ଓଡିଶା

odisha

ETV Bharat / city

ଜେଲରେ ଜୟନରାୟଣ ମିଶ୍ରଙ୍କୁ ବିଷ ଦେଇ ମାରିବାକୁ କରାଯାଇଥିଲା ଉଦ୍ୟମ ! - ବିଜେପି ବିଧାୟକ ଜୟନରାୟଣ ମିଶ୍ରଙ୍କୁ ଜେଲ ଭିତରେ ବିଷ

ବିଜେପି ବିଧାୟକ ଜୟନରାୟଣ ମିଶ୍ରଙ୍କୁ ଜେଲ ଭିତରେ ବିଷ ଦେଇ ମାରିବାକୁ ଉଦ୍ୟମ କରାଯାଇଥିଲା ବୋଲି କହିଛନ୍ତି । ଅଧିକ ପଢନ୍ତୁ...

BJP MLA Jayanarayana Mishra  poison in jail
ବିଜେପି ବିଧାୟକ ଜୟନରାୟଣ ମିଶ୍ରଙ୍କୁ ଜେଲ ଭିତରେ ବିଷ ଦେଇ ମାରିବାକୁ ଉଦ୍ୟମ କରାଯାଇଥିଲା !

By

Published : Feb 27, 2021, 6:31 PM IST

ଭୁବନେଶ୍ବର: ବିଜେପି ବିଧାୟକ ଜୟନରାୟଣ ମିଶ୍ରଙ୍କୁ ଜେଲ ଭିତରେ ବିଷ ଦେଇ ମାରିବାକୁ ଉଦ୍ୟମ କରାଯାଇଥିଲା। ବିଧାନସଭାରେ ଆଜି ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ବେଳେ ଏକଥା ଉଠାଇଥିଲେ ବିରୋଧୀଦଳ ମୁଖ୍ୟ ସଚେତକ ମୋହନ ମାଝୀ।

ବିଜେପି ବିଧାୟକ ଜୟନରାୟଣ ମିଶ୍ରଙ୍କୁ ଜେଲ ଭିତରେ ବିଷ ଦେଇ ମାରିବାକୁ ଉଦ୍ୟମ କରାଯାଇଥିଲା !

ଗୃହ ବାହାରେ ପ୍ରତିକ୍ରିୟା ଦେଇ ଜୟନରାୟଣ କହିଛନ୍ତି ଜେଲ ଭିତରେ ମୋତେ ଖାଇବାରେ କିଛି ମିଶାଇ ଖାଇବାକୁ ଦେଇଥିଲେ। ଯାହା ଫଳରେ ମୋର କିଡନୀ ରୋଗ ବାହାରିଥିଲା। ଜେଲ ଯିବା ପୂର୍ବରୁ ଜୟନରାୟଣଙ୍କ କିଡନୀ ରୋଗ ନଥିଲା । ଦେହ ଖରାପ ହେବା ପରେ ଡାକ୍ତରଖାନା ଯାଇଥିଲେ ଜୟନାରାୟଣ ମିଶ୍ର। ସେତେବେଳେ ତାଙ୍କୁ ଡାକ୍ତର କିଡନୀ ରୋଗ ବିଷୟରେ ଜଣାଇଥିଲେ।

ସୂଚନାଥାଉକି ଗତ 2018ରେ ବିଜେପୁର ଉପନିର୍ବାଚନ ସମୟରେ ଭଟଲି ବିଧାୟକ ତଥା ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଭାଇଙ୍କ ସହ ଗୁଳିକାଣ୍ଡ ମାମଲାରେ ଗିରଫ ହୋଇଥିଲେ ବିଜେପି ବିଧାୟକ ଜୟନାରାୟଣ ମିଶ୍ର । ଏହା ପରେ ସେ ଜେଲ ଯାଇଥିଲେ । ଏହି ମାମଲାରେ ଅନ୍ୟ 8 ଜଣଙ୍କୁ ଗିରଫ କରିଥିଲା ପୋଲିସ ।


ଭୁବନେଶ୍ବରରୁ ତପନ ଦାସ,ଇଟିଭି ଭାରତ

ABOUT THE AUTHOR

...view details