ଭୁବନେଶ୍ବର: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଗାଡ଼ି ମଡ଼ାଇବା ଘଟଣାକୁ ନେଇ ବିଜେପି ନେତା ସମ୍ବିତ ପାତ୍ର ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଘଟଣାକୁ କଡା ନିନ୍ଦା କରିବା ସହିତ ପୂରା ଭାରତରେ ଓଡ଼ିଶାର ଛବିକୁ ମଳିନ କରିଥିବା କହିଛନ୍ତି ସମ୍ବିତ । ବିଧାୟକଙ୍କ ନିଲମ୍ବନକୁ ନାଟକ କହିବା ସହ ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ।
ସାମ୍ବାଦିକ ସମ୍ମିଳନୀରେ ସମ୍ବିତ ଆହୁରି କହିଛନ୍ତି ବିଧାୟକଙ୍କ ଏହି କାର୍ଯ୍ୟ ଗଣତନ୍ତ୍ରର ହତ୍ୟା ପାଇଁ ଷଡଯନ୍ତ୍ର । ଜନପ୍ରତିନିଧି ଭାବେ ଜନତାଙ୍କ ଉପରେ ଏପରି କାଣ୍ଡ ଏକ ଜଘନ୍ୟକାଣ୍ଡ । ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଜଣେ ଅଭ୍ୟାସରତ ଅପରାଧୀ ବୋଲି କହିଛନ୍ତି ସମ୍ବିତ । ବିଧାୟକ ମଦ ପିଇ ଗାଡି ଚଳାଇବା ସହ ବିଜେପିର କର୍ମୀଙ୍କୁ ମାରିବାକୁ ଉଦ୍ୟମ କରିଛନ୍ତି । ପୂର୍ବରୁ ସେ ଦଳିତଙ୍କ ଉପରେ ଆକ୍ରମଣ କରିଥିବା ରେକର୍ଡ ରହିଛି । ତାଙ୍କୁ ବାହୁବଳୀ କୁହାଯାଏ । ଏହି କାର୍ଯ୍ୟ ଅତ୍ୟନ୍ତ ଅନ୍ୟାୟ ଓ ଅତ୍ୟାଚାର । ଏହାକୁ ତୀବ୍ର ନିନ୍ଦା କରିଛନ୍ତି ବିଜେପି ନେତା ସମ୍ବିତ ।
ଏହାମଧ୍ୟ ପଢନ୍ତୁ:ଖୋର୍ଦ୍ଧାରେ ଖେରୀ ପୁନରାବୃତ୍ତି, ଭିଡ ଉପରେ ଗାଡି ମଡାଇଦେଲେ ଚିଲିକା ବିଧାୟକ