ଭୁବନେଶ୍ବର: ବିଜେପିରେ ରହିବେ ଜଗନ୍ନାଥ ପ୍ରଧାନ । ଆଗପରି ଦଳରେ ରହିବେ ବିଜେପି ନେତା ଜଗନ୍ନାଥ ପ୍ରଧାନ । ଭୁବନେଶ୍ବର ସାଂସଦଙ୍କ ହସ୍ତକ୍ଷେପ ପରେ ମନ ପରିବର୍ତ୍ତନ କରିଥିବା ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡିଛି ।
ଅସନ୍ତୋଷ ଥିବା ଭୁବନେଶ୍ବର ମଧ୍ୟ ବିଜେପି ପ୍ରାର୍ଥୀ ଜଗନ୍ନାଥଙ୍କ ପ୍ରଧାନଙ୍କ ସହ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ହସ୍ତକ୍ଷେପ କରିଛନ୍ତି । ଆଜି ଦୀର୍ଘ 3 ଘଣ୍ଟା ଧରି ଲମ୍ବା ବୈଠକ ପରେ ଭୁବନେଶ୍ବର ସାଙ୍ଗଠନିକ ଜିଲ୍ଲାର ସମସ୍ତ ବିବାଦର ପରିସମାପ୍ତି ହୋଇଛି l ଦଳରେ ଅଛନ୍ତି ଏବଂ ଆଗପରି ରହିବେ ବିଜେପି ନେତା ଜଗନ୍ନାଥ ପ୍ରଧାନ l ବିଜେପି ନେତା ଜଗନ୍ନାଥ ପ୍ରଧାନ ବିଜେଡିର ଯୋଗ ଦେବା ନେଇ ରାଜନୀତିକୁ ସରଗରମ କରିବା ସହିତ ଆଲୋଚନା ଚାଲିଥିଲା। ହେଲେ ଏହାର ପରିସମାପ୍ତି ଘଟିଛି। ବହୁ ଆଲୋଚନା ପରେ ନିଷ୍କର୍ଷ ବାହାରିଛି ଯେ ସେ ଦଳରେ ରହିବେ ଏବଂ ଦଳ ପାଇଁ କାମ କରିବେ ବୋଲି ଜଣାପଡିଛି।