ଓଡିଶା

odisha

ETV Bharat / city

OBC ବର୍ଗଙ୍କୁ ଶିକ୍ଷାକ୍ଷେତ୍ରରେ ସଂରକ୍ଷଣ ଦାବି, କାର୍ଯ୍ୟାଳୟରେ ପ୍ରତିବାଦ

OBC ବର୍ଗଙ୍କୁ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ଦାବି ନେଇ ଓବିସି କମିଶନଙ୍କ କାର୍ଯ୍ୟାଳୟ ଆଗରେ ପ୍ରତିବାଦ କଲା ବିଜେପି ଓବିସି ମୋର୍ଚ୍ଚା । ଅଧିକ ପଢନ୍ତୁ

OBC ବର୍ଗଙ୍କୁ ଶିକ୍ଷାକ୍ଷେତ୍ରରେ ସଂରକ୍ଷଣ ଦାବି, କାର୍ଯ୍ୟାଳୟରେ ପ୍ରତିବାଦ
OBC ବର୍ଗଙ୍କୁ ଶିକ୍ଷାକ୍ଷେତ୍ରରେ ସଂରକ୍ଷଣ ଦାବି, କାର୍ଯ୍ୟାଳୟରେ ପ୍ରତିବାଦ

By

Published : Sep 17, 2022, 9:39 PM IST

ଭୁବନେଶ୍ବର:ପଛୁଆ ବର୍ଗ (OBC)ଙ୍କୁ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ଦାବି ନେଇ ଓବିସି କମିଶନଙ୍କ କାର୍ଯ୍ୟାଳୟ ଘେରିଲା ବିଜେପି ଓବିସି ମୋର୍ଚ୍ଚା । ଇଞ୍ଜିନିୟରିଂ ପାଠ୍ୟକ୍ରମରେ ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ୧୦ ପ୍ରତିଶତ ସିଟ୍‌ ସଂରକ୍ଷିତ ରଖିବା ପରେ ଓବିସି ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟ ସିଟ ସଂରକ୍ଷିତ ହେବା ଦାବିରେ ବିଜେପି ଓବିସି ମୋର୍ଚ୍ଚା ଛାତ୍ର ସାମ୍ମୁଖ୍ୟ ପକ୍ଷରୁ ଓବିସି କମିଶନଙ୍କ ନିକଟରେ ପ୍ରତିବାଦ ଓ ବିକ୍ଷୋଭ ପଦର୍ଶନ କରିଛନ୍ତି ।

OBC ବର୍ଗଙ୍କୁ ଶିକ୍ଷାକ୍ଷେତ୍ରରେ ସଂରକ୍ଷଣ ଦାବି, କାର୍ଯ୍ୟାଳୟରେ ପ୍ରତିବାଦ

ଓଡ଼ିଶା ସରକାର ଓବିସି ବିରୋଧୀ । ୫୪ ପ୍ରତିଶତ ଏସିବିସି ଓ ଓବିସି ବର୍ଗଙ୍କ ପ୍ରତି ରାଜ୍ୟ ସରକାର ବାରମ୍ବାର ଅବହେଳା କରି ଆସୁଛନ୍ତି । ଶିକ୍ଷା, ନିଯୁକ୍ତି ଓ ରାଜନୈତିକ ପ୍ରତିନିଧିତ୍ବ ଭଳି କ୍ଷେତ୍ରରେ ଓବିସି ମାନଙ୍କୁ ସେମାନଙ୍କ ସମ୍ବିଧାନିକ ଅଧିକାରରୁ ବଞ୍ଚିତ କରାଯାଉଛି । ଯାହାକୁ ବିରୋଧ କରି କମିଶନଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛି ବିଜେପି OBC ମୋର୍ଚ୍ଚା ଛାତ୍ର । ତେବେ ବିଜେପିର ଅଭିଯୋଗ ରାଜ୍ୟ ସରକାର ଯୋଜନା ବଦ୍ଧ ଭାବେ ରାଜ୍ୟର ୫୪ ପ୍ରତିଶତ ଓବିସିଙ୍କୁ ଉପେକ୍ଷା କରି ଆସୁଛନ୍ତି ।

ଏହା ବି ପଢନ୍ତୁ- ଗରିବ ପିଲା ପଢ଼ିପାରିବେ ଇଞ୍ଜିନିୟରିଂ, ୧୦ ପ୍ରତିଶତ ସଂରକ୍ଷିତ ରହିବ ସିଟ୍‌

ତେବେ ଏ ନେଇ ଓବିସି ମୋର୍ଚ୍ଚା ସଭାପତି ସୁରଥ ବିଶ୍ବାଳ କହିଛନ୍ତି, "ମଣ୍ଡଳ କମିଶନ ସୁପାରିଶ ଅନୁସାରେ ଓବିସି ବର୍ଗ ସାରା ରାଜ୍ୟରେ ଥିବା ୫୪ ଭାଗଙ୍କୁ କାହିଁକି ପକ୍ଷପାତିତା କରୁଛନ୍ତି ? କେନ୍ଦ୍ର ସରକାର ଡେଣ୍ଟାଲ, ମେଡିକାଲ, ନବୋଦୟ ସ୍କୁଲ, ସୈନିକ ସ୍କୁଲରେ ୨୭ ପ୍ରତିଶତ ସିଟ୍‌ ସଂରକ୍ଷିତ କରିଥିବା ବେଳେ ଓଡ଼ିଶା ସରକାର କାହିଁକି ଦେଉନାହାନ୍ତି ?"

ଓବିସି ମାନଙ୍କୁ ଶିକ୍ଷା କ୍ଷେତ୍ରରେ ଶୁନ୍ୟ ସଂରକ୍ଷଣ ନୀତି ସରକାର କାହିଁକି ଆପଣେଇଛନ୍ତି ବୋଲି ପ୍ରଶ୍ନ କରିଛି ବିଜେପି । ଏପଟେ ରାଜ୍ୟର ବୈଷୟିକ ଶିକ୍ଷାନୁଷ୍ଠାନରେ ଆର୍ଥିକ ଅନଗ୍ରସର ଛାତ୍ରଛାତ୍ରୀଙ୍କ ପାଇଁ ସଂରକ୍ଷିତ ରହିବ ୧୦ % ସିଟ । AICTE ଦେଇଛି ଅନୁମୋଦନ। ଚଳିତ ଶିକ୍ଷା ବର୍ଷରୁ ଓଜେଇଇ ଏହାକୁ ଲାଗୁ କରିବ। ପରିବାରର ଆୟ ୮ଲକ୍ଷରୁ କମ୍ ଓ ୫ ଏକରରୁ କମ୍ ଜମି ଥିବା ଲୋକଙ୍କ ପିଲା ପାଇବେ ଏହି ସୁବିଧା ।

ପୂର୍ବରୁ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଓ ପଛୁଆ ବର୍ଗର ଛାତ୍ରଛାତ୍ରୀଙ୍କ ଲାଗି ସଂରକ୍ଷଣ ବ୍ୟବସ୍ଥା ଲାଗୁ ରହିଥିଲା । ଚଳିତ ଶିକ୍ଷାବର୍ଷରୁ ଅଲ୍‌ ଇଣ୍ଡିଆ କାଉନସିଲ୍ ଫର ଟେକନିକାଲ୍‌ ଏଜୁକେସନର(ଏଆଇସିଟିଇ) ଅନୁମୋଦନ କ୍ରମେ ଏହି ସଂରକ୍ଷଣ ଅନୁଯାୟୀ ଓଜେଇଇ କାଉନସେଲିଂ କରିବ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details