ଓଡିଶା

odisha

ଓଡିଶାର ଆଞ୍ଚଳିକ ଭାଷାକୁ ଅଷ୍ଟମ ଅନୁଚ୍ଛେଦରେ ଅନ୍ତର୍ଭୁକ୍ତ କରିବାକୁ ସଂସଦରେ ପ୍ରସନ୍ନଙ୍କ ଦାବି

By

Published : Feb 3, 2021, 10:34 PM IST

ଓଡିଶାର ଆଞ୍ଚଳିକ ଭାଷାକୁ ସମ୍ବିଧାନର ଅନୁଚ୍ଛେଦ 8ରେ ଅନ୍ତର୍ଭୁକ୍ତ କରିବାକୁ ସଂସଦରେ ଦାବି କରିଛନ୍ତି ବିଜେଡି ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ । ଅଧିକ ପଢନ୍ତୁ...

ଓଡିଶାର ଆଞ୍ଚଳିକ ଭାଷାକୁ ଅଷ୍ଟମ ଅନୁଛେଦରେ ଅନ୍ତର୍ଭୁକ୍ତ କରିବାକୁ ସଂସଦରେ ପ୍ରସନ୍ନ ଆଚାର୍ଯ୍ୟଙ୍କ ଦାବି
ଓଡିଶାର ଆଞ୍ଚଳିକ ଭାଷାକୁ ଅଷ୍ଟମ ଅନୁଛେଦରେ ଅନ୍ତର୍ଭୁକ୍ତ କରିବାକୁ ସଂସଦରେ ପ୍ରସନ୍ନ ଆଚାର୍ଯ୍ୟଙ୍କ ଦାବି

ନୂଆଦିଲ୍ଲୀ:ସଂସଦର ବଜେଟ ଅଧିବେଶନରେ ଓଡିଶାର ଆଞ୍ଚଳିକ ଭାଷାକୁ ସମ୍ବିଧାନର ଅନୁଚ୍ଛେଦ 8ରେ ଅନ୍ତର୍ଭୁକ୍ତ କରିବାକୁ ଦାବି କରିଛନ୍ତି ବିଜେଡି ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ । ସାଂସଦ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ଦେଶର ଅନେକ ଅଞ୍ଚଳରେ ଭିନ୍ନ ଭିନ୍ନ ଭାଷା ପ୍ରଚଳିତ ରହିଛି । ଓଡିଶାରେ 11ଟି ଜିଲ୍ଲାରେ କୋଶଳୀ ଓ ସମ୍ବଲପୁରୀ ଭାଷାଭାଷୀ ରହିଛନ୍ତି ।

ଓଡିଶାର ଆଞ୍ଚଳିକ ଭାଷାକୁ ଅଷ୍ଟମ ଅନୁଛେଦରେ ଅନ୍ତର୍ଭୁକ୍ତ କରିବାକୁ ସଂସଦରେ ପ୍ରସନ୍ନ ଆଚାର୍ଯ୍ୟଙ୍କ ଦାବି

ସାଂସଦ କହିଛନ୍ତି ଓଡିଶା ଏକ ଆଦିବାସୀ ବହୁଳ ରାଜ୍ୟ । ଲୋକେ ସାନ୍ତାଳୀ ଭାଷା ମଧ୍ୟ ବ୍ୟବହାର କରନ୍ତି । ସେହିପରି ଓଡିଶାର କିଛି ଆଦିବାସୀ ଜନଜାତି ହୋ ଭାଷାରେ ମଧ୍ୟ କଥା ହୋଇଥାନ୍ତି । ଏଣୁ ସମ୍ବଲପୁରୀ, ସାନ୍ତାଳୀ ଓ ହୋ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ଅନ୍ତର୍ଭୁକ୍ତ କରିବାକୁ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିବା କହିଛନ୍ତି ସାଂସଦ ଆଚାର୍ଯ୍ୟ ।

ସାଂସଦ ଆହୁରି ମଧ୍ୟ କହିଛନ୍ତି, ଓଡିଶାରେ ବିଧାନ ପରିଷଦ ଗଠନ ପାଇଁ ପାରିତ ସଂକଳ୍ପପତ୍ର ଉପରେ ଏଯାଏଁ କୌଣସି ନିଷ୍ପତ୍ତି ନିଆଯାଇନାହିଁ । ବିଜେପି, ବିଜେଡି ଓ କଂଗ୍ରେସ ଏହାକୁ ସମର୍ଥନ ଜଣାଇସାରିଥିବା ସତ୍ତ୍ବେ କେନ୍ଦ୍ର ସରକାର ଏହା ଉପରେ କଣ ପାଇଁ ବିଚାର କରୁନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ପ୍ରସନ୍ନ । ଏଣୁ ତୁରନ୍ତ ଓଡିଶାରେ ବିଧାନପରିଷଦ ଗଠନ ପାଇଁ ବିଚାର କରାଯାଉ ବୋଲି ସେ ଦାବି ଉପସ୍ଥାପନ କରିଛନ୍ତି ।

ଅନ୍ୟପକ୍ଷେ କେନ୍ଦ୍ର ସରକାରଙ୍କ ଜନଔଷଧି ଯୋଜନାକୁ ପ୍ରଶଂସା କରିଛନ୍ତି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ । ଦେଶର ଗରିବଙ୍କ ପାଇଁ ଏହି ଜନଔଷଧି କାର୍ଯ୍ୟକ୍ରମ ବେଶ ଲାଭଦାୟକ । ହେଲେ ଏବେବି ପର୍ଯ୍ୟାପ୍ତ ପରିମାଣରେ ଜନଔଷଧି କେନ୍ଦ୍ର ଖୋଲିବାକୁ ବାକି ରହିଛି । ଦେଶରେ ମୋଟ 7000 ଜନଔଷଧି କେନ୍ଦ୍ର ରହିଛି । ଏଣୁ ଅଧିକ ଜନଔଷଧି କେନ୍ଦ୍ର ଖୋଲିବାର ଆବଶ୍ୟକତା ରହିଥିବା କହିଛନ୍ତି ପ୍ରସନ୍ନ ଆଚାର୍ଯ୍ୟ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details