ଭୁବନେଶ୍ବର:ପୁରୀ ବ୍ରହ୍ମଗିରି ଚିତ୍ତରଞ୍ଜନ ହତ୍ୟାକାଣ୍ଡ ପ୍ରସଙ୍ଗ । ଆଜି ୩ ପ୍ରତ୍ୟକ୍ଷଦର୍ଶୀଙ୍କ ରାଜ୍ୟ ଫରେନସିକ ଲ୍ୟାବରେ ହୋଇଛି ଲାଏ ଡିଟେକ୍ସନ ଟେଷ୍ଟ । ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର । ରାଜ୍ୟ ସରକାର ଯାହା ଚାହୁଁଛନ୍ତି ତାକୁ ଅପରାଧୀ ସଜାଇ ଦେଉଛନ୍ତି ବୋଲି ସେ ଅଭିଯୋଗ ଆଣିଛନ୍ତି ।
ଏହି ଲାଏ ଡିଟେକ୍ସନ ପାଇଁ ସ୍ବତନ୍ତ୍ର ଟିମ ଗଠନ ହୋଇଛି । ପୋଲିସ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମାଙ୍କୁ ଖସେଇବାକୁ ଚାହୁଁଛନ୍ତି ନା କଣ କରୁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । ସରକାର ଯାହା ଚାହିଁବେ ତାହା କରିବେ । ରାଜ୍ୟ ସରକାର ଯାହା ଚାହୁଁଛନ୍ତି ତାକୁ ଅପରାଧୀ ସଜାଇ ଦେଉଛନ୍ତି ଯାହାକୁ ଚାହୁଁଛନ୍ତି ତାକୁ ଖସେଇ ଦେଉଛନ୍ତି ବୋଲି ଗୋଲକ ଅଭିଯୋଗ ଆଣିଛନ୍ତି ।