ଓଡିଶା

odisha

ETV Bharat / city

ବାଇ ଲ’ ତାତି; ଅପରାଜିତାଙ୍କୁ ଜବାବ ଦେଲା ବିଜେଡି - ବାଇ ଲ ପ୍ରସଙ୍ଗରେ ଅପରାଜିତାଙ୍କୁ ଟାର୍ଗେଟ

ଲିଙ୍ଗରାଜ ମନ୍ଦିର ବାଇ ଲ' ପ୍ରସଙ୍ଗକୁ ନେଇ ଜୋର ଧରିଛି ରାଜନୀତି । ଦୁଇ ଦିନ ତଳେ ରାଜ୍ୟ ସରକାରଙ୍କୁ ଏହି ପ୍ରସଙ୍ଗରେ ସାଂସଦ ଅପରାଜିତା ପ୍ରଶ୍ନ କରିଥିବାବେଳେ ଘଟଣାରେ ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି ବିଜେପି ମିଡିଆ ଉପଦେଷ୍ଟା ମାନସ ମଙ୍ଗରାଜ । ଅଧିକ ପଢନ୍ତୁ...

ଅପରାଜିତାଙ୍କୁ ଟାର୍ଗେଟ କରି ପାଲଟା ପ୍ରଶ୍ନ କଲେ ବିଜେଡି ମିଡିଆ ଉପଦେଷ୍ଟା
ଅପରାଜିତାଙ୍କୁ ଟାର୍ଗେଟ କରି ପାଲଟା ପ୍ରଶ୍ନ କଲେ ବିଜେଡି ମିଡିଆ ଉପଦେଷ୍ଟା

By

Published : Feb 17, 2021, 8:43 PM IST

Updated : Feb 17, 2021, 9:49 PM IST

ଭୁବନେଶ୍ବର:ଲିଙ୍ଗରାଜ ମନ୍ଦିର ବାଇ ଲ' ପ୍ରସଙ୍ଗକୁ ନେଇ ଜୋର ଧରିଛି ରାଜନୀତି । ଦୁଇ ଦିନ ତଳେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ରାଜ୍ୟ ସରକାରଙ୍କୁ ଏ ସଂକ୍ରାନ୍ତରେ ପ୍ରଶ୍ନ କରିଥିଲେ ଏବଂ ସରକାର ଓଡିଶାବାସୀଙ୍କୁ ଭୂଆଁ ବୁଲାଉଛନ୍ତି ବୋଲି କହିଥିଲେ । ଯାହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡିର ମିଡିଆ ଉପଦେଷ୍ଟା ମାନସ ମଙ୍ଗରାଜ । ସେ ମଧ୍ୟ ସାଂସଦ ଅପରାଜିତାଙ୍କୁ ପାଲଟା ପ୍ରଶ୍ନ କରିଛନ୍ତି ।

ବାଇ ଲ’ ତାତି; ଅପରାଜିତାଙ୍କୁ ଜବାବ ଦେଲା ବିଜେଡି

ଏଏମଏସଏଆର ଆକ୍ଟ 1958 ଧାରା ଅନୁସାରେ ବାଇ- ଲ ପର୍ଯ୍ୟବେଶିତ । ସେହି ଅନୁସାରେ ରାଜ୍ୟ ପ୍ରାଧିକୃତ ଅଧିକାରୀ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ବୋଲି ଅପରାଜିତା କହିବା ସହ ଏ ସମ୍ପର୍କରେ ରାଜ୍ୟ ସରକାର କିପରି ଜାଣି ନପାରିଲେ ଏବଂ ଶାସନ ଏତେ ଅପରିପକ୍ବ ଓ ଅଜ୍ଞାନ କେମିତି ହୋଇପାରିବ ବୋଲି ପ୍ରଶ୍ନ କରିଥିଲେ । ଏହି ଘଟଣାରେ ମାନସ ଅପରାଜିତାଙ୍କୁ ଟାର୍ଗେଟ କରି ପ୍ରଶ୍ନ କରିଛନ୍ତି, ମୁଁ ଆପଣଙ୍କ ପରି କୌଣସି ଗବେଷଣା କରିନାହିଁ । କିନ୍ତୁ ମୁଁ ଜାଣିଛି ଯେକୌଣସି ବ୍ୟକ୍ତି 5 ମିନିଟରେ ଏହା ପଢି ଜାଣିପାରିବ ଯେ ଭାରତ ସରକାରଙ୍କ ବିଜ୍ଞପ୍ତି ମୁତାବକ ଏଏମଏଏସଆର ଆକ୍ଟ 1958ର ସେକ୍ସନ-20 ଇ ଅନୁଯାୟୀ କୋଲକାତା ଠାରେ ଥିବା ଏଏସଆଇର ଆଞ୍ଚଳକି ନିର୍ଦ୍ଦେଶକ ହେଉଛନ୍ତି ବାଇ-ଲ ଚିଠା ପ୍ରସ୍ତୁତର କ୍ଷମତାପ୍ରାପ୍ତ ଅଧିକାରୀ । ସଂସ୍କୃତି ନିର୍ଦ୍ଦେଶକ ଚିଠା ଐତିହ୍ୟ ବାଇ-ଲ ପ୍ରସ୍ତୁତର କ୍ଷମତାପ୍ରାପ୍ତ ଅଧିକାରୀ ନୁହଁନ୍ତି । ଏହାସହ କୋଲକାତା ଠାରେ ଥିବା ଏଏମଏସଏଆରର ଆଞ୍ଚଳିକ ନିର୍ଦ୍ଦେଶକ ଓଡିଶାର ମନ୍ଦିରଗୁଡିକ ଲାଗି ଐତିହ ବାଇ- ଲ ପ୍ରସ୍ତାବ ପଠାଇଛନ୍ତି ।

ବାଇ ଲ’ ତାତି; ଅପରାଜିତାଙ୍କୁ ଜବାବ ଦେଲା ବିଜେଡି

ଆହୁରିମଧ୍ୟ ମାନସ କହିଛନ୍ତି, ଯେହେତୁ ଅପରାଜିତା ଷଡଙ୍ଗୀ ଓଡିଶାର ସଂସ୍କୃତି ବିଷୟରେ ଅବଗତ ନୁହଁନ୍ତି, ତେଣୁ ଧାର୍ମିକ ଭାବନା ସହ ଜଡିତ ବିଗ୍ରହ, ସେବାୟତ ଏବଂ ଭକ୍ତଙ୍କର ଯେଉଁ ସମ୍ପର୍କ ରହିଛି ତାହା ତାଙ୍କ ପକ୍ଷେ ବୁଝିବା କଷ୍ଟକର । ସେହିପରି ଓଡିଶାରୁ ପ୍ରତିନିଧିତ୍ବ କରୁଥିବା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ବୋଧହୁଏ ଭଲ ଭାବେ ଏହି ସ୍ପର୍ଶକତାର ପ୍ରସଙ୍ଗକୁ ବୁଝି ପାରିଛନ୍ତି ବୋଲି ସେ କହିଛନ୍ତି ।

ଏହାସହ ଅପରାଜିତା ଷଡଙ୍ଗୀ ଆମସର ଆଇନକୁ ଠିକ୍ ଭାବେ ପଢିନାହାନ୍ତି କିମ୍ବା ଜାଣିଶୁଣି ମନଗଢା କଥା କହୁଛନ୍ତି ବୋଲି ମାନସ କଟାକ୍ଷ କରିବା ସହ ଆମସର ଆଇନକୁ ଭଲ ଭାବେ ପଢି ତାଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଅପରାଜିତାଙ୍କୁ ସ୍ପଷ୍ଟ କରିଛନ୍ତି । ପରିଶେଷରେ ମିଥ୍ୟା ତଥ୍ୟ ଉପସ୍ଥାପନ କରି ଓଡିଶା ଲୋକଙ୍କୁ ବୋକା ବନାଇବାକୁ ଚେଷ୍ଟା କରନ୍ତୁ ନାହିଁ ବୋଲି ସେ ସିଧାସଳଖ ଅପରାଜିତାଙ୍କୁ ଟାର୍ଗେଟ କରି ପ୍ରକାଶ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 17, 2021, 9:49 PM IST

ABOUT THE AUTHOR

...view details