ଓଡିଶା

odisha

ETV Bharat / city

ଭେଟି ନୁହେଁ ରାଜନୈତିକ ଚାଲ୍‌ କରୁଛନ୍ତି ରାଜ୍ୟ ସରକାର: ମୋହନ ମାଝୀ - ମହଙ୍ଗା ଭତ୍ତା ବୃଦ୍ଧିକୁ ନେଇ ବିରୋଧୀ ଦଳର ସମାଲୋଚନା

ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧିକୁ ନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ପ୍ରତିକ୍ରିୟା ରଖିଛନ୍ତି । ଏହା ଭେଟି ନୁହେ ବରଂ ସରକାରଙ୍କ ଏକ ରାଜନୈତିକ ଚାଲ୍‌ ବା ଚଞ୍ଚକତା ବୋଲି କହିଛନ୍ତି (BJP leader Mohan Majhi alleges State govt)। ଅଧିକ ପଢ଼ନ୍ତୁ

BJP leader Mohan Majhi alleges State govt playing political game by hiking DA
ଭେଟି ନୁହେଁ ରାଜନୈତିକ ଚାଲ୍‌ କରୁଛନ୍ତି ରାଜ୍ୟ ସରକାର: ମୋହନ ମାଝୀ

By

Published : Sep 19, 2022, 10:15 PM IST

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହଙ୍ଗା ଭତ୍ତା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି(State govt hiked DA) । ଏହାଦ୍ବାରା ରାଜ୍ୟ ସରକାରଙ୍କ ମୋଟ୍‌ ୭.୫ ଲକ୍ଷ କର୍ମଚାରୀ ଉପକୃତ ହେବେ । ସରକାରୀ କର୍ମଚାରୀଙ୍କୁ ଦଶହରା ଭେଟି ପ୍ରଦାନ କରିଛନ୍ତି ରାଜ୍ୟ ସରକାର । ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩ ପ୍ରତିଶତ ବୃଦ୍ଧି କରାଯାଇଛି । ଫଳରେ ଏହା ୩୧ ପ୍ରତିଶତରୁ ୩୪ ପ୍ରତିଶତକୁ ବୃଦ୍ଧି ହୋଇଛି । ତେବେ ଏହାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିରୋଧୀ ବିଜେପି(BJP leader Mohan Majhi alleges State govt) ।

ଭେଟି ନୁହେଁ ରାଜନୈତିକ ଚାଲ୍‌ କରୁଛନ୍ତି ରାଜ୍ୟ ସରକାର: ମୋହନ ମାଝୀ

ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧିକୁ ନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, "ଏହା ଏକ ଭେଟି ନୁହେଁ ବରଂ ସରକାରଙ୍କ ଏକ ରାଜନୈତିକ ଚାଲ୍‌ ବା ଚଞ୍ଚକତା । ପୂଜା ପର୍ବ ଆସିଲେ ସରକାରୀ କର୍ମଚାରୀଙ୍କୁ ସନ୍ତୁଷ୍ଟ କରାଯାଉଛି । କାରଣ ଏଭଳି କରିବା ଦ୍ୱାରା ରାଜନୈତିକ ମାହୋଲ ଚଳଚଞ୍ଚଳ ହେବ । ଏହା ଆଗାମୀ ନିର୍ବାଚନରେ ଶାସକ ଦଳକୁ ସୁହାଇବ । ସରକାର ଜାଣି ଜାଣି ମାଇଲେଜ ନେବା ପାଇଁ ଏଭଳି କରୁଛନ୍ତି । ଏହା ସମ୍ପୂର୍ଣ୍ଣ ଭାବରେ ରାଜନୈତିକ ପ୍ରଣୋଦିତ । ଏଥିରେ କାହାର କୌଣସି ଲାଭ ନାହିଁ । କେବଳ ସରକାର ସମସ୍ତଙ୍କ ପାଖରେ ନିଜର ସକ୍ରିୟତାକୁ ଜାହିର କରିବା ପାଇଁ ଏଭଳି କରି ଲୋକମାନଙ୍କୁ ନିଜର ରାଜନୈତିକ ଫାଶ ଭିତରକୁ ଟାଣୁଛନ୍ତି । ମହାଙ୍ଗ ଭତ୍ତା ବୃଦ୍ଧି କରିବାର ଏହା ଉପଯୁକ୍ତ ସମୟ ନୁହେଁ ।"

ଏହା ବି ପଢ଼ନ୍ତୁ:ସରକାରୀ କର୍ମଚାରୀଙ୍କୁ ଦଶହରା ଭେଟି, ୩ ପ୍ରତିଶତ ବଢିଲା ମହଙ୍ଗା ଭତ୍ତା

ବର୍ଦ୍ଧିତ ମହଙ୍ଗା ଭତ୍ତା ଜାନୁଆରୀ ୨୦୨୨ରୁ ପିଛିଲା ଭାବରେ ଲାଗୁ ହେବ । ସଂଶୋଧିତ ହାରରେ ପେନ୍‌ସନ୍‌ ପାଉଥିବା ପେନ୍‌ସନ୍‌ ଭୋଗୀଙ୍କ ଟିଆଇରେ ମଧ୍ୟ ତିନି ପ୍ରତିଶତ ବୃଦ୍ଧି କରାଯାଇଛି । କର୍ମଚାରୀ ଓ ପେନ୍‌ସନ୍‌ଭୋଗୀମାନେ ଚଳିତ ମାସର ଦରମାରେ ଏହି ବର୍ଦ୍ଧିତ ଭତ୍ତା ପାଇବା ସହିତ ୨୦୨୨ ଜାନୁଆରୀରୁ ଅଗଷ୍ଟ ପର୍ଯ୍ୟନ୍ତ ବକେୟା ଭତ୍ତା ଅଲଗା ଭାବେ ପ୍ରଦାନ କରାଯିବ । ଏହାଦ୍ବାରା ରାଜ୍ୟ ସରକାରଙ୍କ ୪ ଲକ୍ଷ କର୍ମଚାରୀ ଓ ୩.୫ ଲକ୍ଷ ପେନସନଭୋଗୀ ଉପକୃତ ହେବେ ।

ଏହା ବି ପଢ଼ନ୍ତୁ:ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି, ଘେରିଲା କଂଗ୍ରେସ

ଗତବର୍ଷ ନୂଆ ବର୍ଷ ପୂର୍ବରୁ ସରକାରୀ କର୍ମଚାରୀଙ୍କୁ ଉପହାର ଦେଇଥିଲେ ରାଜ୍ୟ ସରକାର । ସରକାରୀ କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତାକୁ ୩ ପ୍ରତିଶତ ବୃଦ୍ଧି କରାଯାଇଥିଲା । ଏହି ମହଙ୍ଗା ଭତ୍ତାକୁ ଗତ ଜୁଲାଇ ୨୦୨୧ରୁ ପିଛିଲା ଭାବରେ ଲାଗୁ ହୋଇଥିଲା । ସପ୍ତମ ବେତନ କମିଶନ ୩୦ ପ୍ରତିଶତ ବକେୟା ଦେୟ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଥିଲେ ସରକାର । କର୍ମଚାରୀମାନେ ସପ୍ତମ ବେତନ କମିଶନ ଅନୁଯାୟୀ, ଜାନୁଆରୀ ୨୦୧୬ରୁ ଅଗଷ୍ଟ ୨୦୧୭ ମଧ୍ୟରେ ବର୍ଦ୍ଧିତ ଦରମାର ୫୦ ପ୍ରତିଶତ ପାଇସାରିଛନ୍ତି ।

ଇଟିଭଇ ଭାରତ, ଭୁବନେଶ୍ବର

ABOUT THE AUTHOR

...view details