ଭୁବନେଶ୍ବର: ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀଙ୍କ (Anandpur mla bhagirathi sethi) ନାଁରେ ସାଙ୍ଘାତିକ ଅଭିଯୋଗ। ଆନନ୍ଦପୁରଠାରେ ଅନୁଷ୍ଠିତ ହୋଇଥିବା ପଞ୍ଚାୟତ ସମିତି ବୈଠକରେ ଯୋଗଦେଇଥିବା 3ନଂ ଜୋନର ଜିଲ୍ଲାପରିଷଦ ସଭ୍ୟାଙ୍କୁ ସଭାରେ ଅସଦାଚରଣ କରିଥିବା ଅଭିଯୋଗ (bjp levels allegation against Anandpur mla for misbehave) ହୋଇଛି।
ଅଭିଯୋଗ ଅନୁଯାୟୀ, ସଭାରେ ଆଲୋଚନା ବେଳେ ନିର୍ଦ୍ଧାରିତ ବିଷୟକୁ ଛାଡି ଅନ୍ୟ କଥା ଆଲୋଚନା କରୁଥିବା ବେଳେ ବିଧାୟକଙ୍କୁ ବିରୋଧ କରିଥିଲେ ଜିଲ୍ଲାପରିଷଦ ସଭ୍ୟା ଅସୀମା ମିଶ୍ର । ବିରୋଧ ପରେ ଅସୀମା ମିଶ୍ରଙ୍କୁ କଟୁ ଭାଷା କହିବା ସହିତ "ତୁ କିଏ" ବୋଲି ବିଧାୟକ ପ୍ରଶ୍ନ କରିଥିଲେ । ଶେଷରେ ଅପମାନିତ ହୋଇ ସଭାରୁ ଫେରି ନିଜ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ଅସୀମା ରାଜ୍ୟ ମାନବାଧିକାର କମିଶନ (state human rights commission) ଏବଂ ମହିଳା କମିଶନଙ୍କ ଦ୍ବାରସ୍ଥ ହେଇଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ:ଶୁଭଶ୍ରୀ ମୃତ୍ୟୁ ମାମଲାର ସିନ୍ ରିକ୍ରିଏସନ, ବଏଫ୍ରେଣ୍ଡକୁ ଧରି ବୁଲୁଛି ଖାରବେଳନଗର ପୋଲିସ