ଓଡିଶା

odisha

ETV Bharat / city

Health Index: ରାଜ୍ୟ ସରକାର ମିଛ କହିବା ବନ୍ଦ କରନ୍ତୁ କହିଲା BJP - ପୃଥ୍ବିରାଜ ହରିଚନ୍ଦନଙ୍କ ମନ୍ତବ୍ୟ

ସ୍ବାସ୍ଥ୍ୟ ସୂଚକାଙ୍କ ନେଇ ବିଜେପି ନେତା ପୃଥୀରାଜ ହରିଚନ୍ଦନ କହିଛନ୍ତି, ମନ୍ତ୍ରୀ ପ୍ରତାପ ଜେନା ତ ବହୁତ ମିଛ କୁହନ୍ତି। ରାଜ୍ୟର ଶାସନ ମୁଖ୍ୟ ହୋଇ ମୁଖମନ୍ତ୍ରୀ ତ ମିଛ କୁହନ୍ତି । ପ୍ରତାପ ଜେନାଙ୍କ ଠାରୁ ଅଧିକ କିଛି ଆଶା କରାଯାଇନପାରେ । ଅଧିକ ପଢନ୍ତୁ

Health index
Health index

By

Published : Dec 28, 2021, 9:40 PM IST

ଭୁବନେଶ୍ବର:ସ୍ବାସ୍ଥ୍ୟ ସୂଚକାଙ୍କରେ ରାଜ୍ୟ ତଳକୁ ଖସିବା (Health index) ନେଇ ବିଜେପି ନେତା ପୃଥୀରାଜ ହରିଚନ୍ଦନ କହିଛନ୍ତି, ମନ୍ତ୍ରୀ ପ୍ରତାପ ଜେନା ତ ବହୁତ ମିଛ କୁହନ୍ତି । ରାଜ୍ୟର ଶାସନ ମୁଖ୍ୟ ହୋଇ ମୁଖମନ୍ତ୍ରୀ ତ ମିଛ କୁହନ୍ତି । ପ୍ରତାପ ଜେନାଙ୍କ ଠାରୁ ଅଧିକ କିଛି ଆଶା କରାଯାଇନପାରେ । ଯେତେବେଳେ health index ରେ ଛାଟ ପରେ ଛାଟ ପଡିଛି ସେତେବେଳେ ଭାରତ ବର୍ଷରେ ଏମାନଙ୍କ ସ୍ଥାନ ତଳକୁ ଖସୁଛି।

Health index: ରାଜ୍ୟ ସରକାର ମିଛ କହିବା ବନ୍ଦ କରନ୍ତୁ: ବିଜେପି

ଆମ ମାନଙ୍କର ମୁଣ୍ଡ ତଳକୁ ହୋଇଯାଉଛି। ମନ୍ତ୍ରୀଙ୍କ ମୁଣ୍ଡ ତଳକୁ ହେଉନି ଯଦି ସେ ଓଡିଶାର ଲୋକ। ଓଡିଶାର ଗ୍ରାମାଞ୍ଚଳରେ ସ୍ବାସ୍ଥ୍ୟ ଭିତ୍ତିଭୂମି ବିକାଶ ହୋଇପାରୁନାହିଁ। ନ୍ୟାସନାଲ ହେଲଥ ମିଶନର ପଇସା ଲୁଟ କରି ଖାଇଲେ । ବିଭିନ୍ନ ଜାଗାରେ ପଇସାକୁ ଦୂରୁପୋଯୋଗ କଲେ। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ରାଜ୍ୟରେ ଯେତିକି ଡାକ୍ତର ରହିବା କଥା ସେତିକି ନାହାନ୍ତି।

ପାରାମେଡିକାଲ ବିଭାଗରେ ଡାକ୍ତର ନାହିଁ। ପିଏଚସି ଏବଂ ସିଏଚସି ରେ ଡାକ୍ତର ନାହାନ୍ତି। ଏହିଭଳି ପରିସ୍ଥିତିରେ ଓଡିଶା ଚାଲିଛି। ମୋଟାମୋଟି ଭାବେ କହିବାକୁ ଗଲେ health index ପଛରେ ପଡିଛି ରାଜ୍ୟ। ତାକୁ ସଜାଡିବା ପରିବର୍ତ୍ତେ ମିଛ କହିବା ବନ୍ଦ କରନ୍ତୁ ବୋଲି କହିଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥୀରାଜ ହରିଚନ୍ଦନ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ABOUT THE AUTHOR

...view details