ଭୁବନେଶ୍ବର: ଆସନ୍ତା ଜୁଲାଇ ୧୮ରେ ଅନୁଷ୍ଠିତ ହେବ ରାଷ୍ଟ୍ରପତି ନିର୍ବାଚନ (Presidential Election) । ଏଥିଲାଗି ଦିଲ୍ଲୀ ଗସ୍ତରେ ବିଜେପି ବିଧାୟକ ଦଳ । ରାଷ୍ଟ୍ରପତି ନିର୍ବାଚନ ଲାଗି ସମର୍ଥକ ଓ ପ୍ରସ୍ତାବକ ପାଇଁ ରାଜ୍ୟ ବିଜେପିର ୧୨ ଜଣ ବିଧାୟକ ଦିଲ୍ଲୀ ଯାଇଛନ୍ତି ।
ଜୟନାରାୟଣ ମିଶ୍ର, ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, କୁସୁମ ଟେଟେ, ଜୟନ୍ତ ଷଡ଼ଙ୍ଗୀ, ମୋହନ ମାଝି, ବୁଧାନ ମୁର୍ମୁ, ପ୍ରକାଶ ସୋରେନ, ନବ ଚରଣ ମାଝି, ମୁକେଶ ମହାଲିଂଗ, ନାଉରି ନାୟକ, ଶଙ୍କର ଓରାମ ଦିଲ୍ଲୀ ଯାଇଛନ୍ତି । ଗସ୍ତ ସମୟରେ ଭୁବନେଶ୍ବର ବିମାନ ବନ୍ଦରରେ ପ୍ରତିକ୍ରିୟା ରଖି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି କହିଛନ୍ତି ଯେ, "ସବୁ ଓଡ଼ିଆଙ୍କ ପାଇଁ ଏହା ଗର୍ବର ବିଷୟ । ଦଳମତ ନିର୍ବିଶେଷରେ ସମସ୍ତେ ଏକାଠି ହେବା ଆବଶ୍ୟକ । ପ୍ରଧାନମନ୍ତ୍ରୀଙ୍କ ପୂର୍ବଭାରତର ବିକାଶ ତଥା ଓଡ଼ିଶା ଉପରେ ପ୍ରଧାନମନ୍ତ୍ରୀ ବିଶେଷ ଦୃଷ୍ଟି ଦେଇଛନ୍ତି ।"