ଭୁବନେଶ୍ବର:ବ୍ରଜରାଜନଗର ଉପନିର୍ବାଚନ ପାଇଁ ବିଜେପି ପକ୍ଷରୁ ଘୋଷଣା କରାଯାଇଛି ପ୍ରାର୍ଥୀ । ରାଧାରାଣୀ ପଣ୍ଡାଙ୍କୁ ଦଳ ଦେଇଛି ଟିକେଟ । ରାଧାରାଣୀ ପଣ୍ଡା ବ୍ରଜରାଜନଗର ଉପ ନିର୍ବାଚନ ଲାଗି ସର୍ବଶେଷ୍ଠ ପ୍ରାର୍ଥୀ ହେଉଛନ୍ତି । ତାଙ୍କ ବିଜୟ ପାଇଁ ସମସ୍ତେ ମିଳିମିଶି ଲଢିବୁ ବୋଲି କହିଛନ୍ତି ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର ।
ସେ ପୂର୍ବରୁ ଉକ୍ତ ଅଞ୍ଚଳରେ ବିଧାୟକ ଭାବରେ ନିର୍ବାଚନ ଲଢ଼ିଥିଲେ । ଏହା ସହ 2014 ମଧ୍ୟ ସେ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ । ରାଧାରାଣୀଙ୍କୁ ଚୟନ କରିଛି କେନ୍ଦ୍ରୀୟ କମିଟି । ବରଗଡ଼ ସଂସଦୀୟ ଅଞ୍ଚଳରେ ଏବେ ସୁରେଶ ପୂଜାରୀ ଅଛନ୍ତି । ସେହି ଅଞ୍ଚଳରେ ବ୍ରଜରାଜନଗର ଯାଉଥିବାରୁ ଏହା ବିଜେପି ଜିତିବା ପାଇଁ ଗୋଟେ ଭଲ ସୁଯୋଗ ରହିବ ।