ଓଡିଶା

odisha

ETV Bharat / city

କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ କଥାକୁ କଦର୍ଥ କରୁଛି AAP - ଆପ୍‌କୁ ବିଜେପିର ଟାର୍ଗେଟ

କେନ୍ଦ୍ରମନ୍ତ୍ରୀଙ୍କ ବୟାନକୁ ନେଇ ଓଡ଼ିଶା ଆପ୍‌ ଟାର୍ଗେଟ କରିଥିଲା । ଆପ୍‌ ଶିକ୍ଷମନ୍ତ୍ରୀଙ୍କ ବୟାନର ଅର୍ଥକୁ କଦର୍ଥ କରୁଥିବା ପାଲଟା ଅଭିଯୋଗ କରିଛନ୍ତି ବିଜେପି ନେତା ସୁରଥ ବିଶ୍ବାଳ BJP reaction on AAP press meet। ଅଧିକ ପଢ଼ନ୍ତୁ

କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ କଥାକୁ ଆପ କଦର୍ଥ କରିଛି କହିଲା ବିଜେପି
କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ କଥାକୁ ଆପ କଦର୍ଥ କରିଛି କହିଲା ବିଜେପି

By

Published : Aug 29, 2022, 9:58 PM IST

ଭୁବନେଶ୍ବର: ଶିକ୍ଷାନୀତିକୁ ନେଇ କେନ୍ଦ୍ରମନ୍ତ୍ରୀଙ୍କ ବୟାନକୁ ନେଇ ଓଡ଼ିଶା ଆପ୍‌ ଟାର୍ଗେଟ କରିଥିଲା । ଏହାକୁ ନେଇ ଓଡ଼ିଶା ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା । ଦେଶକୁ ଧର୍ମେନ୍ଦ୍ର ପ୍ରଧାନ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି କହିଥିଲେ ଓଡ଼ିଶା ଆପ୍‌ ଆବାହକ ନିଶିକାନ୍ତ ମହାପାତ୍ର । ଏହାକୁ ନେଇ ବର୍ତ୍ତମାନ ପ୍ରତିକ୍ରିୟା ରଖିଛି ବିଜେପି(BJP reaction on AAP press meet) । ଆପ୍‌ ଶିକ୍ଷମନ୍ତ୍ରୀଙ୍କ ବୟାନର ଅର୍ଥକୁ କଦର୍ଥ କରୁଥିବା ପାଲଟା ଅଭିଯୋଗ କରିଛନ୍ତି ବିଜେପି ନେତା ସୁରଥ ବିଶ୍ବାଳ ।

କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ କଥାକୁ ଆପ କଦର୍ଥ କରିଛି କହିଲା ବିଜେପି

ଆପ୍‌କୁ ଜବାବ ଦେଇ ସୁରଥ ବିଶ୍ବାଳ କହିଛନ୍ତି, "ମାଗଣା ଯୋଜନା ସପକ୍ଷରେ ସବୁବେଳେ ଆପ୍‌ ଆଗୁଆ ରହିଛି । କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ କଥାକୁ ଆପ୍‌ କଦର୍ଥ କରୁଛି । କେଉଁଠି ନା କେଉଁଠି ବୁଝିବାରେ ଅସୁବିଧା ରହିଛି । କେନ୍ଦ୍ରମନ୍ତ୍ରୀ ଆଦୌ ଧନୀ ଗରିବ ଶିକ୍ଷାନୀତି କଥା କହିନାହାନ୍ତି । ବିଭିନ୍ନ ବିଦ୍ୟାଳୟର ମାନକ ବିଷୟରେ ଶିକ୍ଷାମନ୍ତ୍ରୀ କହିଛନ୍ତି । ଏହାର ମାନେ ନୁହେଁ ଗରିବ ଘର ପିଲା ଭଲ ସ୍କୁଲରେ ପଢିବେ ନାହିଁ । କେନ୍ଦ୍ରମନ୍ତ୍ରୀ ଏହା କହି ନାହାନ୍ତି । ଆପ ଏହାକୁ ବିକୃତ କରି ଲୋକଙ୍କୁ ଭୁଆଁ ବୁଲାଇବାକୁ ଚେଷ୍ଟା କରୁଛି ।"

କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ବୟାନକୁ ନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରିଛି ଓଡିଶା ଆପ୍‌(Odisha AAP demanded Dharmendra Pradhan apology) । ସ୍କୁଲ୍‌ ଫିସ୍‌କୁ ନେଇ ବୟାନବାଜି କରିଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ବୟାନକୁ ନେଇ ନିନ୍ଦା କରିଛି ଓଡ଼ିଶା ଆପ୍‌(Dharmendra Pradhan Controversial Statement) ।

ଏହାକୁ ନେଇ ସୋମବାର ଏକ ସାମ୍ବାଦିକ ସମ୍ମିଳନୀ କରିଥିଲା ଆପ୍‌ । ଏଥିରେ ଓଡ଼ିଶା ଆପ୍‌ ଆବାହକ ନିଶିକାନ୍ତ ମହାପାତ୍ର କହିଥିଲେ, "କିଛି ଦିନ ପୂର୍ବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ବୟାନ ଦେଇଥିଲେ ଯେ ରାଷ୍ଟ୍ରପତିଙ୍କ ପିଲା ଯେଉଁ ସ୍କୁଲ୍‌ରେ ପଢ଼ୁଛନ୍ତି ତାଙ୍କ ଘରେ କାମ କରୁଥିବା ବ୍ୟକ୍ତି କଣ ସେହି ସ୍କୁଲ୍‌ରେ ପାଠ ପଢ଼ିବେ ? ଏହାଦ୍ବାରା ଯେଉଁ ସବୁ ଘରୋଇ ସ୍କୁଲ୍‌ ଅଛନ୍ତି ସେମାନଙ୍କ ବ୍ୟବସାୟରେ ବାଧା ଉପୁଜିବ । ଏହାକୁ ନେଇ ସେ ଆପ୍‌ ସରକାରଙ୍କୁ ଟାର୍ଗେଟ କରିଥିଲେ ।"

ଧନୀ ଦରିଦ୍ର ସମସ୍ତଙ୍କୁ ଉତ୍କୃଷ୍ଟ ଶିକ୍ଷା ଦେଇ ସରକାରୀ ଶିକ୍ଷା ବ୍ୟବସ୍ଥାକୁ ଅଧିକ ମଜଭୁତ କରିବା ପାଇଁ ଦାବି କରିଛି । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଦେଶ ଆଗରେ କ୍ଷମା ମାଗି ନିଜର ମନ୍ତବ୍ୟ ପ୍ରତ୍ୟାହାର କରିବା ପାଇଁ ଦାବି କରିଥିଲା । ତେବେ ଏହାର ଜବାବ ରଖିଛନ୍ତି ବିଜେପି ନେତା ସୁରଥ ବିଶ୍ବାଳ ।

ABOUT THE AUTHOR

...view details