ଓଡିଶା

odisha

ETV Bharat / city

ଡେଲାଙ୍ଗ ଆଇଆଇସି ବିରୋଧରେ ନିର୍ବାଚନ କମିଶନଙ୍କ ଦ୍ବାରସ୍ତ ହେଲା ବିଜେପି - ରାଜ୍ୟ ନିର୍ବାଚନ କମିସନ ଭୁବନେଶ୍ବର

ଡେଲାଙ୍ଗ ଆଇଆଇସି ଯେଉଁ ଭଳି ଭାବରେ ଶାସନକଳକୁ ବ୍ୟବହାର କରି ବିଜେଡିର କାମ କରୁଛି ତାହାକୁ ବିରୋଧ କରିଛି ବିଜେପି । ଏହା ପୂର୍ବରୁ ମଧ୍ୟ ତାଙ୍କ ବିରୋଧରେ ଅଭିଯୋଗ କରିଥିଲା ବିଜେପି । ଅଧିକ ପଢନ୍ତୁ...

bjp meet electoral office against delang iic
ଡେଲାଙ୍ଗ ଆଇଆଇସି ବିରୋଧରେ ନିର୍ବାଚନ କମିସନଙ୍କ ଦ୍ବାରସ୍ତ ହେଲା ବିଜେପି

By

Published : Sep 25, 2021, 10:57 PM IST

ଭୁବନେଶ୍ବର : ଡେଲାଙ୍ଗ ଆଇଆଇସି ବିରୋଧରେ ନିର୍ବାଚନ କମିଶନକୁ ଗଲା ବିଜେପି । ଡେଲାଙ୍ଗ ଆଇଆଇସି ଯେଉଁ ଭଳି ଭାବରେ ଶାସନକଳକୁ ବ୍ୟବହାର କରି ବିଜେଡିର କାମ କରୁଛି ତାହାକୁ ବିରୋଧ କରିଛି ବିଜେପି । ଏହା ପୂର୍ବରୁ ମଧ୍ୟ ତାଙ୍କ ବିରୋଧରେ ଅଭିଯୋଗ କରିଥିଲା ବିଜେପି ।

ଡେଲାଙ୍ଗ ଆଇଆଇସି ବିରୋଧରେ ନିର୍ବାଚନ କମିସନଙ୍କ ଦ୍ବାରସ୍ତ ହେଲା ବିଜେପି

ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି ଯେ ପିପିଲି ଉପନିର୍ବାଚନ ପ୍ରଚାରବେଳେ ଡେଲାଙ୍ଗ ଆଇଆଇସି ବିଜେଡି ସପକ୍ଷରେ କାମ କରିବା ଆମେ ଦେଖିଥିଲୁ। ଆଜି ଆମେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖକୁ ଆସିଥିଲୁ ଏ ବିଷୟରେ ଆଉ ଥରେ ଅବଗତ କରିବା ପାଇଁ ଆସିଛୁ । ମୁଖ୍ୟ ପ୍ରସଙ୍ଗ ରହିଥିଲା ଡେଲାଙ୍ଗ ଆଇଆଇସି ଯେଉଁ ଭଳି ଭାବରେ ଶାସନକଳକୁ ବ୍ୟବହାର କରି ଆଣ୍ଟି ବିଜେପି କାମ କରୁଛି। ଆଗରୁ ମଧ୍ୟ ଏ ସମ୍ପର୍କରେ ନିର୍ବାଚନ ଆୟୋଗଙ୍କ ଅବଗତ କରାଇଥିଲୁ। ଆଜି ଆମେ CEO ଙ୍କୁ ଦେଖା କରି ଏହି ବିଷୟରେ ଅବଗତ କରି ଏହା ଉପରେ କାର୍ଯ୍ୟାନୁଷ୍ଠନ ପାଇଁ ଅନୁରୋଧ କରିଛୁ।

ସୂଚନାଥାଉକି ଏପ୍ରିଲ୍ ୧୪, ୨୦୨୧ ରେ ଡେଲାଙ୍ଗ ଆଇଆଇସିଙ୍କୁ ବଦଳି କରାଯାଇଛି । ତାଙ୍କୁ STF ଡିପାର୍ଟମେଣ୍ଟକୁ ବଦଳି କରାଯାଇଛି କିନ୍ତୁ ଆଜି ପର୍ଯ୍ୟନ୍ତ କଣ ପାଇଁ ରାଜ୍ୟ ସରକାର ତାଙ୍କୁ ରଖିଛନ୍ତି। ଆସନ୍ତା ୩୦ ତାରିଖରେ ପିପିଲିରେ ଅନୁଷ୍ଠିତ ହେବ ଉପନିର୍ବାଚନ । ଏହାପରେ ଅକ୍ଟୋବର ୩ ତାରିଖରେ ଫଳାଫଳ ଘୋଷଣା କରାଯିବ । କୋରୋନା କଟକଣା ମଧ୍ୟରେ ମତଦାନ ପ୍ରକ୍ରିୟା କରିବା ପାଇଁ ନିର୍ବାଚନ କମିସନ ଗାଇଡଲାଇନ ଜାରୀ କରିଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ABOUT THE AUTHOR

...view details