ଭୁବନେଶ୍ବର:ନୀତିଶ କୁମାରଙ୍କ ଓଡ଼ିଶା ଗସ୍ତ ଚର୍ଚ୍ଚା । ବିରୋଧୀଙ୍କୁ ଏକାଠି କରିବା ପାଇଁ ବିହାର ମୁଖ୍ୟମନ୍ତ୍ରୀ ଓଡ଼ିଶା ଆସୁଥିବା ନେଇ ଚର୍ଚ୍ଚା ଜୋର୍ ଧରିଛି । ସେ ଓଡ଼ିଶା ଆସି ନବୀନ ପଟ୍ଟନାୟକଙ୍କୁ ଭେଟି ପାରନ୍ତି ବୋଲି ଆଲୋଚନା ହେଉଛି । ତେବେ ଏହାକୁ ନେଇ ନବୀନ କିମ୍ବା ନୀତିଶ କୁମାରଙ୍କ ପକ୍ଷରୁ କୌଣସି ସୂଚନା ପ୍ରଦାନ କରାଯାଇନାହିଁ । ନୀତିଶ୍ଙ୍କୁ ବିଜେପିର କଟାକ୍ଷ । ନୀତିଶଙ୍କୁ କଟାକ୍ଷ କରିଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ।
ନୀତିଶଙ୍କ ଓଡ଼ିଶା ଗସ୍ତ ଆଲୋଚନାକୁ ନେଇ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ଯେ, "ନୂଆ ମୁଲ୍ଲା ପାଞ୍ଚ ଥର ନମାଜ ପଢିବା ଭଳି ନୀତିଶ କୁମାର ମୋଦି ବିରୋଧୀ ହେବାରେ ଶେଷତମ ବ୍ୟକ୍ତି । ତେଣୁ ସେ ଏହିଭଳି ଉଦ୍ୟମ ଆରମ୍ଭ କରିଛନ୍ତି । ଏହିଭଳି 2014ରୁ ୧୦ ଥର ଅସଫଳ ଉଦ୍ୟମ ଦେଖିଆସିଛୁ । ନୀତିଶ କୁମାର ଏବେ ନୂଆ ଉଦ୍ୟମ କରୁଛନ୍ତି । ତାଙ୍କ ଉଦ୍ୟମରେ ଭାରତୀୟ ଜନତା ପାର୍ଟି ଉପରେ ଆଞ୍ଚ୍ ମଧ୍ୟ ଆସିବ ନାହିଁ । ଦେଶର ଲୋକେ ମୋଦିଙ୍କ ସହିତ ଅଛନ୍ତି । ବିଜେଡି ତୃତୀୟ ସାମୁଖ୍ୟରେ ଯୋଗ ଦେଉ, ନୀତିଶ କୁମାରଙ୍କ ସହିତ ନାରା ଦେଉ । ଦେଶର ଆଞ୍ଚଳିକ ଦଳ ଦୁର୍ନୀତି, ଅତ୍ୟାଚାରରେ ବୁଡି ଗଣତନ୍ତ୍ରକୁ ହତ୍ୟା କରୁଛନ୍ତି । ସେମାନେ ଏକାଠି ହୋଇ ସରକାର ଗଠନ କରିବା ହାସ୍ୟାସ୍ପଦ କଥା ।"
ଏହା ବି ପଢ଼ନ୍ତୁ:ଓଡିଶା ଆସିପାରନ୍ତି ବିହାର ମୁଖ୍ୟମନ୍ତ୍ରୀ, ନବୀନ ଓ ନୀତିଶ ଭେଟଘାଟ ନେଇ ଚର୍ଚ୍ଚା