ଓଡିଶା

odisha

By

Published : Feb 19, 2022, 10:23 PM IST

ETV Bharat / city

ନିର୍ବାଚନରେ ହିଂସାତ୍ମକ ପନ୍ଥା ଆପଣାଉଛି ବିଜେଡି, ଡିଜିପିଙ୍କ ନିକଟରେ ଫେରାଦ ହେଲା ବିଜେପି

ପଞ୍ଚାୟତ ନିର୍ବାଚନରେ ଶାସକ ଦଳ ବିଭିନ୍ନ ବେଆଇନ ଏବଂ ହିଂସାତ୍ମକ ପନ୍ଥା ଆପଣାଉଥିବା ବିଜେପିର ଅଭିଯୋଗ । ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରି ଡିଜିପିଙ୍କ ଦ୍ବାରସ୍ଥ ହେଲା ବିଜେପିର ୪ ଜଣିଆ ଟିମ୍ । ଅଧିକ ପଢନ୍ତୁ

ନିର୍ବାଚନରେ ହିଂସାତ୍ମକ ପନ୍ଥା ଆପଣାଉଛି BJD, DGP ଙ୍କ ଫେରାଦ ହେଲା BJP
ନିର୍ବାଚନରେ ହିଂସାତ୍ମକ ପନ୍ଥା ଆପଣାଉଛି BJD, DGP ଙ୍କ ଫେରାଦ ହେଲା BJP

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନରେ ଗୁଣ୍ଡାରାଜ କରୁଛି ଶାସକ ଦଳ । ବିଧାୟକଙ୍କ ଭାଇ ପୋଲିସ ଗାଡିରେ ଟଙ୍କା ବାଣ୍ଟୁଛନ୍ତି । ବିଜେପି ସମର୍ଥିତ ପ୍ରାର୍ଥୀଙ୍କ ଉପରେ ଆକ୍ରମଣ କରୁଛନ୍ତି । ବୁଥ ରିଗିଂ କରିବା ସହ ବୁଥରେ ପଶି ବାଡିଆ ପିଟା କରୁଛନ୍ତି । ଶାସକ ଦଳ ବିଜେଡି ଏଭଳି ଅନେକ ପ୍ରକାର ଅତ୍ୟାଚାର‌ ଏବଂ ହିସାତ୍ମକ ପନ୍ଥା ଆପଣାଇଥିବା ଅଭିଯୋଗ କରିଛି ବିଜେପି ।

ନିର୍ବାଚନରେ ହିଂସାତ୍ମକ ପନ୍ଥା ଆପଣାଉଛି BJD, DGP ଙ୍କ ଫେରାଦ ହେଲା BJP

ଏହିଭଳି କେତେକ ଅଭିଯୋଗ ଆଣି ଆଜି(ଶନିବାର) ବିଜେପିର ୪ ଜଣିଆ ଟିମ ଡିଜିପିଙ୍କୁ ଭେଟିଛନ୍ତି । ପଞ୍ଚାୟତ ନିର୍ବାଚନ ସମୟରେ ଶାସକ ଦଳର ଗୁଣ୍ଡାରାଜ କରୁଥିବା ଡିଜିପିଙ୍କ ନିକଟରେ ଅଭିଯୋଗ କରିଛନ୍ତି । ନିର୍ବାଚନରେ ଶାସକ ଦଳ ଅନେକ ଅତ୍ୟାଚାର କରି ନିର୍ବାଚନ‌ ସମୟରେ ଅରାଜକତା ସୃଷ୍ଟି କରୁଛନ୍ତି, ଯାଜପୁର, କେନ୍ଦ୍ରାପଡା ଭଳି ଜିଲ୍ଲାରେ ଭୋଟ ବୁଥରେ ରିଗିଂ ଏବଂ ମାର୍‌ପିଟ କରିଥିବା ଅଭିଯୋଗ କରିଛନ୍ତି ।

ଏସବୁ ଅଭିଯୋଗ ନେଇ ବିଜେପି ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ଡିଜିପିଙ୍କୁ ଅବଗତ କରାଇଛନ୍ତି । ଆଗାମୀ ୩ଟି ଫେଜରେ ଅବାଧ ଓ ନିରପେକ୍ଷ ନିର୍ବାଚନ କିଭଳି ହେବ ତା ଉପରେ ଗୁରୁତ୍ୱ ଦେବାକୁ ଦାବି କରିବା ସହ ଡିଜିପି ଏହା ଉପରେ ହସ୍ତକ୍ଷେପ କରନ୍ତୁ ବୋଲି ଦାବି କରିଛନ୍ତି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details