ଭୁବନେଶ୍ବର:ଧାମନଗର ଉପନିର୍ବାଚନ(Dhamnagar By-Election ) ନେଇ ବାଜି ସାରିଛି ବିଗୁଲ । ଆସନ୍ତା ନଭେମ୍ବର ୩ ତାରିଖରେ ହେବ ଧାମନଗର ଉପନିର୍ବାଚନ । ବିଜେପି ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ନିର୍ବାଚନ ଫଳାଫଳକୁ ନେଇ ରାଜ୍ୟ ବିଜେପି ପ୍ରଭାରୀ ମତ ରଖିଛନ୍ତି । ସେ କହିଛନ୍ତି ସବୁ ଦଳ ନିର୍ବାଚନ ଜିତିବାକୁ ଲଢନ୍ତି । ବିଜେପି ମଧ୍ୟ ଜିତିବାକୁ ପ୍ରୟାସ କରିବ । ଏହା ୨୦୨୪ ନିର୍ବାଚନ ପୂର୍ବରୁ ସେମିଫାଇନାଲ ହୋଇ ନ ପାରେ । ଗୋଟିଏ ଉପନିର୍ବାଚନ କେବେ ବି ସେମିଫାଇଲନ ହୋଇ ପାରିବ ନାହିଁ ବୋଲି ସେ କହିଛନ୍ତି ।
ନିର୍ବାଚନ ଜିତିବାକୁ ସବୁ ଦଳ ପ୍ରୟାସ ଜାରି ରଖିଛନ୍ତି । ବିଜେପି କାର୍ଯ୍ୟକର୍ତ୍ତାମାନେ ନିଜ ପ୍ରାର୍ଥୀଙ୍କୁ ଜିତାଇବାକୁ ପ୍ରୟାସ ଜାରି ରଖିଛନ୍ତି । ନିର୍ବାଚନର ଫଳାଫଳକୁ ନେଇ ପୁରନ୍ଦେଶ୍ବରୀ କହିଛନ୍ତି, "ସବୁ ସ୍ତରରେ ବିଜେପିର କର୍ମି ଅଛନ୍ତି, ଦଳ ସେମାନଙ୍କୁ ନେଇ ଗର୍ଵ କରୁଛି ପାର୍ଟି ପାଇଁ ଯେକୌଣସି ସ୍ତରକୁ ଯାଇ ସେମାନେ କାମ କରିବାକୁ ପ୍ରସ୍ତୁତ ଅଛନ୍ତି । ସବୁ ଦଳ ନିର୍ବାଚନ ଜିତିବାକୁ ଲଢନ୍ତି । ବିଜେପି ମଧ୍ୟ ଜିତିବାକୁ ପ୍ରୟାସ କରିବ । ଏହା ୨୦୨୪ ନିର୍ବାଚନ ପୂର୍ବରୁ ସେମିଫାଇନାଲ ହୋଇନପାରେ । ଗୋଟିଏ ଉପନିର୍ବାଚନ କେବେ ବି ସେମିଫାଇନାଲ ହୋଇପାରିବ ନାହିଁ । ଏଠାରେ ପ୍ରଶାସନ ହାତରେ ଶାସନ କଳ ରହିଛି । ସରକାର ମଧ୍ୟ ତାଙ୍କର, ଏହା କେବେବି ସେମିଫାଇନାଲ ନୁହେଁ ।"
ସେହପରି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି କହିଛନ୍ତି, "ବିଷ୍ଣୁଭାଇଙ୍କ ଦେହାନ୍ତ ପରେ ଏହି ନିର୍ବାଚନ ହେଉଛି । ଆମ ଦଳର କର୍ମକର୍ତ୍ତାମାନେ ଏହି ଦୁଃଖରୁ ବାହାରି ପାରିନାହାନ୍ତି । ମାତ୍ର ରାଜନୈତିକ ଦୃଷ୍ଟିରୁ ନିର୍ବାଚନ ହେବ, ଆମେ ମଧ୍ୟ ଆମର କାର୍ଯ୍ୟ କରିବୁ । ଯେହେତୁ ବିଜେଡ଼ି ଦୀର୍ଘ ସମୟ ଧରି ଶାସନ ବ୍ୟବସ୍ଥାରେ ରହିଛି ସେମାନେ ମଧ୍ୟ ଜିତିବାକୁ ତାଙ୍କର ପ୍ରୟାସ କରିବେ, ଆମେ ମଧ୍ୟ କରିବୁ । ତେବେ ଫଳାଫଳ ଜନତାଙ୍କ ହାତରେ । ଜନତା ନିଜ ଉପଯୁକ୍ତ ନେତା ବାଛିବେ ।"