ଭୁବନେଶ୍ବର: ପ୍ରଥମେ ଓବିସି ମାନଙ୍କ ପାଇଁ ସରଂକ୍ଷଣ ବ୍ୟବସ୍ଥା ପରେ ପଞ୍ଚାୟତ ନିର୍ବାଚନ କରିବାକୁ ଦାବି କରିଛି ବିଜେପି ଓବିସି ମୋର୍ଚ୍ଚା । ଏନେଇ ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି ବିଜେପି ଓବିସି ମୋର୍ଚ୍ଚା । ପରେ ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ଓବିସିଙ୍କ ପାଇଁ ସଂରକ୍ଷଣ ଦାବି କରି ଅଭିଯୋଗ ପତ୍ର ବା ଦାବି ପତ୍ର ପ୍ରଦାନ କରାଯାଇଛି ।
। ନିର୍ବାଚନ ପରେ ହୋଇପାରିବ କିନ୍ତୁ ସାମ୍ବିଧାନିକ ଅଧିକାରରୁ ଥରେ ବଞ୍ଚିତ ହେଲେ ପଛୁଆ ବର୍ଗ ଆଉ ତାହା ପାଇବା କଷ୍ଟକର ହେବା ନେଇ ଆଶଙ୍କା କରିଛି ବିଜେପି । ଏହାକୁ ନେଇ ଆଜିଠାରୁ(ଜାନୁଆରୀ ୩) ତାରିଖରୁ ରାଜ୍ୟ ପ୍ରତ୍ୟେକ ଜିଲ୍ଲାରେ ପ୍ରତିବାଦ ଆରମ୍ଭ କରିଛି ବିଜେପି ଓବିସି ମୋର୍ଚ୍ଚା । ରାଜ୍ୟସ୍ତରରେ ମଧ୍ୟ ଏହି ପ୍ରସଙ୍ଗକୁ ନେଇ ରାଜରାସ୍ତାକୁ ଓହ୍ଲାଇବାକୁ ଧମକ ଦେଇଛି ବିଜେପି ।
ଏହା ବି ପଢ଼ନ୍ତୁOBC Reservation Politics: ଜାନୁଆରୀ ୩ରେ ସାରା ରାଜ୍ୟରେ ପ୍ରତିବାଦ କରିବ ବିଜେପି ଓବିସି ମୋର୍ଚ୍ଚା