ଓଡିଶା

odisha

ETV Bharat / city

ପୁଣି ତାତିଲା BJP OBC ମୋର୍ଚ୍ଚା, କହିଲା ପଞ୍ଚାୟତ ନିର୍ବାଚନ ଏବଂ ଶିକ୍ଷା କ୍ଷେତ୍ରରେ ହୋଇଛି ଅବହେଳା - ରାଜ୍ୟ ବିଜେପି ଓବିସି ମୋର୍ଚ୍ଚାର ସାମ୍ବାଦିକ ସମ୍ମିଳନୀ

ରାଜ୍ୟ ସରକାର ପଞ୍ଚାୟତ ନିର୍ବାଚନ ଏବଂ ଶିକ୍ଷା କ୍ଷେତ୍ରରେ OBC ମାନଙ୍କୁ ଅବହେଳା କରିଛନ୍ତି । ଏ ନେଇ ରାଜ୍ୟ BJP OBC ମୋର୍ଚ୍ଚା ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରି ଜୋରଦାର ଟାର୍ଗେଟ କରିଛନ୍ତି। ଅଧିକ ପଢନ୍ତୁ

ପଞ୍ଚାୟତ ନିର୍ବାଚନ ଏବଂ ଶିକ୍ଷା କ୍ଷେତ୍ରରେ ଓବିସି ମାନଙ୍କୁ ଅବହେଳା କରିଛନ୍ତି ରାଜ୍ୟ ସରକାର
ପଞ୍ଚାୟତ ନିର୍ବାଚନ ଏବଂ ଶିକ୍ଷା କ୍ଷେତ୍ରରେ ଓବିସି ମାନଙ୍କୁ ଅବହେଳା କରିଛନ୍ତି ରାଜ୍ୟ ସରକାର

By

Published : Jan 24, 2022, 5:36 PM IST

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନ ଏବଂ ଶିକ୍ଷା କ୍ଷେତ୍ରରେ OBC ଙ୍କୁ ଅବହେଳା କରିଛନ୍ତି ରାଜ୍ୟ ସରକାର। ଏ ନେଇ ରାଜ୍ୟ BJP OBC ମୋର୍ଚ୍ଚା ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରି ଜୋରଦାର ଟାର୍ଗେଟ କରିଛନ୍ତି। କେନ୍ଦ୍ର ସରକାର ଶିକ୍ଷା କ୍ଷେତ୍ରରେ ଓବିସି ମାନଙ୍କୁ 27 ପ୍ରତିଶତ ସଂରକ୍ଷଣ ଦେଇଛନ୍ତି । ଆଉ ସୁପ୍ରିମକୋର୍ଟ ମୋହର ମାରିଛନ୍ତି । ଯଦି ରାଜ୍ୟ ସରକାର ଓବିସିଙ୍କୁ ଶିକ୍ଷା ଓ ନିଯୁକ୍ତି ଦେବେ ନାହିଁ । ତାହେଲେ ଆନ୍ଦୋଳନକୁ ଓହ୍ଲାଇବ ବିଜେପି ଓବିସି ମୋର୍ଚ୍ଚା ।

ପଞ୍ଚାୟତ ନିର୍ବାଚନ ଏବଂ ଶିକ୍ଷା କ୍ଷେତ୍ରରେ ଓବିସି ମାନଙ୍କୁ ଅବହେଳା କରିଛନ୍ତି ରାଜ୍ୟ ସରକାର

ରାଜ୍ୟରେ ଅନ୍ୟାନ୍ୟ ପଛୁଆ ବର୍ଗକୁ ଅବହେଳା କରିଛନ୍ତି ରାଜ୍ୟ ସରକାର । ଚଳିତ ପଞ୍ଚାୟତ ନିର୍ବାଚନରେ ଓବିସି ମାନେ କେମିତି ସଂରକ୍ଷଣ ପାଇବେ ନାହିଁ ସେ ନେଇ ରାଜ୍ୟ ସରକାର ଷଡଯନ୍ତ୍ର କରିଥିଲେ । ଜାତି ଭିତ୍ତିକ ଜନଗଣନା କେନ୍ଦ୍ର ସରକାର କରୁନାହାନ୍ତି ବୋଲି ଓବିସିଙ୍କ ଜନଗଣନାରେ ସମସ୍ୟା ହେଉଥିବା କଥା ରାଜ୍ୟ ସରକାର କହିଥିଲେ । ହେଲେ ଓବିସି ସର୍ଭେ ରାଜ୍ୟ ସରକାରଙ୍କ ଦାୟିତ୍ବ । ଶିକ୍ଷା କ୍ଷେତ୍ରରେ ଅନ୍ୟ ରାଜ୍ୟ ସଂରକ୍ଷଣ ଦେଉଛନ୍ତି । ହେଲେ ଓଡିଶା ସରକାର ଦେଉନାହାନ୍ତି ।

ମେଡିକାଲ ଶିକ୍ଷା କାଉନସେଲିଂରେ ଓବିସି ମାନଙ୍କୁ ସରକାର 27 ପ୍ରତିଶତ ଦେଉନାହାନ୍ତି । ଟ୍ରିପଲ ଟେଷ୍ଟ ସରିନି ବୋଲି ଯେଉଁ ରାଜ୍ୟ କରିନାହାନ୍ତି । ସେମାନେ ନିର୍ବାଚନ ସ୍ଥଗିତ ରଖିଲେ । କିନ୍ତୁ ଓଡିଶା ସରକାର ଷଡଯନ୍ତ୍ର କରି ପଞ୍ଚାୟତ ନିର୍ବାଚନ କରୁଛନ୍ତି। ଶିକ୍ଷା କ୍ଷେତ୍ରରେ ସବୁ ରାଜ୍ୟ ପଛୁଆ ବର୍ଗଙ୍କୁ ସଂରକ୍ଷଣ ଦେଉଛନ୍ତି । କିନ୍ତୁ ଓଡିଶା ସରକାର ଦେଉନାହାନ୍ତି ।

ମେଡ଼ିକାଲ ଶିକ୍ଷା କ୍ଷେତ୍ରରେ ଓବିସିଙ୍କୁ 27% ସଂରକ୍ଷଣ ପାଇଁ କେନ୍ଦ୍ର ସରକାରଙ୍କ ପ୍ରସ୍ତାବକୁ ସୁପ୍ରିମକୋର୍ଟ ମୋହର ମାରିଲେ । କିନ୍ତୁ ରାଜ୍ୟ ସରକାର ଏପର୍ଯ୍ୟନ୍ତ କଣ କରିବେ ସ୍ପଷ୍ଟ କଲେ ନାହିଁ । ତେଣୁ ଯାହା ଜଣାପଡୁଛି ଶିକ୍ଷା କ୍ଷେତ୍ରରେ ପଛୁଆ ବର୍ଗଙ୍କୁ ସଂରକ୍ଷଣ ଦେବେନାହିଁ । ଆଗକୁ ବିଜେପି ଏହି ପ୍ରସଙ୍ଗକୁ ନେଇ ଆନ୍ଦୋଳନ କରିବ । ରାଜ୍ୟର 54% ପଛୁଆ ଜାତି ବର୍ଗଙ୍କୁ ଅବହେଳିତ ହେବାକୁ ଦିଆଯିବନାହିଁ ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ,ଇଟିଭି ଭାରତ

ABOUT THE AUTHOR

...view details