ଓଡିଶା

odisha

ETV Bharat / city

ପଛୁଆ ବର୍ଗ ବିରୋଧୀ ମନ୍ତବ୍ୟ ଦୁର୍ଭାଗ୍ୟଜନକ, କ୍ଷମା ମାଗନ୍ତୁ ପୃଥୀରାଜ: ବିଜେଡି - ପଛୁଆବର୍ଗଙ୍କ ଗଣନା ପ୍ରସଙ୍ଗ

ପଛୁଆବର୍ଗଙ୍କ ଗଣନା ପ୍ରସଙ୍ଗରେ ବିଜେପି ନେତା ପୃଥୀରାଜ ହରିଚନ୍ଦନଙ୍କ ମନ୍ତବ୍ୟ ଉପରେ ବିଜେଡିର ପ୍ରତିକ୍ରିୟା । ପୃଥୀରାଜଙ୍କ ମନ୍ତବ୍ୟ ଦୁର୍ଭାଗ୍ୟଜନକ, କ୍ଷମା ମାଗନ୍ତୁ ବୋଲି କହିଲା ବିଜେଡି । ଅଧିକ ପଢନ୍ତୁ...

ପଛୁଆ ବର୍ଗ ବିରୋଧୀ ମନ୍ତବ୍ୟ ଦୁର୍ଭାଗ୍ୟଜନକ, କ୍ଷମା ମାଗନ୍ତୁ ପୃଥୀରାଜ: ବିଜେଡି
ପଛୁଆ ବର୍ଗ ବିରୋଧୀ ମନ୍ତବ୍ୟ ଦୁର୍ଭାଗ୍ୟଜନକ, କ୍ଷମା ମାଗନ୍ତୁ ପୃଥୀରାଜ: ବିଜେଡି

By

Published : Jul 21, 2021, 7:06 PM IST

ଭୁବନେଶ୍ବର: ପଛୁଆବର୍ଗଙ୍କ ଗଣନା ପ୍ରସଙ୍ଗରେ ବିଜେପି ନେତା ପୃଥୀରାଜ ହରିଚନ୍ଦନଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଲା ବିଜେଡି । ରାଜ୍ୟରେ ପଛୁଆବର୍ଗଙ୍କ ଗଣନା ପାଇଁ ରାଜ୍ୟ ବିଜେପି ଓଡ଼ିଶା ରାଜ୍ୟ ପଛୁଆ ବର୍ଗ (ସଂଶୋଧନ) ବିଲ୍ ପାରିତ କରିବା ଲାଗି ବିଧାନସଭାରେ ସମର୍ଥନ କରିଥିଲା । ବିଜେପି ସାଧାରଣ ପୃଥୀରାଜ ହରିଚନ୍ଦନ ଓଡ଼ିଶା ବିଧାନସଭାର ସଦସ୍ୟ ନୁହଁନ୍ତି । ତେଣୁ ସେ ଏ ବିଷୟରେ ଜାଣିନାହାନ୍ତି ବୋଲି କହିଛନ୍ତି ବିଜେଡି ପ୍ରବକ୍ତା ଇପ୍ସିତା ସାହୁ ।

ପୃଥୀରାଜଙ୍କୁ ଜବାବ ଦେଇ ବିଜେଡି ପ୍ରବକ୍ତା ଇପ୍ସିତା କହିଛନ୍ତି ଯେ, ଏହି ବିଲ୍‌କୁ ବିଜେପି ସମେତ ଓଡିଶା ବିଧାନସଭାର ସମସ୍ତ ରାଜନୈତିକ ଦଳ ସର୍ବସମ୍ମତି କ୍ରମେ ପାରିତ କରିଥିଲେ । ହେଲେ ଦୁର୍ଭାଗ୍ୟଜନକ ଭାବେ ପୃଥୀରାଜ ଏହାକୁ ସହଜରେ ଭୁଲି ଯାଇଛନ୍ତି, କିମ୍ବା ଏ ବିଷୟରେ ଆଦୌ ଅବଗତ ନୁହଁନ୍ତି । ତାଙ୍କର ଏଭଳି ବିବୃତ୍ତି ଆଜି ଓଡିଶା ବିଜେପି ଓ ଏହାର ପଛୁଆ ବର୍ଗ ବିରୋଧି ମନୋଭାବକୁ ପଦାରେ ପକାଇ ଦେଇଛି ବୋଲି କହିଛନ୍ତି ଇପ୍ସିତା ।

୨୦୨୦ ମସିହାରେ ପଛୁଆ ବର୍ଗଙ୍କ ଗଣନା ପାଇଁ ଓଡିଶା ବିଜେପି ଏହି ବିଲ୍‍ ପାରିତ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଦକ୍ଷେପକୁ ସମର୍ଥନ କରିଥିଲେ । ଆଜି ପଛୁଆ ବର୍ଗଙ୍କ ସ୍ୱାର୍ଥ ବିରୁଦ୍ଧରେ ଓଡ଼ିଶା ବିଜେପିର ଏଭଳି ପରିବର୍ତ୍ତନ ଅତ୍ୟନ୍ତ ଦୁଃଖଦାୟକ । ଆମେ ଆଶା କରୁଛୁ ରାଜ୍ଯ ବିଜେପି ଏବଂ ପୃଥୀରାଜଙ୍କର ସଦ୍‍ବୁଦ୍ଧି ଉଦୟ ହେଉ । ସେ ତାଙ୍କର ଏଭଳି ଦାୟିତ୍ୱହୀନ ମନ୍ତବ୍ୟ ପ୍ରତ୍ୟାହାର କରନ୍ତୁ । ଏହା ସହିତ ଓଡିଶାର ପଛୁଆ ବର୍ଗଙ୍କ ନିକଟରେ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ବିଜେଡି ପ୍ରବକ୍ତା ଇପ୍ସିତା କହିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details