ଓଡିଶା

odisha

ETV Bharat / city

ପୌର ନିର୍ବାଚନ ବିଳମ୍ବ ପ୍ରସଙ୍ଗ, ରାଜ୍ୟପାଳଙ୍କୁ ଭେଟିଲା BJP ଟିମ୍ - state bjp

ପୌର ନିର୍ବାଚନ ବିଳମ୍ବ ହେବା ପ୍ରସଙ୍ଗରେ ରାଜ୍ୟପାଳଙ୍କୁ ଭେଟିଲା ବିଜେପି। ମୁଖ୍ୟ ଶାସନ ସଚିବ ଓ ନିର୍ବାଚନ ଅଧିକାରୀଙ୍କୁ ସମନ କରିବାକୁ ଅନୁରୋଧ କଲା ଦଳ । ଅଧିକ ପଢନ୍ତୁ...

ପୌର ନିର୍ବାଚନ ବିଳମ୍ବ ପ୍ରସଙ୍ଗ, ରାଜ୍ୟପାଳଙ୍କୁ ଭେଟି ଦାବିପତ୍ର ଦେଲ BJP
ପୌର ନିର୍ବାଚନ ବିଳମ୍ବ ପ୍ରସଙ୍ଗ, ରାଜ୍ୟପାଳଙ୍କୁ ଭେଟି ଦାବିପତ୍ର ଦେଲ BJP

By

Published : Aug 3, 2021, 10:37 PM IST

ଭୁବନେଶ୍ବର:ପୌର ନିର୍ବାଚନ ବିଳମ୍ବ ହେବା ପ୍ରସଙ୍ଗରେ ରାଜ୍ୟପାଳଙ୍କୁ ଭେଟିଲା ବିଜେପି। ବିଜେପିର ଉଚ୍ଚ ସ୍ତରୀୟ ପ୍ରତିନିଧି ମଣ୍ଡଳୀ ରାଜଭବନରେ ରାଜ୍ୟପାଳଙ୍କୁ ସାକ୍ଷାତ କରି ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ସ୍ମାରକପତ୍ର ପ୍ରଦାନ କରିଥିବା ସୂଚନା ରହିଛି । ରାଜ୍ୟରେ 2018 ରୁ ଏଯାଏ ପୌର ନିର୍ବାଚନ ହୋଇନାହିଁ । ଏହି ପ୍ରସଙ୍ଗରେ ରାଜ୍ୟପାଳ, ମୁଖ୍ୟ ଶାସନ ସଚିବ ଏବଂ ନିର୍ବାଚନ କମିଶନରଙ୍କୁ ଡାକି ନିର୍ବାଚନ କରିବା ପାଇଁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଦଳ ସ୍ମାରକପତ୍ରରେ ଉଲ୍ଲେଖ କରିଥିବା ଜଣାପଡିଛି ।

ପୌର ନିର୍ବାଚନ ବିଳମ୍ବ ପ୍ରସଙ୍ଗ, ରାଜ୍ୟପାଳଙ୍କୁ ଭେଟିଲା BJP ଟିମ୍

ବିଜେପି କହିଛି, ଯେହେତୁ ରାଜ୍ୟପାଳଙ୍କ ନିକଟରେ ସାମ୍ବିଧାନିକ କ୍ଷମତା ରହିଛି, ତେଣୁ ରାଜ୍ୟ ସରକାରଙ୍କୁ ନୋଟିସ କରିବା ସହ ନିର୍ବାଚନ କମିଶନରଙ୍କ ମାଧ୍ୟମରେ ନିର୍ବାଚନ କରାଇପାରିବେ ରାଜ୍ୟପାଳ । ସେହିପରି ଉଭୟ ପଞ୍ଚାୟତ ଓ ପୌର ନିର୍ବାଚନ ଏକ ସମୟରେ କରିବା ପାଇଁ ମଧ୍ୟ ଦଳ ଦାବି ରଖିଛି। ପୁର୍ବରୁ ରାଜ୍ୟ ନିର୍ବାଚନ କମିଶନରଙ୍କୁ ଭେଟି ଉକ୍ତ ପ୍ରସଙ୍ଗରେ ଦାବି ରଖିସାରିଛି ଦଳ ।

ଭୁବନେଶ୍ବରରୁ ବିକାସ କୁମାର ଦାସ , ଇଟିଭି ଭାରତ

ABOUT THE AUTHOR

...view details