ଭୁବନେଶ୍ବର: ଓଡିଶା ଆସିପାରନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଏନେଇ ସୂଚନା ଦେଇଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ । ତେବେ ଚଳିତ ବର୍ଷ ଡିସେମ୍ବର କିମ୍ବା ଆସନ୍ତା ବର୍ଷ ଜାନୁଆରୀରେ ନଡ୍ଡା ଓଡିଶା ଆସିବା ନେଇ ସମ୍ଭାବନା ରହିଛି ।
2024 ଲୋକସଭା ନିର୍ବାଚନରେ ଦଳୀୟ ସଂଗଠନକୁ ମଜବୁତ କରିବା ପାଇଁ ଦେଶବ୍ୟାପୀ 120 ଦିନଆ ଗସ୍ତରେ ରହିବେ ନଡ୍ଡା । ଏହି ସମୟ ମଧ୍ୟରେ ସେ ବିଭିନ୍ନ ରାଜ୍ୟ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ତେବେ ବଜେପି ରାଷ୍ଟ୍ରୀୟ ଅଧ୍ୟକଙ୍କ 3 ଦିନିଆ ଓଡିଶା ଗସ୍ତ କାର୍ଯ୍ୟକ୍ରମ ରହିଥିବା ବେଳେ ବର୍ତ୍ତମାନସୁଦ୍ଧା କୌଣସି କାର୍ଯ୍ୟସୂଚୀ ସ୍ଥିର ହୋଇନାହିଁ ।