ଓଡିଶା

odisha

By

Published : Feb 22, 2022, 10:40 PM IST

ETV Bharat / city

ବିଜେପିକୁ ନିର୍ବାଚନରେ ଭଲ ସଫଳତା ମିଳିବ କହିଲେ ପ୍ରଦୀପ

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ସରିଛି। ବିଜେପି ଯାହା ଆକଳନ କରୁଥିଲା ତାହା ହୋଇଛି । ଜନମତ ବିଜେଡି ବିରୋଧରେ ଅଛି ବୋଲି କହିଲେ ପ୍ରଦୀପ ପୁରୋହିତ । ଅଧିକ ପଢନ୍ତୁ

ବିଜେପି ନିର୍ବାଚନରେ ଭଲ ସଫଳତା ମିଳିବ କହିଲେ ପ୍ରଦୀପ ପୁରୋହିତ
ବିଜେପି ନିର୍ବାଚନରେ ଭଲ ସଫଳତା ମିଳିବ କହିଲେ ପ୍ରଦୀପ ପୁରୋହିତ

ଭୁବନେଶ୍ବର:ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ସରିଛି । ବିଜେପି ଯାହା ଆକଳନ କରୁଥିଲା ତାହା ହୋଇଛି । ଜନମତ ବିଜେଡି ବିରୋଧରେ ଅଛି ।

ଆମେ ଯେତେବେଳେ ଗାଁ ଗାଁ ବୁଲି ପ୍ରଚାର କରୁଥିଲୁ ଚାଷୀ ମାନେ ବିରୋଧ କରୁଥିଲେ ଶାସକ ଦଳକୁ। ଧାନ ମଣ୍ଡି ସମସ୍ୟାକୁ ନେଇ ଚାଷୀ ଅସନ୍ତୋଷ ରହିଛି । ଓଡିଶାରେ କଂଗ୍ରେସ ଦଳ ସାଂଘାତିକ ଅବସ୍ଥାରେ ଅଛି ଏବେ। କଂଗ୍ରେସର ସମାପ୍ତ ହେବା ପରେ ବିଜେଡି ଏବଂ ବିଜେପି ଭିତରେ ଲଢେଇ ହେବ । ଜନମତ ଯେହେତୁ ବିଜେଡି ବିରୋଧରେ ଅଛି ତେଣୁ ପ୍ରଧାନମନ୍ତ୍ରୀଙ୍କର ଯେଉଁ ଜନପ୍ରିୟତା ଅଛି ଲୋକେ ବିଜେପିକୁ ନିଶ୍ଚିତ ଭୋଟ ଦେବେ ବୋଲି କହିଛନ୍ତି ବିଜେପି କୃଷକ ମୋର୍ଚ୍ଚା ଅଧ୍ୟକ୍ଷ ପ୍ରଦୀପ ପୁରୋହିତ ।

ବିଜେପି ନିର୍ବାଚନରେ ଭଲ ସଫଳତା ମିଳିବ କହିଲେ ପ୍ରଦୀପ ପୁରୋହିତ

ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ପଶ୍ଚିମାଚଂଳରେ ଗତଥର ଅପେକ୍ଷା ଏଥର ଅଧିକ ଭୋଟ ମିଳୁଛି। ପଞ୍ଚମ ପର୍ଯ୍ୟାୟ ମତଦାନରେ ମଧ୍ୟ ଲୋକମାନେ ବିଜେପିକୁ ଭୋଟ ଦେବେ। କାରଣ ବିଜେଡିର ନିର୍ବାଚନୀ ହିଂସା ବଢିଯାଇଛି। ଶେଷ ପର୍ଯ୍ୟାୟରେ ଜନମତ ଗତଥର ଅପେକ୍ଷା ଅଧିକ ଆସିବ ବୋଲି ବିଜେପି ଆଶା କରିଥିବା କହିଛନ୍ତି ପ୍ରଦୀପ ।

ଭୁବନେଶ୍ବର ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ABOUT THE AUTHOR

...view details