ଭୁବନେଶ୍ବର: ରାଜ୍ୟ ବିଜେପି ପ୍ରଭାରୀ ସୁନୀଲ ବଂଶଲଙ୍କ ଓଡିଶା ଗସ୍ତ । ଦୁଇ ଦିନିଆ ଓଡିଶା ଗସ୍ତରେ ଆସି ଭୁବନେଶ୍ବରରେ ପହଞ୍ଚିଛନ୍ତି ରାଜ୍ୟ ବିଜେପି ପ୍ରଭାରୀ ସୁନୀଲ ବଂଶଲ । ଦଳ ପକ୍ଷରୁ ତାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଦୁଇ ଦିନିଆ ଗସ୍ତରେ ସେ ସଂଗଠନ ସହିତ ଜଡିତ ବୁଥ ସ୍ତରରୁ ରାଜ୍ୟ ସ୍ତରର ନେତାଙ୍କ ସହିତ ଆଲୋଚନା କରିବେ । ଏହା ସହ ୨୦୨୪ ନିର୍ବାଚନ ଲାଗି ରାଜ୍ୟ ବିଜେପିର ପ୍ରସ୍ତୁତି ନେଇ ସମୀକ୍ଷା କରିବେ । ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ବିଧାୟକ ମୋହନ ଚରଣ ମାଝୀ ।
ମୋହନ କହିଛନ୍ତି, ଭାରତୀୟ ଜନତା ପାର୍ଟି ଏକ ନୀତି ଓ ଆଦର୍ଶର ଦଳ । କ୍ଷମତା ନୁହେଁ ସଂଗଠନକୁ ସୁଦୃଢ କରିବା ଦଳର ଲକ୍ଷ୍ୟ । ଏହା ସହ ଲୋକଙ୍କୁ ସଂଗଠନ ମାଧ୍ୟମରେ ସେବା ଯୋଗାଇ ଦେବାକୁ ଦଳ ପ୍ରତିଶୃତିବଦ୍ଧ । ଏହି ଆଧାରରେ ରାଜ୍ୟ ବିଜେପି ପ୍ରଭାରୀ ସୁନୀଲ ବଂଶଲ ଆସିଛନ୍ତି । ସଂଗଠନକୁ ମଜବୁତ କରିବା ଲାଗି ମାଷ୍ଟର ପ୍ଲାନ ପ୍ରସ୍ତୁତ ହେବ । ଏହା ସହ ୨୦୨୪ ନିର୍ବାଚନ ଲାଗି ମଧ୍ୟ ରୋଡ଼ ମ୍ୟାପ ଚୂଡାନ୍ତ କରାଯିବ । ଏହା ୨୦୨୪ ମିଶନ ଲାଗି ପ୍ରଥମ ପ୍ରସ୍ତୁତି ପର୍ବ ହେବ । ଦୁଇ ଦିନ ଗସ୍ତରେ ସେ ସଂଗଠନ କିପରି ଅଛି, ଆଗାମୀ ଦିନରେ କିଭଳି ଶକ୍ତିଶାଳୀ ହେବ, ସେ ନେଇ ପରାମର୍ଷ ଦେବେ ଏବଂ ଖସଡ଼ା ପ୍ରସ୍ତୁତ ହେବ । ସଂଗଠନରେ ଥିବା ସମସ୍ତଙ୍କ ସହିତ ସେ ଆଲୋଚନା କରିବେ ।"
ଏହା ବି ପଢନ୍ତୁ- ମୁଖ୍ୟମନ୍ତ୍ରୀଙ୍କୁ ସମ୍ମାନ ନିର୍ବାଚନୀ ଥୋପ: PCC ସଭାପତି