ଭୁବନେଶ୍ବର: ବିଜେପିର ବିଧାୟକ ଦଳ ବୈଠକ ଅନୁଷ୍ଠିତ । ବିଧାନସଭା ଶୀତ ଅଧିବେଶନରେ ସରକାରଙ୍କୁ ଘେରିବା ପାଇଁ ବିଜେପି ପକ୍ଷରୁ ବିଧାୟକ ଦଳ ବୈଠକ ଡକା ଯାଇଛି । ଶୁକ୍ରବାର ଠାରୁ ବିଧାନସଭାରେ ଶୀତ ଅଧିବେଶନ ଆରମ୍ଭ ହେଉଛି ।
ଶୀତ ଅଧିବେଶନ: ବିଭିନ୍ନ ସମସ୍ୟା ନେଇ ସରକାରଙ୍କୁ ଘେରିବ ବିଜେପି - BJP party meeting in bhubaneswar
ବିଧାନସଭାରେ ଶୀତ ଅଧିବେଶନ ପୂର୍ବରୁ ବସିଲା ବିଜେପିର ବିଧାୟକ ଦଳ ବୈଠକ । ରାଜ୍ୟର ବିଭିନ୍ନ ସମସ୍ୟାକୁ ନେଇ ବିରୋଧୀ ସରକାରଙ୍କୁ ଘେରିବା ନେଇ ଚର୍ଚ୍ଚା । ଅଧିକ ପଢନ୍ତୁ...
ଶୀତ ଅଧିବେଶନ: ବିଭିନ୍ନ ସମସ୍ୟା ନେଇ ସରକାରଙ୍କୁ ଘେରିବ ବିଜେପି
ତେବେ ବିଜେପି ପକ୍ଷରୁ ବସିଥିବା ବିଧାୟକ ଦଳ ବୈଠକରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଅଧ୍ୟକ୍ଷତା କରିଥିଲେ । ଏହି ବୈଠକରେ ବିଧାନସଭାରେ ସରକାରଙ୍କୁ ଘେରିବା ନେଇ ରଣନୀତି ପ୍ରସ୍ତୁତ କରାଯାଇଛି । ଧାନକିଣାରେ ଅବ୍ୟବସ୍ଥା, ବଗଲା ଧର୍ମଶାଳା ଜମି ଦୁର୍ନୀତି, ସୀମା ବିବାଦ, ଆଇନ ଶୃଙ୍ଖଳା ପରିସ୍ଥିତି, ବିଜୁଳି ଦର ବୃଦ୍ଧି, ଏକାମ୍ର କାନନ ଜମି ହସ୍ତାନ୍ତର ପ୍ରସଙ୍ଗ ଇତ୍ଯାଦିକୁ ଅସ୍ତ୍ର କରି ବିଜେପି ଶାସକ ଦଳକୁ ଘେରିବ ।
ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ