରସଙ୍ଗ ଉଠାଯିବ ସେନେଇ ଆଲୋଚନା କରାଯିବ।

bjp
bjp

ଭୁବନେଶ୍ବର: ଆଜି ବସିବ ବିଜେଡି ସଂସଦୀୟ ଦଳ ବୈଠକ। ନବୀନ ନିବାସରେ ସକାଳ 11.30ରେ ବସିବ ବୈଠକ। ବଜେଟ ଅଧିବେଶନରେ ଦଳର କଣ ରହିବ ଆଭିମୁଖ୍ୟ, କେଉଁ ପ୍ରସଙ୍ଗ ଉଠାଯିବ ସେନେଇ ଆଲୋଚନା କରାଯିବ। ସବୁ ସାଂସଦ ଏଥିରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।


ଏଥର ସଂସଦୀୟ ଦଳ ବୈଠକରେ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ରହିଛି । ଯାହାକି ରାଜ୍ୟର ସ୍ବାର୍ଥ ସମ୍ବଳିତ। ବିଶେଷ କରି ଓଡିଶାକୁ ସ୍ବତନ୍ତ୍ର ପାହ୍ୟାର ମାନ୍ୟତା ଦେବା, ମହାନଦୀ ଜଳ ବିବାଦ ଓ ପୋଲାଭରମ ପ୍ରକଳ୍ପର ତ୍ବରିତ ସମାଧାନ, ଜାତିଭିତ୍ତିକ ଜନଗଣନା, ପଛୁଆବର୍ଗଙ୍କୁ ୨୭ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥାକୁ ସମ୍ବିଧାନର ନବମ ଅନୁଚ୍ଛେଦରେ ସାମିଲ କରିବା, ମହିଳାଙ୍କୁ ସଂରକ୍ଷଣ, ବିଧାନ ପରିଷଦ ଗଠନ, କେନ୍ଦ୍ରୀୟ ଅନୁଦାନ ଭଳି ଅନେକ ଗୁଡିଏ ପ୍ରସଙ୍ଗ ଉଠାଯିବ ବୋଲି ଜଣାପଡିଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details