ଭୁବନେଶ୍ବର : ରାଜ୍ୟ ନିର୍ବାଚନ କମିଶନଙ୍କୁ ଭେଟିଲା ବିଜେପିର ପ୍ରତିନିଧି ମଣ୍ଡଳୀ । ନବରଙ୍ଗପୁର ନନ୍ଦାହାଣ୍ଡି ବ୍ଲକ ଏକ ସଂଗଠନର (ଆତ୍ମା NGO) ଚେୟାରମ୍ୟାନ ବିଜେଡିର ଜିଲ୍ଲା ପରିଷଦ ପ୍ରାର୍ଥୀ ହୋଇଛନ୍ତି । ନିର୍ବାଚନ ଜିତିବା ସରକାରୀ ତହବିଲରୁ ଧାଡି ରୁଆ ପାଇଁ ଚାଷୀ ମାନଙ୍କୁ 1300 ଟଙ୍କା ଲେଖାଏଁ ଦେଉଥିବା ଆଭିଯୋଗ ହୋଇଛି ।
ଏନେଇ ରାଜ୍ୟ ନିର୍ବାଚନ କମିଶନଙ୍କୁ ବିଜେପି ଭେଟିଛି । କିଶନ ନଗର ବ୍ଲକର ବିଡ଼ିଓଙ୍କ ବିରୁଦ୍ଧରେ ଆମେ ପୂର୍ବରୁ ଅଭିଯୋଗ କରିଥିଲୁ ମାତ୍ର କାର୍ଯ୍ୟାନୁଷ୍ଠାନ ହେଲା ନାହିଁ । ଏବେ ପୁଣି ବିଡ଼ିଓ ଆଉ ପାଦେ ଆଗକୁ ଯାଇଛନ୍ତି । ତାଙ୍କର ଏକ ଅଡ଼ିଓ ସର୍ବସମ୍ମୁଖକୁ ଆସିଛି ।