ଓଡିଶା

odisha

By

Published : Nov 5, 2019, 6:21 PM IST

ETV Bharat / city

'ସିବିଆଇ ତଦନ୍ତ ପାଇଁ ହାତକାଟି ଲେଖନ୍ତୁ ରାଜ୍ୟ ସରକାର'

ଯାଜପୁର VLW ସ୍ମିତାରାଣୀ ମୃତ୍ୟୁ ରହସ୍ୟ ନେଇ ବଢୁଛି ଆନ୍ଦୋଳନ । ଆଜି ଭୁବନେଶ୍ବର ଏଡିଏମ ଅଫିସ ଘେରାଉ କରିଥିଲା ବିଜେପି ମହିଳା ମୋର୍ଚ୍ଚା। ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଯାଜପୁର VLW ସ୍ମିତାରାଣୀ ମୃତ୍ୟୁ ରହସ୍ୟ ନେଇ ବଢୁଛି ଆନ୍ଦୋଳନ । ଏନେଇ ରାଜ୍ୟବ୍ୟାପୀ ଜିଲ୍ଲାପାଳ ଅଫିସ ଘେରାଉ କରିଛି ବିଜେପି । ମଙ୍ଗଳବାର ଭୁବନେଶ୍ବର ଏଡିଏମ ଅଫିସ ଘେରାଉ କରିଥିଲା ବିଜେପି ମହିଳା ମୋର୍ଚ୍ଚା ।

ସିବିଆଇ ତଦନ୍ତ ଦାବି କରି ଘଟଣାର ପର୍ଦ୍ଦାଫାସ କରିବାକୁ ଦାବି ଜଣାଇଛନ୍ତି ବିଜେପି ମହିଳା ମୋର୍ଚ୍ଚା । ନଚେତ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦେଇଛି ଦଳ।

ଘଟଣାକୁ ନେଇ ମହିଳା କମିଶନ ଓ ଯାଜପୁର ଏସପି ଯେଉଁଭଳି ବୟାନ ଦେଇଛନ୍ତି ତାକୁ ବିରୋଧ କରିଛି ବିଜେପି । ଏନେଇ ସରକାରଙ୍କୁ ସିଧା ଟାର୍ଗେଟ କରିଛନ୍ତି ଦଳର ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର।

ଏନେଇ ସେ କହିଛନ୍ତି ଯେ, ଶାସକ ବିଜେଡି ଏ ଘଟଣାକୁ ଘଣ୍ଟ ଘୋଡାଉଛି। ଏହି ସନ୍ଦେହ ଜନକ ମୃତ୍ୟୁ ପଛରେ ଆହୁରି ୪ଜଣଙ୍କ ସମ୍ପୃକ୍ତି ରହିଛି। ତୁରନ୍ତ ଏହାର ଖୁଲାସା ପାଇଁ ସିବିଆଇ ତଦନ୍ତ ଦାବି କରିଛନ୍ତି।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବରରୁ ତାପସ କୁମାର ପରିଡା, ଇଟିଭି ଭାରତ

ABOUT THE AUTHOR

...view details