ଓଡିଶା

odisha

ETV Bharat / city

ବିଜେପି ଢାଞ୍ଚାକୁ କପି ପେଷ୍ଟ କରୁଛି ସରକାରୀ ଦଳ: ଭୃଗୁ ବକ୍ସିପାତ୍ର - ବିଜେପି ଉପ ସଭାପତି ଭୃଗୁ ବକ୍ସିପାତ୍ର

ଆଜି ଠାରୁ ଆରମ୍ଭ ହୋଇଥିବା ବିଜେଡି ପ୍ରଶିକ୍ଷଣକୁ ନେଇ ବିଜେପିର ସମାଲୋଚନା (BJP leader targets BJD training camp) । ଏହାକୁ ନେଇ ବିଜେପି ଉପ-ସଭାପତି ଭୃଗୁ ବକ୍ସିପାତ୍ର କହିଛନ୍ତି, ବିଜେପିର ପୁରା ଢାଞ୍ଚାକୁ କପି ପେଷ୍ଟ କରିବାର ପ୍ରକ୍ରିୟା ସରକାରୀ ଦଳ ଆରମ୍ଭ କରିଛି । କହିବାକୁ ଗଲେ ବିଜେଡି ଆମକୁ ଦେଖି କପି କରୁଛି । ଆମେ ନିର୍ବାଚନକୁ ଆଖିରେ ରଖି ଆମେ ପ୍ରସ୍ତୁତ ହେଉଛୁ । ଅଧିକ ପଢନ୍ତୁ

ବିଜେପି ଢାଞ୍ଚାକୁ କପି ପେଷ୍ଟ କରୁଛି ସରକାରୀ ଦଳ: ଭୃଗୁ ବକ୍ସିପାତ୍ର
ବିଜେପି ଢାଞ୍ଚାକୁ କପି ପେଷ୍ଟ କରୁଛି ସରକାରୀ ଦଳ: ଭୃଗୁ ବକ୍ସିପାତ୍ର

By

Published : Sep 21, 2022, 10:16 PM IST

ଭୁବନେଶ୍ବର: ଆଜି ଠାରୁ ଆରମ୍ଭ ହୋଇଥିବା ବିଜେଡି ପ୍ରଶିକ୍ଷଣକୁ ନେଇ ବିଜେପିର ସମାଲୋଚନା (BJP leader targets BJD training camp) । ଏହାକୁ ନେଇ ବିଜେପି ଉପ-ସଭାପତି ଭୃଗୁ ବକ୍ସିପାତ୍ର କହିଛନ୍ତି ବିଜେପିର ପୁରା ଢାଞ୍ଚାକୁ କପି ପେଷ୍ଟ କରିବାର ପ୍ରକ୍ରିୟା ସରକାରୀ ଦଳ ଆରମ୍ଭ କରିଛି । କହିବାକୁ ଗଲେ ବିଜେଡି ଆମକୁ ଦେଖି କପି କରୁଛି । ଆମେ ନିର୍ବାଚନକୁ ଆଖିରେ ରଖି ଆମେ ପ୍ରସ୍ତୁତ ହେଉଛୁ । ପୁରୀରେ ଆମର ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ଶିବିର ସରିଛି । ଆମ ରାଷ୍ଟ୍ରୀୟ ଅଧକ୍ଷ ଜେପି ନଡ୍ଡା ମଧ୍ୟ 29 ଓ 30 ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି । ନିରନ୍ତର ଭାବେ ସଂଗଠନିକ ପ୍ରକ୍ରିୟା ଚାଲିଛି । ଯେଉଁଠି ଯେଉଁଠି ଆମର ସ୍ଥିତି ଦୁର୍ବଳ ଅଛି ସେଠି ମଜବୁତ କରିବାକୁ ଦଳର କେନ୍ଦ୍ରୀୟ ନେତୃତ୍ୱ ବରାବର ଓଡିଶା ଆସୁଛନ୍ତି ।

ବିଜେପି ଢାଞ୍ଚାକୁ କପି ପେଷ୍ଟ କରୁଛି ସରକାରୀ ଦଳ: ଭୃଗୁ ବକ୍ସିପାତ୍ର

ଭୃଗୁ ଆହୁରି କହିଛନ୍ତି ନରେନ୍ଦ୍ର ମୋଦି ସରକାରଙ୍କ ଲୋକାଭିମୁଖୀ ଯୋଜନାକୁ ଲୋକଙ୍କ ପାଖରେ ପଞ୍ଚାଇବା ଓ ରାଜ୍ୟ ସରକାରଙ୍କ ଲୋକ ବିରୋଧୀ ବ୍ୟବସ୍ଥାକୁ ଲୋକ ଲୋଚନକୁ ଆଣିବା ଓ ତାକୁ ଆହୁରି ଶାଣିତ କରିବ । 2024 ନିର୍ବାଚନ ପ୍ରସ୍ତୁତି କରାଇବା ବୁଥ ସ୍ତରରେ, ପଞ୍ଚାୟତରେ, ୱାର୍ଡ ସ୍ତରରେ ଏବଂ ବିଧାନସଭା ଓ ଲୋକସଭା ନିର୍ବାଚନ ମଣ୍ଡଳୀସ୍ତରରେ ଉଭୟ କାମ ପ୍ରକ୍ରିୟାରେ ଅଛି । 29 ଓ 30 ଯେତେବେଳେ ରାଷ୍ଟ୍ରୀୟ ଅଧକ୍ଷ ଆସିବେ ପଞ୍ଚାୟତ ଓ ବ୍ଲକ ସ୍ତରର କର୍ମକର୍ତ୍ତା ଙ୍କ ସହିତ ତାଙ୍କର ଚର୍ଚ୍ଚା ଆଲୋଚନା ହେବ। ଯେଉଁଠି ବୁଥ କମିଟି ଦୁର୍ବଳ ହୋଇଛି ସେଠି ଏହି ମାସ 25 ତାରିଖ ସୁଦ୍ଧା ଗଠନ ସାରିବାକୁ ଟାର୍ଗେଟ ଦିଆଯାଇଛି । ଆସିବା ଆଗରୁ ସବୁ ବୁଥ କମିଟି ସରିବ। ନିଜେ ରାଷ୍ଟ୍ରୀୟ ଅଧକ୍ଷ 29 ଓ 30 ଦୁଇଦିନ ବୁଥ କର୍ମକର୍ତ୍ତାଙ୍କ ସହ କଥା ହେବେ ।

ଆମର ପଞ୍ଚାୟତ ସ୍ତରର ସୈନିକ ଯେଉଁମାନେ ନିର୍ବାଚନର ମଙ୍ଗ ଧରିବେ ସେମାନଙ୍କ ନାଁ ତାଲିକା ଭୁକ୍ତ ହେବ । ସେମାନଙ୍କୁ କାମରେ ଲଗାଇବା ଏପ୍ରକ୍ରିୟା ଚାଲିବ । ସେମାନେ(ବିଜେଡି) ନିର୍ବାଚନ ଜିତୁଛନ୍ତି କଣ, ନିର୍ବାଚନ ଚୋରି କରୁଛନ୍ତି। ନିର୍ବାଚନ ଚୋରି କରୁଥିବା ଲୋକଙ୍କର ପ୍ରଶିକ୍ଷଣ କଣ ଆବଶକତା ଅଛି। ହୁଏତ ହେଉଥିବ ଆଉ କେମିତି ଭଲ କରି ଚୋରୀ କରିବୁ ତାହା ମୁଁ ଜାଣିନି। କିନ୍ତୁ ମୋର ମତ 22 ବର୍ଷ ଶାସନରେ ଥିବା ଦଳକୁ କୋଉଠି ନା କୋଉଠି ଲାଗୁଛି ଏଥର ସାଧାରଣ ଓଡ଼ିଆ ଲୋକେ କଡ଼ ଲେଉଟାଇବେ । ତେଣୁ ବୋଧେ ନୂଆ ନୂଆ ପ୍ରକ୍ରିୟା ସେମାନେ ଆରମ୍ଭ କରୁଛନ୍ତି। ବିଜେପିର ସବୁ କଥାକୁ ମଣ୍ଡଳ ଭାଷାକୁ ମଧ୍ୟ ସେମାନେ ବ୍ୟବହାର କରୁଛନ୍ତି । ବିଜେପି କାର୍ଯ୍ୟକାରିଣୀ ଭାଷା ସେମାନେ ବ୍ୟବହାର କରୁଛନ୍ତି ବୋଲି ଭୃଗୁ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details