ଭୁବନେଶ୍ବର: ବର୍ଷ ୨୦୨୧ ଖରିଫ ୠତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ସୁଫଳ ୩୦ ଟି ଜିଲ୍ଲାରେ ଅନେକ ହିତାଧିକାରୀ ପାଇନାହାଁନ୍ତି । ବିଭିନ୍ନ ବୀମା କମ୍ପାନୀ ମଧ୍ୟ ଚଞ୍ଚକତା କରିଛନ୍ତି ।
ଏଭଳି ସମସ୍ୟାକୁ ନେଇ ରାଜ୍ୟ ବିଜେପିର ଏକ ୬ ଜଣିଆ ବିଧାୟକ ଟିମ ରାଜ୍ୟ କୃଷି ସଚିବଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି । ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି। ବିଜେପି ବିଧାୟକ ମୁକେଶ ମହାଲିଙ୍ଗଙ୍କ ସୂଚନା ଅନୁସାରେ, ଏନେଇ ବିଧାୟକ ଟିମ ଉଦବେଗ ପ୍ରକାଶ କରିବା ସହିତ ଏଥିରେ ହସ୍ତକ୍ଷେପ କରିବାକୁ ମଧ୍ୟ ଦାବି ରଖିଛି।