ଓଡିଶା

odisha

ETV Bharat / city

ଆସନ୍ତା 5ରେ ସମସ୍ତ ଜିଲ୍ଲାପାଳ ଅଫିସ ସାମ୍ନାରେ ବିଜେପି ମହିଳା ମୋର୍ଚ୍ଚାର ବିକ୍ଷୋଭ - ଜିଲ୍ଲାପାଳ ଅଫିସ ଆଗରେ ବିକ୍ଷୋଭ

ରାଜ୍ୟରେ ଦିନକୁ ଦିନ ବଢିଚାଲିଛି ନାରୀଙ୍କ ପ୍ରତି ଯୌନ ନିର୍ଯାତନା ମାମଲା । ଏହାକୁ ପ୍ରତିବାଦ କରି ପୁଣିଥରେ ରାଜରାସ୍ତାକୁ ଓହ୍ଲାଇବ ବିଜେପି ମହିଳା ମୋର୍ଚ୍ଚା । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

By

Published : Nov 3, 2019, 12:33 PM IST

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ବଢିଚାଲିଛି ନାରୀଙ୍କ ପ୍ରତି ଯୌନ ନିର୍ଯାତନା ମାମଲା । ଏହାକୁ ପ୍ରତିବାଦ କରି ପୁଣିଥରେ ରାଜରାସ୍ତାକୁ ଓହ୍ଲାଇବ ବିଜେପି ମହିଳା ମୋର୍ଚ୍ଚା । ଏନେଇ ଆଜି ଏକ ପ୍ରେସମିଟ ଜରିଆରେ ସୂଚନା ଦେଇଛନ୍ତି ସଭାନେତ୍ରୀ ପ୍ରଭାତି ପରିଡା । ଯାଜପୁର ଭିଏଲଡବ୍ଲ୍ୟୁ ସ୍ମିତାରାଣୀ ମୃତ୍ୟୁ ମାମଲା, କେନ୍ଦ୍ରାପଡା କୋପରେଟିଭ ବ୍ୟାଙ୍କରେ ଯୌନ ଉତ୍ପୀଡନ ମାମଲାରେ ଆସନ୍ତା ୫ତାରିଖ ଦିନ ରାଜ୍ୟର ସମସ୍ତ ଜିଲ୍ଲାପାଳ ଅଫିସ ସାମ୍ନାରେ ବିକ୍ଷୋଭ କରିବ ଭାରତୀୟ ଜନତା ପାର୍ଟି ମହିଳା ମୋର୍ଚ୍ଚା।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

କେବଳ ଏତିକି ନୁହେଁ ଏହା ସହ ତିନିଦଫା ଦାବିରେ ଏହି ବିକ୍ଷୋଭ କରିବ ଭାରତୀୟ ଜନତା ପାର୍ଟୀ । ବିଶେଷ କରି ଯାଜପୁର ସ୍ମିତାରାଣୀ ମୃତ୍ୟୁକୁ ନେଇ ଦୀର୍ଘ ଦିନ ଧରି ଚର୍ଚ୍ଚା ଲାଗି ରହିଥିବା ବେଳେ ଏହି ଘଟଣାରେ ପୁଣିଥରେ ଏସପି ଓ ମହିଳା କମିଶନ ଅଧ୍ୟକ୍ଷାଙ୍କ ଇସ୍ତଫା ଦାବି କରିଛି ବିଜେପି ମହିଳା ମୋର୍ଚ୍ଚା । ଏହା ସହ ଘଟଣାର ସିବିଆଇ ତଦନ୍ତ ଦାବି ନେଇ ରାଜ୍ୟର ସମସ୍ତ ଜିଲ୍ଲାପାଳ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବ ବିଜେପି ମହିଳା ମୋର୍ଚ୍ଚା ।

ଅନ୍ୟପଟେ କେନ୍ଦ୍ରାପଡା ଠାରେ ବିକ୍ଷୋଭ କରାଯିବା ସହ କେନ୍ଦ୍ରାପଡା କୋପରେଟିଭ ବ୍ୟାଙ୍କର କର୍ମଚାରୀଙ୍କ ଯୌନ ଉତ୍ପୀଡନର ଶିକାର ହୋଇଥିବା ପୀଡିତାଙ୍କୁ ବି ଭେଟିବ ବିଜେପି ମହିଳା ମୋର୍ଚ୍ଚାର ପ୍ରତିନିଧି ଦଳ ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details