ଓଡିଶା

odisha

ETV Bharat / city

ମଣ୍ଡି ସମସ୍ୟା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିଜେପି ବିଧାୟକ - ଏମଏସପି

ଗତ ଖରିଫରେ ସରକାର କରିଥିବା ଟୋକେନ ବ୍ୟବସ୍ଥା ବିଫଳ ହୋଇଛି । ଚାଷୀ MSPର ଲାଭ ପାଇଲେ ନାହିଁ । ଅଧିକ ପଢନ୍ତୁ...

ମଣ୍ଡି ସମସ୍ୟା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିଜେପି ବିଧାୟକ
ମଣ୍ଡି ସମସ୍ୟା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିଜେପି ବିଧାୟକ

By

Published : Jul 1, 2021, 2:13 PM IST

Updated : Jul 1, 2021, 3:48 PM IST

ଭୁବନେଶ୍ବର: ଗତ ଖରିଫରେ ସରକାର କରିଥିବା ଟୋକେନ ବ୍ୟବସ୍ଥା ବିଫଳ ହୋଇଛି । ଚାଷୀ ଏମଏସପିର ଲାଭ ପାଇଲେ ନାହିଁ । ଚାଷୀ ପାଖରେ ପଇସା ପହଞ୍ଚୁ ନାହିଁ । ଅନେକ ଚାଷୀ ଟୋକେନ ବି ପାଇଲେ ନାହିଁ । ବିଭିନ୍ନ କୃଷକ ସଙ୍ଗଠନ ମାନଙ୍କ ସହ ବିଜେପି କଥା ହୋଇଛି ।

ମଣ୍ଡିର ସମୟ ବୃଦ୍ଧି କରାଯାଉ । ପଞ୍ଜିକୃତ ଚାଷୀଙ୍କୁ ଟୋକେନ ଦିଆଯାଉ । ବିଧାୟକ ମାନେ ରାଜ୍ୟ ସରକାରଙ୍କୁ ଦାବି କରି ଚିଠି ଦେଇଛନ୍ତି । ମଣ୍ଡି ଅବଧି 15 ଦିନ ଵୃଦ୍ଧି କରିବା ପାଇଁ ଦାବି କରିଛନ୍ତି ବିଜେପି ବିଧାୟକ ଦଳ । ଯେଉଁ ମାନଙ୍କୁ ଟୋକନ ଦିଆଯାଇଛି । ସେମାନଙ୍କ ଠାରୁ ଧାନ କିଣାଯାଉ ।

ମଣ୍ଡି ସମସ୍ୟା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିଜେପି ବିଧାୟକ

ଯେଉଁ ମାନଙ୍କୁ ଟୋକନ ମିଳିନାହିଁ । ସେମାନଙ୍କର ଧାନ ମଧ୍ୟ କିଣାଯାଉ । ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ଚିଠି ଲେଖନ୍ତୁ । ମଣ୍ଡି ଅବଧି ଵୃଦ୍ଧି କରିବାକୁ କୁହନ୍ତୁ ବୋଲି କହିଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥୀରାଜ ହରିଚନ୍ଦନ । ଏହା ସହ ସେ କହିଛନ୍ତି ଯେ ପ୍ରମିଳା ମଲ୍ଲିକ ଚାଷୀଙ୍କୁ ମନ୍ତବ୍ୟ ଦେଇ ଅପମାନିତ କରିଛନ୍ତି । ତାଙ୍କ ଉପରେ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ସେ ଦାବି କରିଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Last Updated : Jul 1, 2021, 3:48 PM IST

ABOUT THE AUTHOR

...view details