ଓଡିଶା

odisha

ETV Bharat / city

CAG ରିପୋର୍ଟକୁ ନେଇ ବର୍ଷିଲେ ବିଜେପି ବିଧାୟକ - ସିଏଜି ରିପୋର୍ଟକୁ ନେଇ ବର୍ଷିଲେ ବିଜେପି ବିଧାୟକ

ସିଏଜି ରିପୋର୍ଟ ଉପସ୍ଥାପନା ପରେ ବିଜେପି ବିଧାୟକଙ୍କ ପ୍ରେସମିଟ । ବିଜେପି ବିଧାୟକ ମୋହନ ମାଝୀ କହିଛନ୍ତି ଗତକାଲି CAG ରିପୋର୍ଟ ଉପସ୍ଥାପନ ହୋଇଛି । ରିପୋର୍ଟ ଅନୁସାରେ ବିଭିନ୍ନ ବିଭାଗର ଅନିୟମିତତା ଜଣାପଡିଛି । ବିଶେଷ କରି ବୃକ୍ଷରୋପଣ ନେଇ ଗତ 5 ବର୍ଷ ଧରି ଯେଉଁ ଭଳି ଭାବେ କୌଣସି ପ୍ରକାର ବୃକ୍ଷରୋପଣ କରିବା ର ନୀତି ସ୍ପଷ୍ଟ ନାହିଁ । ଅଧିକ ପଢନ୍ତୁ

CAG ରିପୋର୍ଟକୁ ନେଇ ବର୍ଷିଲେ ବିଜେପି ବିଧାୟକ
CAG ରିପୋର୍ଟକୁ ନେଇ ବର୍ଷିଲେ ବିଜେପି ବିଧାୟକ

By

Published : Aug 2, 2022, 9:01 PM IST

ଭୁବନେଶ୍ବର: ସିଏଜି ରିପୋର୍ଟ ଉପସ୍ଥାପନା ପରେ ବିଜେପି ବିଧାୟକଙ୍କ ପ୍ରେସମିଟ । ବିଜେପି ବିଧାୟକ ମୋହନ ମାଝୀ କହିଛନ୍ତି ଗତକାଲି CAG ରିପୋର୍ଟ ଉପସ୍ଥାପନ ହୋଇଛି । ରିପୋର୍ଟ ଅନୁସାରେ ବିଭିନ୍ନ ବିଭାଗର ଅନିୟମିତତା ଜଣାପଡିଛି । ବିଶେଷ କରି ବୃକ୍ଷରୋପଣ ନେଇ ଗତ 5 ବର୍ଷ ଧରି ଯେଉଁ ଭଳି ଭାବେ କୌଣସି ପ୍ରକାର ବୃକ୍ଷରୋପଣ କରିବା ର ନୀତି ସ୍ପଷ୍ଟ ନାହିଁ । ଜଙ୍ଗଲ ବିଭାଗ ସହିତ ଜିଲ୍ଲା ମାନଙ୍କରେ DRDA ଅଛି ତାଙ୍କ ସହିତ ବି ସମ୍ପର୍କ ରଖାଯାଇନାହିଁ। ମନରେଗାରେ ମଧ୍ୟ ତ୍ରୁଟିପୂର୍ଣ୍ଣ ଅଛି। CAG ରିପୋର୍ଟ ଯାହା ଆସିଛି ତାହା ଦୁର୍ନୀତିର ଗନ୍ଧ ବାରି ହୋଇପଡୁଛି ।

CAG ରିପୋର୍ଟକୁ ନେଇ ବର୍ଷିଲେ ବିଜେପି ବିଧାୟକ

ତେଣୁ ସରକାର ଯେଉଁ ସ୍ଵଚ୍ଛତା ଅବଲମ୍ବନ କଥା କହୁଛନ୍ତି ତାହା ମିଛ। ଏହାକୁ ଆଗାମୀ ଦିନରେ ନିଶ୍ଚିତ ଭାବରେ PAC କମିଟି ରେ ଆଲୋଚନା କୁ ନିଆଯିବ । ସମ୍ପୃକ୍ତ ଅଧିକାରୀମାନଙ୍କୁ ଡକାଯିବ ଯେଉଁ ଅଧିକାରୀ ମାନେ ଦୋଷ ତ୍ରୁଟି କରିଥିବେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବୃକ୍ଷରୋପଣକୁ ନେଇ କୌଣସି ନିର୍ଦ୍ଦିଷ୍ଟ ଯୋଜନା ପ୍ରସ୍ତୁତ ହେଉନଥିଲା ।

ଯେଉଁ କିଛି ଯୋଜନା କାର୍ଯ୍ୟ ହେଉଥିଲା, ସେଥିରେ କାହାର କାହା ସହ ସମନ୍ବୟ ରହୁନଥିଲା । ପୁଳା ପୁଳା ତ୍ରୁଟି ଯୋଗୁଁ କୋଟି କୋଟି ଟଙ୍କା ବ୍ୟୟ ସତ୍ତ୍ବେ ବୃକ୍ଷରୋପଣର ଲାଭ ମିଳିନାହିଁ । ରିପୋର୍ଟ ଅନୁସାରେ ଜଙ୍ଗଲ ସମ୍ପଦର ପରିଚାଳନା ପାଇଁ ରାଜ୍ୟର ନିଜର ଜଙ୍ଗଲ ନୀତି ନାହିଁ । ସେଥିପାଇଁ ସବୁଜ ବଳୟ ବଢାଇବା ଲାଗି ଉପଯୁକ୍ତ ଯୋଜନା ପ୍ରସ୍ତୁତ ହୋଇପାରୁନାହିଁ ବୋଲି ବିଜେପି ବିଧାୟକ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details