ଭୁବନେଶ୍ବର:ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିଲେ ବିଜେପି କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ (BJP Odisha in-charge Sunil Bansal )। ଦଳ ପକ୍ଷରୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଛି । ବିମାନ ବନ୍ଦରରୁ ବଂଶଲ ସିଧା ରାଜ୍ୟ କାର୍ଯ୍ୟାଳୟକୁ ଯାଇ ଦଳୀୟ ନେତାଙ୍କ ସହ ଆଲୋଚନା କରିବେ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଓଡିଶା ଗସ୍ତ ପୂର୍ବରୁ ବଂଶଲ ସ୍ଥିତି ସମୀକ୍ଷା ପାଇଁ ଦିନିକିଆ ଓଡିଶା ଗସ୍ତରେ ଆସିଛନ୍ତି ।
ଏହା ତାଙ୍କ ଦ୍ବିତୀୟ ଓଡିଶା ଗସ୍ତ । ଭୁବନେଶ୍ବର ବିମାନ ବନ୍ଦରରେ ସେ ପହଞ୍ଚିବା ପରେ ତାଙ୍କୁ ବିଜେପି କର୍ମୀ ସ୍ବାଗତ କରିଛନ୍ତି । ଆଗକୁ ୨୦୨୪ ନିର୍ବାଚନ ଆସୁଥିବାରୁ ଦଳର ରଣନୀତି ଉପରେ ଆଲୋଚନା ରାଜ୍ୟ କାର୍ଯ୍ୟାଳୟରେ ଆଲୋଚନା କରିବେ ବଂଶଲ । ଦଳର ବିଧାୟକ, ସାଂସଦ ଓ ଦଳର ବିଭିନ୍ନ ମୋର୍ଚ୍ଚା ପଦାଧିକାରୀଙ୍କ ସହ ପୃଥକ ପୃଥକ ଭାବରେ ଆଲୋଚନା କରିବେ । ଆଗାମୀ 29 ତାରିଖରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଓଡିଶା ଗସ୍ତରେ ଆସିବେ । ଏହା ପୂର୍ବରୁ ବଂଶଲ ସ୍ଥିତି ସମୀକ୍ଷା ପାଇଁ ଦିନିକିଆ ଓଡିଶା ଗସ୍ତରେ ଆସିଛନ୍ତି ।
ଏହା ବି ପଢନ୍ତୁ...ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ନିଯୁକ୍ତି: ଜାଣନ୍ତୁ କାହାକୁ ମିଳିଲା କେଉଁ ଜିଲ୍ଲା ଦାୟିତ୍ବ