ଭୁବନେଶ୍ବର:ବିଜେପିର କାର୍ଯ୍ୟକାରିଣୀ ବୈଠକକୁ ନେଇ କଡା ସମାଲୋଚନା କରିଛନ୍ତି ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ । ଆଜି ବିଜେପି ରାଜ୍ୟ ସରକାରଙ୍କ ଦୋଷ ଦୁର୍ବଳତାକୁ ନେଇ ଚିଠା ପ୍ରସ୍ତାବ ଆଗତ କରିଛି ବିଜେପି । ବିଜେପି କେବଳ ସରକାରଙ୍କ ଦୁର୍ବଳତା ଖୋଜେ, ଲୋକଙ୍କ ସମସ୍ୟା ନୁହେଁ ବୋଲି ପ୍ରମିଳା କହିଛନ୍ତି ।
ଆଜି ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ରାଜ୍ୟ ସରକାରଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଛି । ଏହାକୁ ଲୋକଙ୍କ ପାଖକୁ ନେବା ପାଇଁ ରୋଡମ୍ୟାପ ପ୍ରସ୍ତୁତ କରିଛି ବିଜେପି । ଏହାକୁ ନେଇ ବିଜେଡି ନେତ୍ରୀ ତଥା ବିଧାୟିକା ପ୍ରମିଳା ମଲ୍ଲିକ କହିଛନ୍ତି, ବିଜେପି ସବୁବେଳେ ସଜବାଜ ହୁଏ । ଆଗରୁ ହେଉଥିଲା, ଏବେ ପୁଣି ହେଉଛି । ହେଲେ ତାଙ୍କ ସଜବାଜ ଲୋକେ ଦେଖନ୍ତି ନାହିଁ । ରାଜ୍ୟ ବିଜେପି ଓଡ଼ିଶା ସରକାରଙ୍କ ଦୋଷ ଦୁର୍ବଳତା କଣ ଆଲୋଚନା କରିବେ । କେନ୍ଦ୍ର ସରକାରଙ୍କର ଦୋଷ ଦୁର୍ବଳତା ପ୍ରଥମେ ଆଲୋଚନା କରନ୍ତୁ ବୋଲି ପ୍ରମିଳା ପରାମର୍ଶ ଦେଇଛନ୍ତି ।