ଓଡିଶା

odisha

By

Published : Feb 11, 2020, 7:51 PM IST

ETV Bharat / city

ସ୍ଥାନ ସଂରକ୍ଷଣ ନେଇ ଓବିସି କମିଶନଙ୍କୁ ଭେଟିଲା ରାଜ୍ୟ ବିଜେପି

ରାଜ୍ୟରେ ଓବିସି ଏବଂ ଏସଇବିସି ବର୍ଗଙ୍କ ନିମନ୍ତେ ସ୍ଥାନ ସଂରକ୍ଷଣ ନିମନ୍ତେ ବିଜେପିର ଏକ 10 ଜଣିଆ ଦଳ ଓବିସି କମିଶନଙ୍କ ନିକଟରେ ପହଞ୍ଚି ଆଲୋଚନା କରିଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

bjp-meet-to-obc-commission-for-seat-reservation-obc-and-sebc
ସ୍ଥାନ ସଂରକ୍ଷଣ ପାଇଁ ଓବିସି କମିଶନଙ୍କୁ ଭେଟିଲା ବିଜେପି

ଭୁବନେଶ୍ବର:ଶିକ୍ଷା ଓ ଚାକିରୀ କ୍ଷେତ୍ରରେ ସ୍ଥାନ ସଂରକ୍ଷଣ ପାଇଁ ଓବିସି କମିଶନଙ୍କ ସହ ଆଲୋଚନା କରିଛି ବିଜେପି । ରାଜ୍ୟରେ ବସବାସ ଓବିସି ଏବଂ ଏସଇବିସି ବର୍ଗଙ୍କ ପାଇଁ ସ୍ଥାନ ସଂରକ୍ଷଣ ନିମନ୍ତେ ବିଜେପିର ଏକ 10 ଜଣିଆ ଦଳ ଓବିସି କମିଶନଙ୍କ ନିକଟରେ ପହଞ୍ଚି ଆଲୋଚନା କରିଛନ୍ତି ।


ଏନେଇ ବିଜେପିର ମୁଖପାତ୍ର ସୁରଥ ବିଶ୍ବାଳ କହିଛନ୍ତି ଯେ, ରାଜ୍ୟରେ ଶତକଡା 54 ଭାଗ ଲୋକ ଓବିସି/ଏସଇବିସି ବର୍ଗର । ତାଙ୍କର 27 ପ୍ରତିଶତ ଦାବି ରହିଛି । ସଂରକ୍ଷଣ କ୍ଷେତ୍ରରେ ତାଙ୍କ ପାଇଁ ସ୍ଥାନ ରଖାଯିବା ଦରକାର ଯାହା ଶିକ୍ଷା, ଚାକିରୀ ଓ ନିର୍ବାଚନ କ୍ଷେତ୍ରରେ ବେସ ସହାୟକ ହେବ । ହେଲେ ରାଜ୍ୟରେ ସେମାନଙ୍କୁ ଏହି ସମସ୍ତ ସୁଯୋଗରୁ ବଞ୍ଚିତ କରାଯାାଉଥିବା ଅଭିଯୋଗ କରିଛି ବିଜେପି ।

ସ୍ଥାନ ସଂରକ୍ଷଣ ପାଇଁ ଓବିସି କମିଶନଙ୍କୁ ଭେଟିଲା ବିଜେପି

ମୁଖ୍ୟ ଦାବି ହେଉଛି 27 ପ୍ରତିଶତ ସାମ୍ବିଧାନିକ ମାନ୍ୟତା ଅଧିକାର ଓବିସିୟଏସିବିସିଙ୍କୁ କାହିଁକି ଦିଆ ଯାଉନାହିଁ । ଏହାକୁ ନେଇ ଓବିସି କମିଶନଙ୍କ ସହ ଆଲୋଚନା କରିଛି ରାଜ୍ୟ ବିଜେପି ।


ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details