ଓଡିଶା

odisha

ETV Bharat / city

ଆମେ ଜିତିବୁ ନାହିଁ, କାହିଁକି ପ୍ରାର୍ଥୀ ଦେବୁ: ବିରୋଧୀ ଦଳନେତା

ଆମ ପାଖରେ ଜିତିବାର ସଂଖ୍ୟା ନାହିଁ । ଜାଣି ଜାଣି ହାରିବା ପାଇଁ କାହିଁକି ପ୍ରାର୍ଥୀ ଦେଇ ନିର୍ବାଚନ ଲଢିବୁ ? ତେଣୁ ଆମେ ରାଜ୍ୟସଭା ନିର୍ବାଚନ ଲଢିବୁ ନାହିଁ । କାହିଁକି ଏମିତି କହିଲେ ପଢନ୍ତୁ ସମ୍ପୂର୍ଣ୍ଣ ଖବର...

By

Published : Mar 11, 2020, 1:28 PM IST

rajyasabha election
rajyasabha election

ଭୁବନେଶ୍ବର: ରାଜ୍ୟରେ ଖାଲି ଥିବା 4ଟି ରାଜ୍ୟସଭା ଆସନ ନିର୍ବାଚନ ପାଇଁ ଆରମ୍ଭ ହୋଇଛି ନାମାଙ୍କନ ଦାଖଲ ପ୍ରକ୍ରିୟା । ବୁଧବାର ବିଜେଡି ପକ୍ଷରୁ 4 ଜଣ ପ୍ରାର୍ଥୀ ସୁବାସ ସିଂ, ମୁନ୍ନା ଖାଁ, ସୁଜିତ କୁମାର ଓ ମମତା ମହନ୍ତ ନିଜ ନିଜ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।

ଆମେ ଜିତିବୁ ନାହିଁ; କାହିଁକି ପ୍ରାର୍ଥୀ ଦେବୁ: ବିରୋଧୀ ଦଳନେତା

ସଂଖ୍ୟା ଦୃଷ୍ଟିରୁ ବିଜେଡି 3 ଟି ଆସନରେ ଜିତିବା ସ୍ପଷ୍ଟ ଥିବାବେଳେ 4ର୍ଥ ଆସନକୁ ନେଇ ଲାଗିରହିଥିଲା ଆଶା ଆଶଙ୍କା । ତେବେ ବିଜେପିର ଘୋଷଣା ପରେ ବିଜେଡିର 4 ଜଣ ପ୍ରାର୍ଥୀ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେବା ସ୍ପଷ୍ଟ ହୋଇଛି । ତେବେ ଏଠି ପ୍ରଶ୍ନ ଉଠୁଛି ବିଜେପି କାହିଁକି ପ୍ରାର୍ଥୀ ଦେଲା ନାହିଁ । କଣ ଦଳ ପରାଜୟକୁ ଭୟ କଲା ? ନା ପୂର୍ବ ଋଣ ସୁଝିଲା । ଭିତିରି ବୁଝାମଣାରେ ଏହା ହୋଇଛି କି ?

କାହିଁକି ନା ବିଜେପି ପୂର୍ବରୁ ପ୍ରାର୍ଥୀ ଦେବାକୁ ଘୋଷଣା କରିଥିଲା । ପରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଓଡିଶା ଗସ୍ତ ପରେ ଦଳର ରାଜ୍ୟ ଶାଖା ନେତା କେନ୍ଦ୍ର କୋର୍ଟକୁ ବଲ ଫିଙ୍ଗିଲେ । ଆଉ ଆଜି ବିରୋଧୀ ଦଳନେତା କହିଲେ ବିଜେପି ରାଜ୍ୟସଭା ନିର୍ବାଚନ ଲଢିବ ନାହିଁ । ଦଳ ପାଖରେ ଜିତିବା ପାଇଁ ସଂଖ୍ୟା ନାହିଁ । ଯଦିଓ ପ୍ରାର୍ଥୀ ପତ୍ର ଦେବାପାଇଁ ସଂଖ୍ୟା ଅଛି କିନ୍ତୁ ଦଳ ପ୍ରାର୍ଥୀ ଦେବନାହିଁ । କାହିଁକି ଆମେ ନିର୍ବାଚନ ଲଢିବୁ ଆମ ପାଖରେ ସଂଖ୍ୟା ନାହିଁ ବୋଲି ଓଲଟା ପ୍ରଶ୍ନ କରିଛନ୍ତି ପ୍ରଦୀପ୍ତ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details