ଓଡିଶା

odisha

ETV Bharat / city

ଓଡିଶାରେ ପହଞ୍ଚିଲେ ବିଜେପି ସହ ପ୍ରଭାରୀ ବିଜୟ ପାଲ ସିଂ ତୋମାର - ବିଜୟ ପାଲ ସିଂ ତୋମାର

bjp leader vijaya pal singh tomar arrive in odisha
ଓଡିଶାରେ ପହଞ୍ଚିଲେ ବିଜେପି ସହ ପ୍ରଭାରୀ ବିଜୟ ପାଲ ସିଂ ତୋମାର

By

Published : Jan 6, 2021, 1:48 PM IST

Updated : Jan 6, 2021, 3:10 PM IST

13:43 January 06

ଓଡିଶାରେ ପହଞ୍ଚିଲେ ବିଜେପି ସହ ପ୍ରଭାରୀ ବିଜୟ ପାଲ ସିଂ ତୋମାର

ଓଡିଶାରେ ପହଞ୍ଚିଲେ ବିଜେପି ସହ ପ୍ରଭାରୀ ବିଜୟ ପାଲ ସିଂ ତୋମାର

ଭୁବନେଶ୍ବର: ରାଜଧାନୀରେ ପହଞ୍ଚିଲେ ବିଜେପି ରାଜ୍ୟ ସହ-ପ୍ରଭାରୀ ତଥା ସାଂସଦ ବିଜୟ ପାଲ ସିଂ ତୋମାର । ଦାୟିତ୍ବ ନେବା ପରେ ଏହା ତୋମାରଙ୍କ ପ୍ରଥମ ଓଡିଶା ଗସ୍ତ । ଭୁବନେଶ୍ବର ବିମାନବନ୍ଦର ପହଞ୍ଚିବା ପରେ ପୁରୀ ଗସ୍ତ କରିଛନ୍ତି ସେ। ଗୁରୁବାର ମାହାଙ୍ଗା ଯିବା ସହ ମୃତ କୁଳମଣି ଓ ତାଙ୍କ ସହଯୋଗୀଙ୍କ ପରିବାରକୁ ଭେଟିବେ ।  ଏହାସହ କଟକ ଓ କେନ୍ଦ୍ରାପଡ଼ା ଗସ୍ତ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି। 

ଏ ଅବସରରେ ସେ କହିଛନ୍ତି, ବିଜେପିର ବିଜୟ ଧାରା ଦେଖି ଅନ୍ୟ ସବୁ ଦଳ ହତୋତ୍ସାହିତ ହୋଇପଡିଛନ୍ତି । ଯେତେବେଳେ ସେମାନଙ୍କୁ କିଛି ରାସ୍ତା ଦେଖା ନ ଯାଏ ସେତେବେଳେ ସେମାନେ ହିଂସାର ରାସ୍ତାକୁ ବାଛି ନେଉଛନ୍ତି । ତୋମାର ଏହା ମଧ୍ୟ  କହିଥିଲେ ଯେ, ରାଜନୀତିରେ ହିଂସାର ସ୍ଥାନ ନାହିଁ। ପଶ୍ଚିମବଙ୍ଗ ଭଳି ଏଠି ବି ହିଂସା ହେଉଛି। ଆସନ୍ତା ସାଧାରଣ ନିର୍ବାଚନରେ ଆମେ 51 ପ୍ରତିଶତ ଭୋଟ ସହ ସରକାରକୁ ଆସିବୁ। 50 ବର୍ଷର କଂଗ୍ରେସ ଶାସନକୁ ହଟେଇଛୁ। ଏଠି ବି ସରକାର ନିଶ୍ଚିତ କରିବୁ। ବୁଥ ସ୍ତରରୁ ସଂଗଠନ ମଜବୁତ କରିବୁ। କିଛି ରାଜନୈତିକ ଲୋକ ଚାଷୀ ଆନ୍ଦୋଳନ କରାଉଛନ୍ତି କିନ୍ତୁ 95 ପ୍ରତିଶତ ଚାଷୀ ଆଇନକୁ ସମର୍ଥନ କରୁଛନ୍ତି ବୋଲି ସହ ପ୍ରଭାରୀ ବିଜୟ ପାଲ ସିଂ ତୋମାର କହିଛନ୍ତି ।  

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ 

Last Updated : Jan 6, 2021, 3:10 PM IST

ABOUT THE AUTHOR

...view details