ଓଡିଶା

odisha

PMAY Politics; ନିଜକୁ ବଞ୍ଚାଇବା କେନ୍ଦ୍ର ଅବହେଳାକୁ ଦାୟୀ କରୁଛି BJD

PMAYକୁ ନେଇ ବିଜେଡିର ଶୋଭାଯାତ୍ରାକୁ ନେଇ ପ୍ରତିକ୍ରିୟା ରଖିଲେ ବିରୋଧୀଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ । ମମିତା ମେହେର ହତ୍ୟାକାଣ୍ଡରୁ ନିଜକୁ ବଞ୍ଚାଇବା ପାଇଁ ଏଭଳି ଚାଲ କରୁଛି ବିଜେଡି ବୋଲି ମୋହନ ମାଝୀ କହିଛନ୍ତି । ଅଧିକ ପଢନ୍ତୁ

By

Published : Dec 1, 2021, 7:48 PM IST

Published : Dec 1, 2021, 7:48 PM IST

Opposition Chief whip Mohan majhi
ନିଜକୁ ବଞ୍ଚାଇବା କେନ୍ଦ୍ର ଅବହେଳାକୁ ଦ୍ବାୟୀ କରୁଛି ବିଜେଡି କହିଲେ ମୋହନ ମାଝୀ

ଭୁବନେଶ୍ବର:ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ (Pradhan Mantri Awas Yojana politics) ନେଇ ବିଜେଡି ଶୋଭାଯାତ୍ରାକୁ ନେଇ ପ୍ରତିକ୍ରିୟା ରଖିଲେ ବିରୋଧୀଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ । ରାଜ୍ୟରେ ମମିତା ମେହେର ହତ୍ୟାକାଣ୍ଡରୁ ନିଜକୁ ବଞ୍ଚାଇବା ପାଇଁ ଏଭଳି ଚାଲ କରୁଛି ବିଜେଡି ବୋଲି ମୋହନ ମାଝୀ କହିଛନ୍ତି ।

ନିଜକୁ ବଞ୍ଚାଇବା କେନ୍ଦ୍ର ଅବହେଳାକୁ ଦ୍ବାୟୀ କରୁଛି ବିଜେଡି କହିଲେ ମୋହନ ମାଝୀ

PMAY ଯୋଜନାକୁ ନେଇ ବିଜେଡି ପ୍ରତିବାଦକୁ ନେଇ ବିରୋଧୀଦଳ ମୁଖ୍ୟ ସଚେତକ ମୋହନ ମାଝୀ ବିଜେଡିକୁ ଟାର୍ଗେଟ କରିଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ (PMAY) ଓଡିଶାକୁ କେନ୍ଦ୍ର ସରକାର ସବୁଠୁ ଅଧିକ ଦେଇଛନ୍ତି । କେନ୍ଦ୍ର ସରକାର ରାଜ୍ୟକୁ ୮ ଲକ୍ଷ ୧୭ ହଜାର ଗୃହ ଓଡିଶାକୁ ଦେଇଛନ୍ତି । ରାଜ୍ୟ ସରକାର ସବୁ ତାଲିକା ଦେଇ ପାରୁନାହାଁନ୍ତି । ଘର ବଣ୍ଟନରେ ରାଜ୍ୟ ସରକାର ପାତରଅନ୍ତର କରୁଛନ୍ତି ଏବଂ ଚଞ୍ଚକତା କରୁଛନ୍ତି । ବିଜେଡି ଲୋକଙ୍କୁ ଘର ଦିଆଯାଉଛି କିନ୍ତୁ ଯୋଗ୍ୟ ଲୋକଙ୍କୁ ଘର ମିଳୁନି । ବିଶେଷ କରି ପଶ୍ଚିମ ଓଡିଶାର ୧୧ ଜିଲ୍ଲାର ହିତାଧିକାରୀଙ୍କୁ ଦିଆଯାଉନି । ମମିତା ମେହେର ହତ୍ୟାକାଣ୍ଡରେ ଗୃହମନ୍ତ୍ରୀଙ୍କ ସଂପୃକ୍ତିକୁ ନେଇ ବିଜେଡି ସରକାର ଚାପରେ ଅଛି । ମମିତା ମେହେର କେସରୁ ନଜର ହଟାଇବାକୁ ଏପରି କରୁଛି ବିଜେଡି । କେବଳ ନିଜକୁ ବଞ୍ଚାଇବାକୁ ବିଜେଡି ରାଜନୀତି କରୁଛି ବୋଲି ମୋହନ ମାଝୀ କହିଛନ୍ତି।

ଏହା ବି ପଢନ୍ତୁ; Pradhan Mantri Abbas Yojana କେନ୍ଦ୍ର ବିରୋଧରେ ଗର୍ଜିଲା BJD

ସୂଚନାଥାଉକି, ବୁଧବାର ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଛି । ଗୋଟିଏ ପଟେ ମମିତା ମେହେର ମାମଲାକୁ ନେଇ ବିରୋଧୀ କଂଗ୍ରେସ ଓ ବିଜେପି ବିଧାନସଭାକୁ ହୁଲସ୍ତୁଲ କରୁଥିବାବେଳେ ଅନ୍ୟପଟେ ଶାସକ ବିଜେଡି କେନ୍ଦ୍ର ଅବହେଳାକୁ ଦାୟୀ କରି ଶୋଭାଯାତ୍ରା ପ୍ରତିବାଦ କରୁଛି। ବିଜେପି ସାଂସଦଙ୍କ ଯୋଗୁଁ କେନ୍ଦ୍ରରୁ PMAY ଯୋଜନାରେ ସହାୟତା ବନ୍ଦ କରାଯାଇଛି ବୋଲି ବିଜେଡି ଅଭିଯୋଗ କରିଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେନ୍ଦ୍ରୀୟ ଅବହେଳାକୁ ନେଇ ବିଜେଡି ରାଜଭବନ ପର୍ଯ୍ୟନ୍ତ ଶୋଭାଯାତ୍ରା ଓ ଧାରଣା କରିଛି।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details