ଭୁବନେଶ୍ବର:ରାତି ପାହିଲେ ପିପିଲି ଉପନିର୍ଵାଚନ । ଆଉ ଏହା ପୂର୍ବରୁ ପିପିଲିର ମାଧିପୁର ଅଞ୍ଚଳରେ ଗତକାଲି ରାତ୍ରିରେ ବୋମାମାଡ ହୋଇଥିଲା । ଆଉ ଏହାକୁ ନେଇ ବିଜେପି ଓ ବିଜେଡି ନେତାଙ୍କ ମଧ୍ୟରେ ଆରମ୍ଭ ହୋଇଛି ତୁ ତୁ ମେଁ ମେଁ । ତେବେ ଏହି ଘଟଣାରେ ବିଜେଡି ନେତା ପ୍ରତାପ ଦେବଙ୍କ ମନ୍ତବ୍ୟ ଉପରେ ଜବାବ ରଖିଛନ୍ତି ବିଜେପି ନେତ୍ରୀ ପ୍ରଭାତୀ ପରିଡ଼ା ।
ସେ କହିଛନ୍ତି ଯେତେ ବେଳେ ହାରିଯିବା ଭୟରେ ତାଙ୍କ ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଚପଲ ଫିଙ୍ଗି ଥିଲେ । ଦେଶ ଭକ୍ତି, ରାଷ୍ଟ୍ରବାଦୀ ଚିନ୍ତାଧାରା ଆମକୁ ଶିଖାଇବେ ନାହିଁ । ଆମେ ଦେଶ ଗଣତନ୍ତ୍ର ପାଇଁ ଶହେ ଥର ହାରିବା ପାଇଁ ପସନ୍ଦ କରିବୁ ପଛେ । କେଉଁଠି ମୁଣ୍ଡ ନୁଆଁଇବାକୁ ପସନ୍ଦ କରିବୁ ନାହିଁ ବୋଲି ଦୃଢୋକ୍ତି ଦେଇଛନ୍ତି ବିଜେପି ନେତ୍ରୀ । ସେପଟେ ବିଜେପି ହାରିଯିବା ଭୟରେ ଏମିତି କହିବା ଗୋଟେ ହାସ୍ୟାସ୍ପଦ କଥା ବୋଲି କହିଛନ୍ତି ପ୍ରତାପ ।