ଓଡିଶା

odisha

ETV Bharat / city

ନବୀନଙ୍କୁ ମନମୋହନଙ୍କ କଟାକ୍ଷ, କହିଲେ ଲୋକଙ୍କ ସମସ୍ୟାର ସମାଧାନ ହେଲେ ହୃଦୟରୁ ସ୍ବାଗତ କରିବୁ

କ୍ୟାପିଟାଲ ଫାଉଣ୍ଡେସନ ସୋସାଇଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଲାଇଫ ଟାଇମ ଆଚିଭମେଣ୍ଟ ଆୱାର୍ଡରେ ସମ୍ମାନିତ କରାଯିବ । ଏହାକୁ ନେଇ କଟାକ୍ଷ କରିଛନ୍ତି ବିଜେପି ନେତା ମନମୋହନ ସାମଲ । ଅଧିକ ପଢ଼ନ୍ତୁ

ନବୀନଙ୍କୁ ମନମୋହନଙ୍କ କଟାକ୍ଷ, କହିଲେ ଲୋକଙ୍କ ସମସ୍ୟାର ସମାଧାନ ହେଲେ ହୃଦୟରୁ ସ୍ବାଗତ କରିବୁ
ନବୀନଙ୍କୁ ମନମୋହନଙ୍କ କଟାକ୍ଷ, କହିଲେ ଲୋକଙ୍କ ସମସ୍ୟାର ସମାଧାନ ହେଲେ ହୃଦୟରୁ ସ୍ବାଗତ କରିବୁ

By

Published : Sep 1, 2022, 10:52 PM IST

ଭୁବନେଶ୍ବର:ଉଲ୍ଲେଖନୀୟ ନେତୃତ୍ବ ପାଇଁ କ୍ୟାପିଟାଲ ଫାଉଣ୍ଡେସନ ସୋସାଇଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ (Manomohan Samal criticized Naveen Patnaik ) । ସେପ୍ଟେମ୍ବର 4 ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଲାଇଫ ଟାଇମ ଆଚିଭମେଣ୍ଟ ଆୱାର୍ଡରେ ସମ୍ମାନିତ କରିବେ ପୂର୍ବତନ ପ୍ରଧାନ ବିଚାରପତି ଏନ.ଭି ରମଣା । ଏହାକୁ ନେଇ ନବୀନ ପଟ୍ଟନାୟକଙ୍କୁ କଟାକ୍ଷ କରିଛନ୍ତି ବିଜେପି ନେତା ମନମୋହନ ସାମଲ ।

ନବୀନଙ୍କୁ ମନମୋହନଙ୍କ କଟାକ୍ଷ, କହିଲେ ଲୋକଙ୍କ ସମସ୍ୟାର ସମାଧାନ ହେଲେ ହୃଦୟରୁ ସ୍ବାଗତ କରିବୁ

ବେଜେପି ନେତା ମନମୋହନ ସାମଲ କହିଛନ୍ତି, "ରାଜା ପାରିଧି କରିବାକୁ ଯାଇଥିଲେ ଶୀକାର କଲେ କି କଣ କଲେ... ଆମେ ସବୁ ଏ ଗପ ଶୁଣିଛୁ । ଏ ବିଷୟରେ କିଛି ବିଶେଷ ମନ୍ତବ୍ୟ ଦେବା ଆବଶ୍ୟକତା ନାହିଁ । ଓଡିଶା ଶହେ ବର୍ଷ ପଛେଇ ଯାଇଛି ତାହାକୁ କେମିତି ଏକ ନମ୍ବର କରାଯିବ ସେ କାର୍ଯ୍ୟରେ ଲାଗନ୍ତୁ, ଲୋକଙ୍କ ହୃଦୟରେ ସମ୍ରାଟ ହୋଇ ରହିବେ । ଶହେ ବର୍ଷ ପଛେଇ ଗଲେ ସେ ସମ୍ରାଟ ହୋଇ ପାରିବେନି । ଯେବେ ଓଡ଼ିଶା ଯୁବକ ଦାଦନ ଖଟିବାକୁ ଯିବେନି । ଯେତେବେଳେ ସମସ୍ତ ଜମି ଜଳ ସେଚନ ହେବ । ରାଜ୍ୟରେ ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ହେବ, ଦୁର୍ନୀତି ଅତ୍ୟାଚାର ବନ୍ଦ ହେବ ସେତେବେଳେ ଆମେ ହୃଦୟରୁ ସ୍ବାଗତ କରିବୁ । ସାଢେ ଚାରି କୋଟି ଲୋକ, ସାଧାରଣ ଲୋକେ ସ୍ବାଗତ କରିବେ ।"

ସେପଟେ ପୋଖରୀପୁଟରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଲାଇଫ ଟାଇମ୍ ଆଚିଭମେଣ୍ଟ ଆୱାର୍ଡ ମିଳିବା ନେଇ ପ୍ରତିକ୍ରିୟା ରଖିଥିଲେ ବିଜେଡି ନେତା । ମୁଖ୍ୟମନ୍ତ୍ରୀଙ୍କ ଏହି ଉପଲବ୍ଧିକୁ ନେଇ ବିଜେଡି କହିଛି ଆମେ ସମସ୍ତେ ନବୀନଙ୍କ ପାଇଁ ଗର୍ବିତ ବୋଲି କହିଥିଲେ ।

ନେତୃତ୍ବ ଓ ଉଲ୍ଲେଖନୀୟ ବିକାଶମୂଳକ କାର୍ଯ୍ୟ ପାଇଁ ଏହି ଆଓ୍ବାର୍ଡରେ ସମ୍ମାନିତ ହେବେ ନବୀନ (CM Naveen Patnaik)। ଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ଏହି ଉତ୍ସବରେ ଜଷ୍ଟିସ ଏ.କେ ପଟ୍ଟନାୟକ ମଧ୍ୟ ଉପସ୍ଥିତ ରହିବେ । 4 ତାରିଖରେ ସେ ଏହି ସମ୍ମାନରେ ସମ୍ମାନିତ ହେବାର କାର୍ଯ୍ୟକ୍ରମ ରହିଛି ।

ABOUT THE AUTHOR

...view details