ଓଡିଶା

odisha

ETV Bharat / city

ପିଏମଙ୍କ ସମ୍ବୋଧନ ପରେ ପ୍ରତିକ୍ରିୟା ରଖିଲେ ଲେଖାଶ୍ରୀ - ଆର୍ଥିକ ବଜେଟ ୨୦୨୨-୨୩

ପିଏମ ମୋଦି ବଜେଟକୁ ନେଇ ସମ୍ବୋଧନ କରିବା ପରେ ପ୍ରତିକ୍ରିୟା ରଖିଲେ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାର । ୨୦୧୪ରେ ମୋଦି ସରକାର ଆସିବା ପୂର୍ବରୁ ଯେଉଁଭଳି ଆର୍ଥିକ ଦୂରାବସ୍ଥା ଥିଲା ଗତ ସାତ ବର୍ଷ ଭିତରେ ସେ ଦୁରାବସ୍ଥାକୁ ଦୂର କରାଯାଇଛି । ଅଧିକ ପଢନ୍ତୁ

ପିଏମଙ୍କ ସମ୍ବୋଧନ ପରେ ପ୍ରତିକ୍ରିୟା ରଖିଲେ ଲେଖାଶ୍ରୀ
ପିଏମଙ୍କ ସମ୍ବୋଧନ ପରେ ପ୍ରତିକ୍ରିୟା ରଖିଲେ ଲେଖାଶ୍ରୀ

By

Published : Feb 2, 2022, 10:21 PM IST

ଭୁବନେଶ୍ବର: ଗତକାଲି ଲୋକସଭାରେ ଚଳିତ ବର୍ଷର ବଜେଟ ଉପସ୍ଥାପନା କରାଯାଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରାୟ ୩୯ ଲକ୍ଷ କୋଟିରୁ ଅଧିକ ଟଙ୍କାର ବଜେଟ ଉପସ୍ଥାପନା କରାଯାଇଛି । ଆଜି ପିଏମ ମୋଦି ଏହି ବଜେଟକୁ ନେଇ ଦେଶକୁ ସମ୍ବୋଧନ କରିଛନ୍ତି । ତେବେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ରାଜ୍ୟ ସାଧାରଣ ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର।

ପିଏମଙ୍କ ସମ୍ବୋଧନ ପରେ ପ୍ରତିକ୍ରିୟା ରଖିଲେ ଲେଖାଶ୍ରୀ

ଚଳିତ ବର୍ଷର ବଜେଟ ଉପସ୍ଥାପନ ପରେ ଆଜି ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି । ଯେକୌଣସି ସରକାର ଗୋଟେ ଫିଲୋସୋଫିରେ ଦେଶକୁ ଚଳାନ୍ତି ଏବଂ କେଉଁ ଉଦ୍ଦେଶ୍ୟରେ ଏ ବଜେଟ ପ୍ରସ୍ତୁତ ହୋଇଛି ସରକାରଙ୍କର କଣ ମାନସିକତା ଥିଲା ଏଭଳି ବଜେଟ ପଛରେ ସେ ସବୁ ବିଷୟରେ ଆଜି ପ୍ରଧାନମନ୍ତ୍ରୀ ମୋଦି ଉଦବୋଧନ ଦେଇଛନ୍ତି। ଯେଉଁଥିରେ ବିଜେପି ସମସ୍ତ କାର୍ଯ୍ୟକର୍ତ୍ତା ଦେଶବ୍ୟାପୀ ସବୁ ରାଜ୍ଯରେ ରାଜ୍ୟ ସଭାପତି, ବଡ ବଡ ପଦାଧିକାରୀମାନେ ଉପସ୍ଥିତ ରହିଥିଲେ ।

୨୦୧୪ରେ ମୋଦି ସରକାର ଆସିବା ପୂର୍ବରୁ ଯେଉଁଭଳି ଆର୍ଥିକ ଦୂରାବସ୍ଥା ଥିଲା ଗତ ସାତ ବର୍ଷ ଭିତରେ ପରିବର୍ତ୍ତନ କରାଯାଇଛି । ଦେଶର ଅର୍ଥନୈତିକ ବ୍ୟବସ୍ଥାରେ ଯେମିତିକି GDP , ବୈଦେଶିକ ମୁଦ୍ରା ବିନିମୟ, ଆମଦାନୀ, ରପ୍ତାନି ଏସବୁ ଦୁଇଗୁଣ ହୋଇଛି। କିନ୍ତୁ ଏହି ବଜେଟରେ ଚାଷୀଙ୍କ ପାଇଁ, ଗରିବ ଲୋକମାନଙ୍କ ପାଇଁ, ମହିଳା ମାନଙ୍କ ଉପରେ ବିଶେଷ ଗୁରୁତ୍ଵ ଦିଆଯାଇଛି । ଏହି ବଜେଟରେ ମୁଖ୍ୟତଃ ଚାଷୀଙ୍କ ପାଇଁ ମହିଳାଙ୍କୁ ସଶକ୍ତ କରିବା ପାଇଁ, ଟ୍ରାନ୍ସପୋର୍ଟ କ୍ଷେତ୍ରରେ,ଯୁବକ ମାନଙ୍କ ନିଯୁକ୍ତି କ୍ଷେତ୍ରରେ ଏବଂ ଗରିବ ଲୋକଙ୍କୁ ଘର ଯୋଗାଇ ଦେବା ପାଇଁ ପାଇଖାନା ଯୋଗାଇ ଦେବା ପାଇଁ ବ୍ୟବସ୍ଥା କରାଯାଇଛି। ଏହି ସବୁ କ୍ଷେତ୍ରକୁ ନେଇ ଚଳିତ ବର୍ଷର ବଜେଟ ପ୍ରସ୍ତୁତ କରାଯାଇଛି ।

ଏହା ସହ ଦେଶର 80 ଲକ୍ଷ ଲୋକଙ୍କ ଘରକୁ ପାନୀୟ ଜଳଯୋଗାଣ କରାଯିବ । ଏହାଦ୍ୱାରା ସ୍ୱଚ୍ଛ ପାଣି ସମସ୍ତଙ୍କୁ ମିଳିପାରିବ। ଏହା ସହ 7 ବର୍ଷ ଭିତରେ 10 କୋଟି ପାଇଖାନା ତିଆରି ହୋଇ ସାରିଛି । ଆଗକୁ ମଧ୍ୟ ସ୍ୱଚ୍ଛ ଭାରତର ଯାହା ମିଶନ ରହିଛି। ସାରା ଦେଶକୁ ସ୍ୱଚ୍ଛ ରଖିବା ତାହାକୁ ପୂର୍ଣ୍ଣ କରିବା ଲକ୍ଷ୍ୟରେ ଏହି ବଜେଟ ପ୍ରସ୍ତୁତ କରାଯାଇଛି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ABOUT THE AUTHOR

...view details