ଓଡିଶା

odisha

ମୁଖ୍ୟମନ୍ତ୍ରୀଙ୍କୁ ତିନୋଟି ପ୍ରସଙ୍ଗରେ ଚିଠି ଲେଖିଲେ ବିଜେପି ବିଧାୟକ ଦଳ

ମୁଖ୍ୟମନ୍ତ୍ରୀଙ୍କୁ ତିନୋଟି ପ୍ରସଙ୍ଗରେ ଚିଠି ଲେଖିଲେ ବିଜେପି ବିଧାୟକ ଦଳ । ସୂଚନା ଦେଲେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ । ଅଧିକ ପଢନ୍ତୁ...

By

Published : Jun 19, 2021, 1:18 PM IST

Published : Jun 19, 2021, 1:18 PM IST

ମୁଖ୍ୟମନ୍ତ୍ରୀଙ୍କୁ ତିନୋଟି ପ୍ରସଙ୍ଗରେ ଚିଠି ଲେଖିଲେ ବିଜେପି ବିଧାୟକ ଦଳ
ମୁଖ୍ୟମନ୍ତ୍ରୀଙ୍କୁ ତିନୋଟି ପ୍ରସଙ୍ଗରେ ଚିଠି ଲେଖିଲେ ବିଜେପି ବିଧାୟକ ଦଳ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କୁ ତିନୋଟି ପ୍ରସଙ୍ଗରେ ଚିଠି ଲେଖିଛନ୍ତି ବିଜେପି ବିଧାୟକ ଦଳ । ଏନେଇ ସୂଚନା ଦେଇଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ । ରାଜ୍ୟ ସରକାରଙ୍କୁ ବିଜେପି ବିଧାୟକମାନେ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରିବେ ।

ମୁଖ୍ୟମନ୍ତ୍ରୀଙ୍କୁ ତିନୋଟି ପ୍ରସଙ୍ଗରେ ଚିଠି ଲେଖିଲେ ବିଜେପି ବିଧାୟକ ଦଳ
ମୁଖ୍ୟମନ୍ତ୍ରୀଙ୍କୁ ତିନୋଟି ପ୍ରସଙ୍ଗରେ ଚିଠି ଲେଖିଲେ ବିଜେପି ବିଧାୟକ ଦଳ

ରାଜ୍ୟରେ କୋଭିଡ ସଂକ୍ରମିତଙ୍କ ମୃତ୍ୟୁସଂଖ୍ୟା ତଥ୍ୟ ଏବଂ ଗଣମାଧ୍ୟମରେ ପ୍ରକାଶ ତଥ୍ୟରେ ତାଳମେଳ ରହୁନାହିଁ । ଓଡିଶାରେ ଦ୍ଵିତୀୟ ଲହରୀରେ କେତେ ମୃତ୍ୟୁ ହୋଇଛି, ତାହାର ତଦନ୍ତ ବା ଅଡିଟ କରି ପ୍ରକୃତ ସଂଖ୍ୟା ବାହାର କରି ରାଜ୍ୟ ସରକାର ଏକ ଶ୍ୱେତପତ୍ର ପ୍ରକାଶ କରନ୍ତୁ । ପିତୃ-ମାତୃହୀନ ଶିଶୁମାନେ କେନ୍ଦ୍ର ସରକାରଙ୍କ ସାହାଯ୍ୟ ପାଇବାରୁ ବଞ୍ଚିତ ହେଉଛନ୍ତି ବୋଲି ବିଜେପି କହିଛି ।

ମୁଖ୍ୟମନ୍ତ୍ରୀଙ୍କୁ ତିନୋଟି ପ୍ରସଙ୍ଗରେ ଚିଠି ଲେଖିଲେ ବିଜେପି ବିଧାୟକ ଦଳ
ଅନ୍ୟ ରାଜ୍ୟ ଭଳି ବିପର୍ଯ୍ୟୟ ପରିଚାଳନା ଆଇନ 2005 ଅନୁଯାୟୀ ରାଜ୍ୟ ସରକାର ସାହାଯ୍ୟ ପ୍ରଦାନ କରନ୍ତୁ । କୋଭିଡରେ କ୍ଷତିଗ୍ରସ୍ତ ହୋଇଥିବା ଜନସାଧାରଣଙ୍କୁ ବା ପରିବାରକୁ ଅନୁକମ୍ପା ରାଶି ସାହାଯ୍ୟ କରିବାକୁ ଦାବି କରିଛି ବିଜେପି ବିଧାୟକ ଦଳ । ରାଜ୍ୟରେ ଆଜି ପର୍ଯ୍ୟନ୍ତ କାହାକୁ ବି ଏହି ଅନୁକମ୍ପା ରାଶି ପ୍ରଦାନ କରାଯାଇନାହିଁ ।
ମୁଖ୍ୟମନ୍ତ୍ରୀଙ୍କୁ ତିନୋଟି ପ୍ରସଙ୍ଗରେ ଚିଠି ଲେଖିଲେ ବିଜେପି ବିଧାୟକ ଦଳ
ରାଜ୍ୟରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ଭୁଶୁଡି ଯାଇଛି । ଓଡିଶାରେ ସ୍ୱାସ୍ଥ୍ୟର ଉନ୍ନତି ପାଇଁ ରାଜ୍ୟ ସରକାର ଆୟୁଷ୍ମାନ ଯୋଜନାକୁ ଲାଗୁ କରନ୍ତୁ । ଏହାଦ୍ୱାରା ସାଢେ ଚାରି କୋଟି ଲୋକ ଉପକୃତ ହୋଇପାରିବେ ବୋଲି ବିଧାୟକ ଦଳ ଦାବି କରିଛନ୍ତି ।ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details