ଓଡିଶା

odisha

By

Published : Feb 12, 2022, 9:19 AM IST

ETV Bharat / city

ବିଧାନ ପରିଷଦ ପାଇଁ କେନ୍ଦ୍ରକୁ ପ୍ରସ୍ତାବ ଯିବା ମାମଲା: ସତ-ମିଛ ଆଗକୁ ସ୍ପଷ୍ଟ ହେବ କହିଲା BJP

ବିଧାନ ପରିଷଦ ପାଇଁ କେନ୍ଦ୍ରକୁ ପ୍ରସ୍ତାବ ଯିବା ମାମଲାରେ ମୁହଁ ଖୋଲିଲେ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର । ସତ-ମିଛ ଆଗକୁ ସ୍ପଷ୍ଟ ହେବ କହିଲେ । ଅଧିକ ପଢନ୍ତୁ

ବିଧାନ ପରିଷଦ ପାଇଁ କେନ୍ଦ୍ରକୁ ପ୍ରସ୍ତାବ ଯିବା ମାମଲା: ସତ-ମିଛ ଆଗକୁ ସ୍ପଷ୍ଟ ହେବ କହିଲା BJP
ବିଧାନ ପରିଷଦ ପାଇଁ କେନ୍ଦ୍ରକୁ ପ୍ରସ୍ତାବ ଯିବା ମାମଲା: ସତ-ମିଛ ଆଗକୁ ସ୍ପଷ୍ଟ ହେବ କହିଲା BJP

ଭୁବନେଶ୍ବର: ବିଧାନ ପରିଷଦ ଗଠନ ନେଇ ଓଡ଼ିଶା ସରକାରଙ୍କ ତରଫରୁ କେନ୍ଦ୍ରକୁ ସଂକଳ୍ପ ପ୍ରସ୍ତାବ ଦିଆ ନଯିବା ମାମଲାରେ ମୁହଁ ଖୋଲିଲେ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର । କିଏ ସତ କହୁଛି କିଏ ମିଛ କହୁଛି ଆଗକୁ ପ୍ରମାଣ ହୋଇଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ଗୋଲକ କହିଛନ୍ତି ।

ବିଧାନ ପରିଷଦ ପାଇଁ କେନ୍ଦ୍ରକୁ ପ୍ରସ୍ତାବ ଯିବା ମାମଲା: ସତ-ମିଛ ଆଗକୁ ସ୍ପଷ୍ଟ ହେବ କହିଲା BJP

ଶୁକ୍ରବାର ବିଜେଡି କହିଥିଲା ଯେ, ବିଧାନସଭାରେ ସଙ୍କଳ୍ପ ପାରିତ ହେବା ପରେ 18 ସେପ୍ଟେମ୍ବର 2018ରେ ଏହି ପ୍ରସ୍ତାବ କେନ୍ଦ୍ର ନିକଟକୁ ପଠାଯାଇଛି । ମାତ୍ର ଆଜି ପର୍ଯ୍ୟନ୍ତ କେନ୍ଦ୍ରରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ । ଯାହା ଚକିତ କରିଛି ବୋଲି ସୂର୍ଯ୍ୟ ନାରାୟଣ ପାତ୍ର କହିଥିଲେ । ତେବେ ବିଧାନ ପରିଷଦକୁ ନେଇ କିଏ ସତ କହୁଛନ୍ତି ଏବଂ କିଏ ମିଛ କହୁଛନ୍ତି ତାହା ଆଗକୁ କେନ୍ଦ୍ର ସରକାର ସ୍ପଷ୍ଟ କରିବେ ବୋଲି ଗୋଲକ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ:-ବିଧାନ ପରିଷଦ ପାଇଁ ୨୦୧୮ରୁ କେନ୍ଦ୍ରକୁ ଯାଇଛି ପ୍ରସ୍ତାବ: ବାଚସ୍ପତି

ସେ କହିଛନ୍ତି ଯେ, ପୂର୍ବରୁ ଏହିପରି ବହୁତ ଚିଠି ରାଜ୍ୟ ସରକାର ଲେଖନ୍ତି । ହେଲେ ଚିଠି ଲେଖି ପକେଟରେ ରଖିଦିଅନ୍ତି । ଚିଠି କେବେ କେନ୍ଦ୍ର ସରକାରଙ୍କ ପାଖରେ ପହଞ୍ଚେ ନାହିଁ । ବିଧାନସଭାକୁ ମୁଖ୍ୟମନ୍ତ୍ରୀ ଯାଉ ନାହାନ୍ତି । ବିଧାନ ପରିଷଦକୁ କିଏ ଯିବ ସ୍ଥିର କରନ୍ତୁ । ଏପରି କହି ରାଜ୍ୟ ସରକାରଙ୍କ ପ୍ରବଳ କଟାକ୍ଷ କରିଛନ୍ତି ଗୋଲକ ମହାପାତ୍ର ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ABOUT THE AUTHOR

...view details