ଭୁବନେଶ୍ବର: ବିଜେପିର ଏକ ଚାରିଜଣିଆ ଟିମ ଆଜି (ମଙ୍ଗଳବାର) ନିର୍ବାଚନ କମିଶନଙ୍କୁ ଭେଟିଛନ୍ତି । ବିଏମସିର ୱାର୍ଡ ନମ୍ବର 63 ଜାଗମରା ଅଞ୍ଚଳରେ ନିଜେ ବିଜେଡି ପ୍ରାର୍ଥୀ ରୁନୁ ଜେନା ଟଙ୍କା ବାଣ୍ଟୁ ଥିବାର ଅଭିଯୋଗ ଆଣିଛି ବିଜେପି । ନିର୍ବାଚନ ଆଇନକୁ କିଭଳି ଭାବେ ଫୁ କରି ଉଡାଇ ଶାସକ ଦଳ ପ୍ରାର୍ଥିନୀ କିଭଳି ଟଙ୍କା ବାଣ୍ଟୁଛନ୍ତି ବିଜେପି ତାହାର ଭିଡିଓ ଦେଖାଇବା ସହ ନିର୍ବାଚନ କମିଶନଙ୍କ ନକଟରେ ଅଭିଯୋଗ କରିଛି ।
ରାଜ୍ୟ ନିର୍ବାଚନ କମିଶନଙ୍କୁ ଭେଟିଲା BJP - ରାଜ୍ୟ ନିର୍ବାଚନଙ୍କୁ ଭେଟିଲା ବିଜେପି
ବିଜେପିର ଏକ ଚାରିଜଣିଆ ଟିମ ମଙ୍ଗଳବାର ନିର୍ବାଚନ କମିଶନଙ୍କୁ ଭେଟିଛନ୍ତି । ଅଧିକ ପଢନ୍ତୁ
ରାଜ୍ୟ ନିର୍ବାଚନଙ୍କୁ ଭେଟିଲା ବିଜେପି
ଦଳର ମୁଖପାତ୍ର ସୁରଥ ବିଶ୍ବାଳ କହିଛନ୍ତି ଏହା ନିର୍ବାଚନ ଆଚରଣବିଧି ଉଲଂଘନ ହୋଇଛି । ତେଣୁ ତୁରନ୍ତ ଏହାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ କମିଶନ ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ
Last Updated : Mar 22, 2022, 10:39 PM IST