ଓଡିଶା

odisha

ETV Bharat / city

'ଧର୍ମ ପରିବର୍ତ୍ତନ କଲେ ଲୋକ ଦିନକୁ 5 ଥର ନମାଜ ପଢ଼ନ୍ତି'

ଆଜି(ଶୁକ୍ରବାର) ବିଜେପି ଛାଡି ବିଜେଡ଼ିରେ ମିଶିଛନ୍ତି ବରୀ ବିଧାୟକ ପ୍ରାର୍ଥୀ ବିଶ୍ବରଞ୍ଜନ ମଲ୍ଲିକ । ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ । ଅଧିକ ପଢନ୍ତୁ...

'ଧର୍ମ ପରିବର୍ତ୍ତନ କଲେ ଲୋକ ଦିନକୁ 5 ଥର ନମାଜ ପଢ଼ନ୍ତି'
'ଧର୍ମ ପରିବର୍ତ୍ତନ କଲେ ଲୋକ ଦିନକୁ 5 ଥର ନମାଜ ପଢ଼ନ୍ତି'

By

Published : Oct 29, 2021, 6:44 PM IST

ଭୁବନେଶ୍ବର:ପଦ୍ମ ଛାଡି ଆଜି(ଶୁକ୍ରବାର) ଶଙ୍ଖ ଫୁଙ୍କିଛନ୍ତି ବରୀର ବିଧାୟକ ପ୍ରାର୍ଥୀ ବିଶ୍ବରଞ୍ଜନ ମଲ୍ଲିକ । ବିଜେଡିରେ ସାମିଲ ହେବା ପରେ ବିଜେପି ବିରୋଧରେ ବିଷୋଦଗାର କରିଛନ୍ତି ବିଶ୍ବ ରଞ୍ଜନ । ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପିର ବରିଷ୍ଠ ନେତା ପୃଥ୍ବୀରାଜ ହରିଚନ୍ଦନ । ଧର୍ମ ପରିବର୍ତ୍ତନ କଲେ ଲୋକ ଦିନକୁ 5 ଥର ନମାଜ ପଢ଼ନ୍ତି ବୋଲି କହିଛନ୍ତି ପୃଥ୍ବୀରାଜ ।

'ଧର୍ମ ପରିବର୍ତ୍ତନ କଲେ ଲୋକ ଦିନକୁ 5 ଥର ନମାଜ ପଢ଼ନ୍ତି'

ପୃଥ୍ବୀରାଜ କହିଛନ୍ତି ଯେ, ଓଡ଼ିଆ ଭାଷାରେ ଏକ ପ୍ରବାଦ ଅଛି । ଧର୍ମ ପରିବର୍ତ୍ତନ କଲେ ଲୋକ ଦିନକୁ 5 ଥର ନମାଜ ପଢ଼ନ୍ତି । ଯେଉଁମାନେ ଦଳ ଛାଡିଛନ୍ତି ସେମାନେ ଛାତିରେ ହାତ ଦେଇ ସତ କୁହନ୍ତୁ । ସତ କ'ଣ ନିଜ ମୁହଁରେ ମାନନ୍ତୁ । ପାର୍ଟିରେ ବିଶ୍ବଙ୍କର ଗୁରୁତ୍ବ ବଢ଼ିଥିଲା । ତାକୁ ମୂଲଚାଲ କରି ସେ ଅନ୍ୟ ରାଜନୈତିକ ଦଳକୁ ଯାଇଛନ୍ତି । ତେବେ ଲମ୍ବା ରାଜନୈତିକ ବ୍ୟବସ୍ଥାରେ ଚାଲିବାର ସେଇଟା ଅଭ୍ୟାସ ନୁହେଁ । ଯେଉଁମାନେ କ୍ଷଣିକ ସୁଖ ବା ଆନନ୍ଦ ପାଇବାକୁ ଦଳ ଛାଡୁଛନ୍ତି । ଲମ୍ବା ସମୟ ଧରି ଲୋକ ତାଙ୍କୁ ପ୍ରତ୍ୟାଖ୍ୟାନ କରିଛନ୍ତି ।

ବିଶ୍ବ ମଲ୍ଲିକଙ୍କୁ ଦଳ କ'ଣ ଦେଇଛି ? ସେ ଛାତିରେ ହାତ ରଖି ସତ୍ୟର ଉପସ୍ଥାପନ କରନ୍ତୁ । ବରୀବାସୀ ତାହା ଜାଣିପାରିବେ । ଯେତେବେଳେ ଜଣେ ନେତା ନିର୍ବାଚନ ଲଢ଼େ, ସେତେବେଳେ ସେ ସମସ୍ତଙ୍କ ସମର୍ଥନ ଲୋଡ଼େ । ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲେ । ନୂଆ, ପୁରୁଣା, ସମର୍ଥକ ବିରୋଧୀଙ୍କୁ ସାଙ୍ଗରେ ନେବାକୁ ପଡେ । ନେତା ସବୁବେଳେ କର୍ମୀଙ୍କୁ ସାଙ୍ଗରେ ନେଇ ଚାଲନ୍ତି । କର୍ମୀ ନେତାଙ୍କୁ ନେଇ ନୁହେଁ । ଯଦି ନେତା କର୍ମୀଙ୍କୁ ନେଇ ଚାଲି ନପାରେ ତେବେ କର୍ମୀଙ୍କ ଦୋଷ ନୁହେଁ ନେତାର ଦୋଷ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details