ଓଡିଶା

odisha

ETV Bharat / city

ରାଜ୍ୟସରକାରଙ୍କ ଚାଷୀ ମାରଣ ନୀତିକୁ ବିରୋଧ: 19ରୁ ବିଜେପିର ଚାଷୀ ସମାବେଶ - BJP farmers' rally

ରାଜ୍ୟସରକାରଙ୍କ ଚାଷୀ ମାରଣ ନୀତିକୁ ବିରୋଧ କରି ବିଜେପି ରାଜ୍ୟବ୍ୟାପୀ ଚାଷୀ ସମାବେଶ କରିବ । ଅଧିକ ପଢନ୍ତୁ...

ରାଜ୍ୟବ୍ୟାପୀ ଚାଷୀ ସମାବେଶ କରିବ ବିଜେପି
ରାଜ୍ୟବ୍ୟାପୀ ଚାଷୀ ସମାବେଶ କରିବ ବିଜେପି

By

Published : Dec 14, 2020, 6:56 AM IST

ଭୁବନେଶ୍ବର: ରାଜ୍ୟସରକାରଙ୍କ ଚାଷୀ ମାରଣ ନୀତି ପାଇଁ ଘେରିବ ବିଜେପି । ଦଳ ପକ୍ଷରୁ ରାଜ୍ୟବ୍ୟାପୀ ଚାଷୀ ସମାବେଶ ଓ ମଣ୍ଡିଚାଲ ଅଭିଯାନ କାର୍ଯ୍ୟକ୍ରମ ଆରମ୍ଭ କରାଯିବ । ଯାହାକୁ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି ।

ରାଜ୍ୟବ୍ୟାପୀ ଚାଷୀ ସମାବେଶ କରିବ ବିଜେପି

ରାଜ୍ୟସରକାରଙ୍କ ଚାଷୀ ମାରଣ ନୀତି, ଅଭାବୀ ଧାନ ବିକ୍ରି, ଏମଏସପିରୁ କମ୍ ଟଙ୍କାରେ ଧାନ କିଣିବା, ବିଭିନ୍ନ ଆଳ ଦେଖାଇ କଟନି ଛଟନିରେ 10 କେଜି ପର୍ଯ୍ୟନ୍ତ ଧାନ କାଟିବା, ଟୋକନ ବ୍ୟବସ୍ଥାରେ ବ୍ୟାପକ ଅନିୟମିତତା ଆଦି ଚାଷ ଜନିତ ବିଭିନ୍ନ ପ୍ରସଙ୍ଗକୁ ଆଧାର କରି ବିଜେପି ପକ୍ଷରୁ ଏହି କାର୍ଯ୍ୟକ୍ରମ ହାତକୁ ନିଆଯିବ ।

ଆସନ୍ତା ଡିସେମ୍ବର 19 ତାରିଖ ଦିନ କଟକ, 20ରେ ଆସ୍କା, 22ରେ ଜୟପୁର, 23 ଢେଙ୍କାନାଳ, 24ରେ ବାଲେଶ୍ବର ଏବଂ 26 ତାରିଖରେ ବରଗଡ ଠାରେ ବିଶାଳ ଚାଷୀ ସମାବେଶ କରାଯିବ । ଏହାସହ ରାଜ୍ୟର 3 ହଜାର 5 ଶହ ଧାନ ମଣ୍ଡିରେ କୃଷକ ମୋର୍ଚ୍ଚାର କାର୍ଯ୍ୟକର୍ତ୍ତାମାନେ ମଣ୍ଡିଚାଲ ଅଭିଯାନକୁ ବ୍ୟାପକ କରି ରାଜ୍ୟସରକାରଙ୍କ ଚାଷୀ ମାରଣ ନୀତିକୁ ବିରୋଧ କରିବେ ।

ଆଗାମୀ ଦିନରେ କୃଷକ ମୋର୍ଚ୍ଚାର କାର୍ଯ୍ୟକର୍ତ୍ତାମାନେ ଚାଷୀ ସମସ୍ୟାକୁ ନେଇ ଜିଲ୍ଲାବ୍ୟାପୀ ଆନ୍ଦୋଳନ କରିବେ ବୋଲି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ ସୂଚନା ଦେଇଛନ୍ତି । କୃଷକ ମୋର୍ଚ୍ଚା ରାଜ୍ୟ ସଭାପତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ପୂର୍ବତନ ମନ୍ତ୍ରୀ କେ.ଭି ସିଂହଦେଓ, ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର, ରାଜ୍ୟ ସାଧାରଣ ସମ୍ପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର, କୃଷକ ମୋର୍ଚ୍ଚା ରାଷ୍ଟ୍ରୀୟ ଉପସଭାପତି ମହେଶ୍ବର ସାହୁ, କୃଷକ ମୋର୍ଚ୍ଚା ରାଜ୍ୟ ସାଧାରଣ ସମ୍ପାଦକ ସୁରଥ ବିଶ୍ବାଳ, ଅମର ନାଏକ, ପିଙ୍କି ପ୍ରଧାନ ପ୍ରମୁଖ ଯୋଗ ଦେଇ ରାଜ୍ୟର ଚାଷ ଓ ଚାଷୀମାନଙ୍କର ସମସ୍ୟା ଦିଗରେ ଆଲୋଚନା କରିଥିଲେ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details