ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୧ ତମ ଜନ୍ମଦିବସ ଅବସରରେ ବିଜେପି ପାଳୁଛି ସେବା ଦିବସ । ଏହି କ୍ରମରେ ଦଳ ପକ୍ଷରୁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଆଜି(ଶନିବାର) ରାଜ୍ୟ କାର୍ଯ୍ୟାଳୟ ପରିସରରେ ରାଜ୍ୟ ସଭାପତି ସମୀର ମହାନ୍ତି ଚାରା ରୋପଣ କରିଛନ୍ତି ।
ଦଳ ପକ୍ଷରୁ ସେପ୍ଟେମ୍ବର ୧୭ ରୁ ଅକ୍ଟୋବର ୭ ଯାଏଁ ସେବା ଏବଂ ସମର୍ପଣ ଅଭିଯାନ ଚାଲୁ ରହିବ। ଏହି ପରିପ୍ରେକ୍ଷୀରେ ଆଜି ଚାରା ରୋପଣ କରାଯାଇଥିଲା । ରାଜ୍ୟ ସଭାପତି ନିଜେ ଗଛ ଲଗାଇଥିଲେ । ସେବା ଓ ସମର୍ପଣରେ ସବୁଦିନ କିଛି କିଛି ନୂତନ କାର୍ଯ୍ୟକ୍ରମ କରାଯିବ।